୧ ନଭେମ୍ବରରୁ ବଦଳିବାକୁ ଯାଉଛି ନିୟମ, Jio Airtel Vi ଏବଂ BSNL ୟୁଜର୍ସ ଦିଅନ୍ତୁ ଧ୍ୟାନ

TRAI ନିକଟରେ କିଛି ଟେଲିକମ୍ ନିୟମ ପରିବର୍ତ୍ତନ କରିଥିଲା । ଏହି ନିୟମଗୁଡିକ ମୁଖ୍ୟତ ନକଲି ଏବଂ ସ୍ପାମ୍ କଲ୍ ବନ୍ଦ କରିବାକୁ TRAI ଦ୍ୱାରା ଅଣାଯାଇଛି । TRAI ଦ୍ୱାରା କରାଯାଇଥିବା ନୂତନ ପରିବର୍ତ୍ତନ ନଭେମ୍ବର ୧ ରୁ ସାରା ଦେଶରେ କାର୍ଯ୍ୟକାରୀ ହେବ । ଏପରି ପରିସ୍ଥିତିରେ, ଯଦି ଆପଣ Jio, Airtel, Vi କିମ୍ବା BSNL ପରି କୌଣସି ଅପରେଟରର ଗ୍ରାହକ ଅଟନ୍ତି, ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ ।

ଆପଣଙ୍କୁ କହି ରଖୁଛୁ ଯେ ନିକଟରେ TRAI ଟେଲିକମ୍ କମ୍ପାନୀଗୁଡ଼ିକୁ ମେସେଜ୍ ଟ୍ରାସେବିଲିଟି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି । ଏଥିପାଇଁ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଦ୍ୱାରା ନଭେମ୍ବର ୧ ତାରିଖ ସ୍ଥିର କରାଯାଇଥିଲା । ଏଭଳି ପରିସ୍ଥିତିରେ ପ୍ରାୟ ଏକ ସପ୍ତାହ ପରେ ନୂଆ ଟେଲିକମ୍ ନିୟମ ଲାଗୁ ହେବ ବୋଲି ଆଶା କରାଯାଉଛି । ତେବେ ଆସନ୍ତୁ ଜାଣିବା ମେସେଜ୍ ଟ୍ରାସେବିଲିଟି କଣ?

ମେସେଜ୍ ଟ୍ରାସେବିଲିଟି କ’ଣ?

ଯଦି ଆପଣ ଜାଣି ନାହାଁନ୍ତି ମେସେଜ୍ ଟ୍ରେସେବିଲିଟି କ’ଣ, ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହା ହେଉଛି ଏକ ସିଷ୍ଟମ ଯେଉଁଥିରେ ମୋବାଇଲ୍ ଫୋନରେ ଆସୁଥିବା ସମସ୍ତ ନକଲି କଲ୍ ଏବଂ ମେସେଜ୍ ବନ୍ଦ କରିବା ପାଇଁ କାର୍ଯ୍ୟ କରାଯିବ । ନଭେମ୍ବର ୧, ୨୦୨୪ ରୁ ଆପଣଙ୍କ ଫୋନରେ ଆସୁଥିବା ନକଲି ଏବଂ ସ୍ପାମ୍ କଲ୍ ଉପରେ ମନିଟରିଂ ବୃଦ୍ଧି ପାଇବ । TRAI ର ଏହି ନୂତନ ନିୟମ ନକଲି କଲ୍ ବୁଝିବା ଏବଂ ଟ୍ରାକ୍ କରିବା ସହଜ କରିବ । ଅଗଷ୍ଟ ମାସରେ TRAI ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲା ।

TRAI କହିଛି ଯେ ବ୍ୟାଙ୍କ, ଇ-କମର୍ସ ତଥା ଆର୍ଥିକ ପ୍ରତିଷ୍ଠାନରୁ ଆସୁଥିବା ଏହି ସମସ୍ତ ମେସେଜ୍ ଟେଲି ମାର୍କେଟିଂ କିମ୍ବା କୌଣସି ପ୍ରକାରର ପ୍ରମୋସନ୍ ସହିତ ଜଡିତ । TRAI ଏହାର ନିର୍ଦ୍ଦେଶରେ କହିଛି ଯେ ଟେଲି ମାର୍କେଟିଂ ମେସେଜ୍ ଏବଂ କଲ୍ ର ଏକ ଫିକ୍ସ ଫର୍ମାଟ୍ ରହିବା ଉଚିତ ଯାହା ଦ୍ୱାରା ୟୁଜର୍ସମାନେ ଏହା ସହ ଜଡିତ କଲ୍ ଚିହ୍ନଟ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like