Jio, Airtel ଏବଂ Vi ର ଏହି ଶସ୍ତା ପ୍ଲାନ୍ଗୁଡିକ ୧ ମାସ ପର୍ଯ୍ୟନ୍ତ ରହିବ, ରିଚାର୍ଜ କରିବା ପୂର୍ବରୁ ଚେକ୍ କରନ୍ତୁ ଲିଷ୍ଟ
ଗତ ଏକ ମାସରୁ ଟେଲିକମ୍ ସେକ୍ଟର ଉପରେ ବହୁ ଆଲୋଚନା ହେଉଛି । ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ହେଉଛି ଦେଶର ତିନୋଟି ପ୍ରମୁଖ ଟେଲିକମ୍ କମ୍ପାନୀ । ତେବେ ତିନୋଟି କମ୍ପାନୀ ସେମାନଙ୍କର ରିଚାର୍ଜ ପ୍ଲାନ୍ର ଦାମ ବଢାଇ ଦେଇଛନ୍ତି । ଯାହା ପରେ ୟୁଜରଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ବର୍ତ୍ତମାନ ସମସ୍ତ ରିଚାର୍ଜ ପ୍ଲାନ୍ ବହୁତ ମହଙ୍ଗା ହୋଇଛି । ସମସ୍ତ ଟେଲିକମ୍ କମ୍ପାନୀଗୁଡିକ ପ୍ରାୟତ ୨୮ ଦିନର ରିଚାର୍ଜ ପ୍ଲାନ୍କୁ ପୂରା ମାସର ପ୍ଲାନ୍ରେ ଚେଞ୍ଜ କରିବାକୁ ଚାହୁଁଛନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହେବାକୁ ଯାଉଛି ।
ତେବେ ଜିଓ, ଏୟାରଟେଲ କିମ୍ବା ଭୋଡାଫୋନ୍ ଆଇଡିଆ ରିଚାର୍ଜ ଲିଷ୍ଟରେ ଏପରି କିଛି ପ୍ଲାନ୍ ଅଛି । ଯେଉଁଥିରେ ୟୁଜରମାନେ ୨୮ ଦିନ ପରିବର୍ତ୍ତେ ପୂରା ମାସର ଭ୍ୟାଲିଡିଟି ପାଇପାରିବେ । ଯଦି ଆପଣ ଜିଓ, ଏୟାରଟେଲ କିମ୍ବା ଭୋଡାଫୋନ୍ ଆଇଡିଆ ସିମ୍ ବ୍ୟବହାର କରୁଛନ୍ତି, ତେବେ ଆମେ ଆପଣଙ୍କୁ ସେମାନଙ୍କର ପ୍ରତ୍ୟେକ ପ୍ଲାନ୍ କହିବାକୁ ଯାଉଛୁ । ଯେଉଁଥିରେ ୟୁଜରମାନେ ୧ ମାସର ଭ୍ୟାଲିଡିଟି ପାଇବେ । ଆପଣ ଜାଣିଛନ୍ତି କି ଗୋଟିଏ ମାସର ଭ୍ୟାଲିଡିଟି ପ୍ଲାନ୍କୁ କ୍ୟାଲେଣ୍ଡର ମାସ ପ୍ଲାନ୍ କୁହାଯାଏ ।
ଜିଓର ଶସ୍ତା ୧ ମାସର ପ୍ଲାନ୍ :
ଯଦି ଆପଣ ରିଲାଏନ୍ସ ଜିଓ ସିମ୍ ବ୍ୟବହାର କରୁଛନ୍ତି, ତେବେ କମ୍ପାନୀ ଏହାର ୩୧୯ ଟଙ୍କା ରିଚାର୍ଜ ପ୍ଲାନ୍ରେ ଏକ ମାସର ଭ୍ୟାଲିଡିଟି ପ୍ରଦାନ କରେ । ୩୧୯ ଟଙ୍କା ପ୍ଲାନ୍ ସହିତ ଆପଣ ୩୧ ଦିନ ପାଇଁ କୌଣସି ଟେନ୍ସନ୍ ବିନା ମାଗଣା କଲିଂ ଏବଂ ଡାଟା ଉପଭୋଗ କରିପାରିବେ । ଏହି ପ୍ଲାନ୍ରେ ଆପଣ ପ୍ରତିଦିନ ୧.୫ ଜିବି ଡାଟା ପାଇବେ । ଏହା ସହିତ, ଆପଣ ପ୍ରତିଦିନ ୧୦୦ ମାଗଣା SMS ମଧ୍ୟ ପାଇପାରିବେ । କମ୍ପାନୀ ୟୁଜରଙ୍କୁ ଜିଓ ସିନେମା, ଜିଓ କ୍ଲାଉଡ୍ ଏବଂ ଜିଓ ଟିଭି ପାଇଁ ମାଗଣା ଏଣ୍ଟ୍ରି ମଧ୍ୟ ଦେଇଥାଏ ।
ଏୟାରଟେଲର ଶସ୍ତା ୧ ମାସର ପ୍ଲାନ୍ :
ଯଦି ଆପଣ ଏୟାରଟେଲ ସିମ୍ ବ୍ୟବହାର କରୁଛନ୍ତି ଏବଂ କମ୍ ଦାମ୍ରେ ଏକ ମାସର ଭ୍ୟାଲିଡିଟି ଚାହୁଁଛନ୍ତି । ତେବେ ଆପଣଙ୍କୁ ୩୭୯ ଟଙ୍କା ରିଚାର୍ଜ ପ୍ଲାନ୍ ନେବାକୁ ପଡିବ । ଏହି ପ୍ଲାନ୍ରେ ଏୟାରଟେଲ ୟୁଜରଙ୍କୁ ପ୍ରତିଦିନ ୨ ଜିବି ଇଣ୍ଟରନେଟ୍ ଡାଟା ମିଳିଥାଏ । ଏୟାରଟେଲର ଏହି ପ୍ଲାନ୍ ୟୁଜରଙ୍କୁ ଅସୀମିତ 5G ଡାଟା ମଧ୍ୟ ପ୍ରଦାନ କରେ । ଏହି ପ୍ଲାନ୍ରେ ଆପଣ ୩୧ ଦିନ ପାଇଁ ଅସୀମିତ ମାଗଣା କଲିଂ କରିପାରିବେ ।
ଭୋଡାଫୋନ୍ ଆଇଡିଆ (Vi) ର ୧ ମାସର ପ୍ଲାନ୍ :
ଯଦି ଆପଣ ଭୋଡାଫୋନ୍ ଆଇଡିଆ ସିମ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ୨୧୮ ଟଙ୍କା ପ୍ଲାନ୍ରେ ପୂରା ୧ ମାସର ଭ୍ୟାଲିଡିଟି ପାଇବେ । ଏହି ଶସ୍ତା ପ୍ଲାନ୍ ସହିତ, ଆପଣ ମାସସାରା ମାଗଣା କଲିଂ, ଡାଟା ଏବଂ ମାଗଣା SMS ପାଇପାରିବେ । ଏହି ପ୍ଲାନ୍ରେ, କମ୍ପାନୀ ଆପଣଙ୍କୁ ପୁରା ମାସ ପାଇଁ 3GB ଡାଟା ପ୍ରଦାନ କରେ । ଭୋଡାଫୋନ୍ ଆଇଡିଆ ପ୍ଲାନ୍ରେ ଏହାର ୟୁଜରମାନଙ୍କୁ ସମୁଦାୟ ୩୦୦ ମାଗଣା SMS ଦେଇଥାଏ । ସେଥିପାଇଁ ଯେଉଁମାନେ ୨୮ ଦିନର ରିଚାର୍ଜ ପ୍ଲାନ୍ରେ ପୂରା ମାସର ଲାଭ ନେବାକୁ ଚାହୁଁଛନ୍ତି, ସେମାନେ ଏହି ପ୍ଲାନ୍ ଗୁଡିବ ବିଷୟରେ ଜାଣିବା ବହୁତ ଜରୁରୀ ।