୯୮ ଦିନ ପ୍ଲାନରେ ୟୁଜର୍ସଙ୍କୁ ମଜ୍ଜା ଦେଲା Jio, ନିଜ ଇଚ୍ଛାନୁସାରେ ହୁଅନ୍ତୁ କଥା ଏବଂ ଚଲାନ୍ତୁ ଡାଟା

Jio ୟୁଜର୍ସଙ୍କ ପାଇଁ ଅନେକ ନୂଆ ପ୍ଲାନ୍ ଆରମ୍ଭ କରିଛି । ଏହି ପ୍ଲାନଗୁଡିକରେ ୟୁଜର୍ସମାନେ ଅନଲିମିଟେଡ୍ କଲିଂ ଏବଂ ଡାଟା ସହିତ ଅନେକ ଅଫର୍ସ ପାଆନ୍ତି । ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ଗତ ବର୍ଷ ଡିସେମ୍ବର ୧୧ ରେ ୨୦୦ ଦିନର ଭ୍ୟାଲିଡିଟି ସହିତ ଏକ ନୂଆ ବର୍ଷର ଅଫର ଆଣିଥିଲା, ଯାହା ଜାନୁଆରୀ ୩୧ ରେ ଶେଷ ହେବ । ଏହି ଅଫର ପୂର୍ବରୁ ଜାନୁଆର ୧୧ ରେ ଶେଷ ହେବାକୁ ଥିଲା, ଯାହା Jio ଏକ୍ସଟେଣ୍ଟ କରିଛି । Jio ପାଖରେ ୯୮ ଦିନର ଭ୍ୟାଲିଡିଟି ଭଳି ଶସ୍ତା ପ୍ଲାନ୍ ରହିଛି, ଯେଉଁଥିରେ ୟୁଜର୍ସଙ୍କୁ ଅନେକ ବେନିଫିଟ୍ସ ମିଳିଥାଏ ।

Jio ର ୯୮ ଦିନର ପ୍ଲାନ୍ :

ରିଲାଏନ୍ସ Jio ର ଏହି ଶସ୍ତା ପ୍ଲାନ୍ ୯୯୯ ଟଙ୍କାରେ ଆସିଥାଏ, ଯାହାର ଅର୍ଥ ହେଉଛି ୟୁଜର୍ସମାନଙ୍କୁ ପ୍ରତିଦିନ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପ୍ଲାନରେ ମିଳୁଥିବା ବେନିଫିଟ୍ସ ମିଷୟରେ କହିବାକୁ ଗଲେ ୟୁଜର୍ସମାନେ ଏଥିରେ ୯୮ ଦିନର ଭ୍ୟାଲିଡିଟି ପାଇପାରିବେ । ଏହା ସହିତ ୟୁଜର୍ସମାନେ ସମଗ୍ର ଭାରତରେ ଯେକୈଣସି ନମ୍ବରକୁ ଅନଲିମିଡେଟ୍ କଲ୍ କରିପାରିବେ । ଏହା ବ୍ୟତୀତ ୟୁଜର୍ସମାନଙ୍କୁ ଫ୍ରି ନ୍ୟାସନାଲ୍ ରୋମିଂ ର ବେନିଫିଟ୍ ମଧ୍ୟ ଦିଆଯିବ ।

Jio ର ଏହି ପ୍ଲାନରେ 5G ସ୍ମାର୍ଟଫୋନ୍ ୟୁଜର୍ସଙ୍କୁ ଅନଲିମିଟେଡ୍ ଡାଟାର ଲାଭ ମିଳିଥାଏ । ସେହିଭଳି 4G ୟୁଜର୍ସଙ୍କୁ ଏହି ପ୍ଲାନରେ ପ୍ରତ୍ୟେକ ଦିନ ୨GB ହାଇ ସ୍ପିଡ୍ ଡାଟାର ଲାଭ ମିଳିବ । ଏହି ଭଳି ଭାବେ ୟୁଜସର୍ଙ୍କୁ ମୋଟ୍ ୧୯୬GB ର ଲାଭ ଦିଆଯିବ । କେବଳ ଏତିକି ନୁହେଁ, Jio ର ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରତ୍ୟେକ ଦିନ ୧୦୦ ଫ୍ରି SMS ର ଲାଭ ମଧ୍ୟ ଦିଆଯିବ । Jio ନିଜର ୟୁଜର୍ସମାନଙ୍କୁ ପ୍ରତ୍ୟେକ ପ୍ଲାନରେ କମ୍ପ୍ଲିମେଣ୍ଟାରୀ ଆପ୍ସ ପରି Jio Cinema, Jio TV ଏବଂ Jio Cloud ର ଆକ୍ସେସ୍ ଦେଇଥାଏ ।

୯୦ ଦିନର ପ୍ଲାନ୍ :

ଏହି ୯୮ ଦିନର ପ୍ଲାନ୍ ବ୍ୟତୀତ Jio ପାଖରେ ଆଉ ଏକ ୯୦ ଦିନର ରିଚାର୍ଜ ପ୍ଲାନ୍ ରହିଛି, ଯେଉଁଥି ପାଇଁ ୟୁଜର୍ସମାନଙ୍କୁ ୮୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପ୍ଲାନରେ ୟୁଜର୍ସମାନେ 4G ନେଟୱାର୍କରେ ପ୍ରତ୍ୟେକ ଦିନ ୨GB ହାଇ ସ୍ପିଡ୍ ଡାଟା ଏବଂ ଅନଲିମିଟେଡ୍ 5G ଡାଟା ମଧ୍ୟ ପାଇପାରିବେ । ଏହି ପ୍ଲାନ୍ ସହିତ କମ୍ପାନୀ ୨୦GB ଏକ୍ସଟ୍ରା ଡାଟା ମଧ୍ୟ ଅଫର କରିଛି । ଏହା ସହିତ ପ୍ଲାନରେ ୟୁଜର୍ସଙ୍କୁ ଅନଲିମିଡେଟ୍ ଭଏସ୍ କଲିଂ, ଫ୍ରି ନ୍ୟାସନେଲ୍ ରୋମିଂ ଏବଂ ଦୈନିକ ୧୦୦ ଫ୍ରି SMS ର ଲାଭ ମଧ୍ୟ ମିଳିବ ।

You might also like