Jio ୟୁଜର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ୍, କମ୍ ଦାମରେ ମିଳିବ ୮୪ ଦିନର ଲଙ୍ଗ୍ ଭାଲିଡିଟି
Jio ସମେତ ସମସ୍ତ ପ୍ରାଇଭେଟ୍ ଟେଲିକମ୍ କମ୍ପାନୀ ଜୁଲାଇରେ ମୋବାଇଲ୍ ଟାରିଫ୍ସ ୨୨ ପ୍ରତିଶତ ବୃଦ୍ଧି କରିଥିଲା । ସେବେଠାରୁ ରିଚାର୍ଜ ପ୍ଲାନଗୁଡକ ମହୁତ ମହଙ୍ଗା ହୋଇଗଲାଣି । Jio ର ବର୍ତ୍ତମାନ ରେଗୁଲାର ରିଚାର୍ଜ ପ୍ଲାନ ଅଛି ଯାହାକି ଭ୍ୟାଲିଡିଟି ସହିତ ୧୪ ଦିନରୁ ୩୬୫ ଦିନ ପର୍ଯ୍ୟନ୍ତ ରହିବ । ଯେଉଁଥିରେ ୟୁଜର୍ସମାନେ ଅନଲିମିଟେଡ୍ କଲିଂ, ଇଣ୍ଟରନେଟ୍ ଡାଟା, SMS ଇତ୍ୟାଦି ଲାଭ ପାଇବେ । ୨୮ ଦିନିଆ ରିଚାର୍ଜ ପ୍ଲାନ୍ ଅପେକ୍ଷା ୮୪ ଦିନିଆ ପ୍ଲାନ ଶସ୍ତା ହୋଇଥାଏ, ଯେଉଁ କାରଣରୁ ଅଧିଂକାଶ ୟୁଜର୍ସ ୩ ମାସ ପ୍ଲାନରେ ରିଚାର୍ଜ କରନ୍ତି । ଯଦି ଆପଣ ମଧ୍ୟ ଜଣେ Jio ୟୁଜର୍ସ ହୋଇଥାନ୍ତି, ତେବେ ଆପଣଙ୍କ ପାଇଁ ଏହା ଏକ ଗୁଡ଼ ନ୍ୟୁଜ ।
Jio ର ୮୪ ଦିନିଆ ପ୍ଲାନ୍ :
Jio ର ଏହି ଶସ୍ତା ରିଚାର୍ଜ ପ୍ଲାନ୍ ୮୫୯ ଟଙ୍କାରେ ଆସିଥାଏ । ଏହି ପ୍ଲାନରେ ୟୁଜର୍ସମାନେ ଦେଶର ଯେକୌଣସି ନେଟଓ୍ୱାର୍କରେ ଅନଲିମିେଟେଡ୍ ଫ୍ରି କଲିଂର ଲାଭ ପାଆନ୍ତି । ଏହା ବ୍ୟତୀତ, ୟୁଜର୍ସଙ୍କୁ ଫ୍ରି ନ୍ୟାସନାଲ ରୋମିଙ୍ଗର ମଧ୍ୟ ଫାଇଦା ମିଳିଥାଏ । ଏହି ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ଦୈନକ ୨GB ଡାଟା ଏବଂ ୧୦୦ ଫ୍ରି SMS ର ଲାଭ ପାଇବେ । ଏହିପରି ୟୁଜର୍ସମାନେ ୧୬୮GB ଡାଟାର ଲାଭ ପାଇବେ ।
ଏହି ପ୍ଲାନର ଖାସ୍ କଥା ହେଉଛି ଯଦି ଆପଣଙ୍କ ପାଖରେ 5G ସ୍ମାର୍ଟଫୋନ ଅଛି ଏବଂ ଆପଣ Jio ର True 5G ନେଟଓ୍ୱାର୍କରେ ଅଛନ୍ତି, ତେବେ ଆପଣ ଅନଲିମିଟେଡ୍ ଡାଟା ବ୍ୟବହାର କରିପାରିବେ । ଏହା ସହିତ, ଆପଣଙ୍କୁ ଏହି ପ୍ରିପେଡ୍ ପ୍ଲାନରେ Jio TV ଏବଂ Jio Cinema ଆପ୍ ସହିତ Jio Cloud ର ଆକ୍ସେସ୍ ମିଳିବ ।
୪୭୯ ଟଙ୍କା ପ୍ଲାନ୍ :
ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ବ୍ୟତୀତ Jio ପାଖରେ ୮୪ ଦିନ ପାଇଁ ଏକ ଭ୍ୟଲ୍ୟୁ ପ୍ଲାନ ମଧ୍ୟ ରହିଛି । ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ ପାଇଁ ୟୁଜର୍ସଙ୍କୁ ୪୭୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପ୍ଲାନରେ ଦେଶରେ ଯେକୌଣସି ନେଟଓ୍ୱାର୍କରେ ଅନଲିମିଟେଡ୍ ଫ୍ରି କଲିଂର ଲାଭ ମିଳିଥାଏ । ଏହା ସହିତ ୟୁଜର୍ସଙ୍କୁ ୧୦୦୦ ଫ୍ରି SMS ର ଲାଭ ଦିଆଯିବ । ଏହି ପ୍ରିପେଡ ପ୍ଲାନ ବିଶେଷତଃ ସେହି ୟୁଜର୍ସଙ୍କ ପାଇଁ ହେବ, ଯେଉଁମାନେ କେବଳ କଲ ପାଇଁ ସେମାନଙ୍କ ନମ୍ବର ବ୍ୟବହାର କରନ୍ତି । ଏଥିରେ ୟୁଜର୍ସମାନେ କେବଳ ୬GB ହାଇ ସ୍ପିଡ୍ ଡାଟା ପାଆନ୍ତି, ଯାହା ଭ୍ୟାଲିଡିଟି ସରିଯିବା ପୂର୍ବରୁ ସେମାନେ ବ୍ୟବହାର କରିପାରିବେ ।