୫୦୦ ଟଙ୍କାରୁ କମ୍ ପ୍ରାଇସରେ ମିଳିବ Jio ଏବଂ Airtel ର ବେଷ୍ଟ ପ୍ଳାନ୍, ଟଙ୍କା ସେଭିଙ୍ଗ କରିବାକୁ ଚାହୁଁଥିଲେ ଚେକ୍ କରନ୍ତୁ ଲିଷ୍ଟ

Reliance Jio ଏବଂ Airtel ହେଉଛି ଦେଶର ଦୁଇଟି ବଡ଼ ଟେଲିକମ୍ କମ୍ପାନୀ । Jio ପାଖରେ ୪୯ କୋଟି ୟୁଜର୍ସ ଥିବାବେଳେ Airtel ରେ ୩୮ କୋଟି ୟୁଜର୍ସ ଅଛନ୍ତି । ଉଭୟ କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ଅଲଗା ଅଲଗା ସେଗମେଣ୍ଟରେ ବିଭିନ୍ନ ପ୍ରକାର ପ୍ଲାନ୍ ଅଫର କରନ୍ତି । ଯଦି ଆପଣ Jio ଏବଂ Airtel ସିମ୍ ବ୍ୟବହାର କରନ୍ତି ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ୍ । ଆପଣଙ୍କୁ ୫୦୦ ରୁ କମ୍ ପ୍ରାଇସରେ ଉପଲବ୍ଧ ଉଭୟ କମ୍ପାନୀର ବେଷ୍ଟ ରିଚାର୍ଜ ପ୍ଲାନ୍ ବିଷୟରେ କହିବୁ ।

Jio ର ୪୪୯ ଟଙ୍କାର ପ୍ଲାନ୍ :

Jio ଲିଷ୍ଟରେ ୪୪୯ ଟଙ୍କାର ରିଚାର୍ଜ ପ୍ଲାନ୍ ରହିଛି । ଏହି ପ୍ରିପେଡ୍ ପ୍ଲାନ୍ ସେହି ୟୁଜର୍ସଙ୍କ ପାଇଁ ବେଷ୍ଟ ଅପ୍ସନ ହେବ ଯେଉଁମାନେ ଅଧିକ ଇଣ୍ଟରନେଟ୍ ଡାଟା ଚାହାଁନ୍ତି । ଏହି ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ୨୮ ଦିନର ଭ୍ୟାଲିଡିଟି ସହିତ ଫ୍ରି କଲିଂ ଏବଂ ଡାଟା ଦିଆଯାଇଥାଏ । ଏହି ପ୍ଲାନରେ ପ୍ରତ୍ୟେକ ଦିନ ୩GB ଡାଟା ମିଳିଥାଏ । ଏହା ସହିତ ପ୍ଲାନରେ Jio Cinema, Jio TV ଏବଂ Jio Cloud ର ଫ୍ରି ସବସ୍କ୍ରପସନ୍ ମିଳିଥାଏ ।

Jio ର ୪୪୮ ଦିନର ପ୍ଲାନ୍ :

Jio ପାଖରେ କେବଳ ଏକ ଟଙ୍କା ପାର୍ଥକ୍ୟରେ ୪୪୮ ଟଙ୍କାର ପ୍ଲାନ୍ ମଧ୍ୟ ରହିଛି । ପ୍ରତ୍ୟେକ ରିଚାର୍ଜ ପ୍ଲାନରେ ୨୮ ଦିନର ଭ୍ୟାଲିଡିଟି ଅଫର କରାଯାଇଥାଏ । ସମଗ୍ର ଭ୍ୟାଲିଡିଟି ସମୟରେ ଆପଣଙ୍କୁ ସମସ୍ତ ନେଟୱାର୍କରେ ଅନଲିମିଟେଡ୍ ଫ୍ରି କଲିଂ ଦିଆଯାଏ । ଏହା ସହିତ ଏହି ପ୍ଲାନରେ ଆପଣଙ୍କୁ ଦୈନିକ ୨GB ଡାଟା ମିଳିବ । ଏହି ଭଳି ଭାବେ ଆପଣ ସମଗ୍ର ଭ୍ୟାଲିଡିଟି ସମୟରେ ପ୍ରାୟ ୫୬GB ଡାଟା ବ୍ୟବହାର କରିପାରିବେ । ଏହି ରିଚାର୍ଜ ପ୍ଲାନ ସେହି ୟୁଜର୍ସଙ୍କ ପାଇଁ ବେଷ୍ଟ ପ୍ୟାକ୍ ହେବ, ଯେଉଁମାନେ ଏକ ଇଣ୍ଟରଟେନ୍ମେଣ୍ଟ ପ୍ୟାକ୍ ଚାହୁଁଛନ୍ତି । ଏହି ପ୍ଲାନରେ ୧୨ ଟି OTT ଆପ୍ସର ଫ୍ରି ସବସ୍କ୍ରିପସନ୍ ଦିଆଯାଇଥାଏ । ଏଥିରେ ଆପଣଙ୍କୁ Sony Liv, Zee5, Jio Cinema Premium, Sun Next, Jio TV ଭଳି ଅନେକ ଆପକୁ ଫ୍ରି ଆକ୍ସେସ୍ ମିଳିଥାଏ ।

Jio ର ୩୯୯ ଟଙ୍କାର ପ୍ଲାନ୍ :

Jio ଲିଷ୍ଟରେ ୩୯୯ ଟଙ୍କାର ପ୍ଲାନ୍ ମଧ୍ୟ ରହିଛି । ଏହି ରିଚାର୍ଜ ପ୍ଲାନ୍ ଏକ ମାସ ପାଇଁ ରହିଛି । ଏଥିରେ ଆପଣଙ୍କୁ ୨୮ ଦିନର ଭ୍ୟାଲିଡିଟି ସହିତ ଅନଲିମିଟେଡ୍ ଫ୍ରି କଲିଂ ଏବଂ ଦୈନିକ ୧୦୦ ଫ୍ରି SMS ମିଳିଥାଏ । ଏହାର ଡାଟା ବେନିଫିଟ୍ସ ବିଷୟରେ କହିବାକୁ ଗଲେ ଏଥିରେ ଦୈନିକ ୨.୫GB ପର୍ଯ୍ୟନ୍ତ ଡାଟା ଦିଆଯାଇଥାଏ । ଏହି ପ୍ଲାନରେ ଆପଣଙ୍କୁ Jio Cinema, Jio TV ଏବଂ Jio Cloud ର ଫ୍ରି ସମସ୍କ୍ରିପସନ୍ ମିଳିଥାଏ ।

Airtel ର ୪୮୯ ଟଙ୍କା ପ୍ଲାନ୍ :

Airtel ର ଏହି ରିଚାର୍ଜ ପ୍ଳାନ୍ ସେହି ୟୁଜର୍ସଙ୍କ ପାଇଁ ବେଷ୍ଟ ହେବ ଯେଉଁମାନେ କେବଳ କଲିଂ ସହିତ ଲମ୍ବା ଭ୍ୟାଲିଡିଟି ଚାହାଁନ୍ତି । Airtel ନିଜର ଗ୍ରାହକଙ୍କୁ ୪୮୯ ଟଙ୍କା ପ୍ଲାନରେ ପ୍ରାୟ ୭୭ ଦିନର ଭ୍ୟାଲିଡିଟି ଅଫର କରିଥାଏ । ଆପଣ ୭୭ ଦିନ ପର୍ଯ୍ୟନ୍ତ ସମସ୍ତ ନେଟୱାର୍କରେ ଅନଲିମିଟେଡ୍ ଫ୍ରି କଲିଂ ଅଫର କରାଯାଇଥାଏ । ଏହି ପ୍ଲାନରେ ଗ୍ରାହକଙ୍କୁ ୬GB ଡାଟା ଦିଆଯାଏ ।

Airtel ର ୪୪୯ ଟଙ୍କ ପ୍ଲାନ୍ :

Airtel ନିଜର କରୋଡ ଗ୍ରାହକଙ୍କୁ ଏହି ପ୍ଲାନରେ ୨୮ ଦିନର ଭ୍ୟାଲିଡିଟି ଅଫର କରିଥାଏ । Jio ପରି ଏହି ପ୍ଲାନ ମଧ୍ୟ ସେହି ୟୁଜର୍ସଙ୍କ ବେଷ୍ଟ ରହିଛି ଯେଉଁମାନେ ଅଧିକ ଡାଟା ଚାହାଁନ୍ତି । ଏଥିରେ ଅନଲିମିଟେଡ୍ ଫ୍ରି କଲିଂ ସହିତ ଦୈନିକ ୩ GB ଡାଟା ମିଳିଥାଏ । Airtel ଏଥିରେ ୟୁଜର୍ସଙ୍କୁ ଅନଲିମିଟେଡ୍ 5G ଡାଟା ମଧ୍ୟ ଅଫର କରିଥାଏ । ଏଥିରେ Airtel Stream Play Premium ସହିତ ୨୨ ଟି OTT ଆପ୍ସର ସବସ୍କ୍ରିପସନ୍ ଦିଆ ଯାଇଥାଏ ।

Airtel ର ୪୨୯ ଟଙ୍କା ପ୍ଲାନ୍ :

ଏହି ପ୍ଲାନରେ ୟୁଜର୍ସଙ୍କୁ ପୁରା ଏକ ମାସର ଭ୍ୟାଲିଡିଟି ଅଫର କରାଯାଇଥାଏ । ସମସ୍ତ ନେଟୱାର୍କରେ ଅନଲିମିଟେଡ୍ ଫ୍ରି କଲିଂ ସହିତ ପ୍ଲାନରେ ପ୍ରତ୍ୟେକ ଦିନ ୨.୩ GB ଡାଟା ଦିଆଯାଇଥାଏ । Airtel ର ଏହି ପ୍ଲାନରେ ମଧ୍ ଅନଲିମିଟେଡ୍ 5G ଡାଟା ବ୍ୟବହାର କରିବାର ସୁବିଧା ଦିଆଯାଇଛି ।

Airtel ର ୩୫୫ ଟଙ୍କାର ପ୍ଲାନ୍ :

ଏହି ପ୍ଲାନରେ କମ୍ପାନୀ ୟୁଜର୍ସଙ୍କୁ ୩୦ ଦିନର ଭ୍ୟାଲିଡିଟି ଅଫର କରିଥାଏ । ଆପଣ ୩୦ ଦିନ ପର୍ଯ୍ୟନ୍ତ ସମସ୍ତ ନେଟୱାର୍କରେ ଅନଲିମିଟେଡ୍ ଫ୍ରି କଲିଂ ସହିତ ଫ୍ରି SMS ର ମଧ୍ୟ ଫାଇଦା ଉଠାଇପାରିବେ । ଏହି ପ୍ଲାନରେ ଆପଣଙ୍କୁ ୩୦ ଦିନ ପାଇଁ ପ୍ରାୟ ୨୫ GB ଡାଟା ଅଫର କରାଯାଇଥାଏ ।

You might also like