ହାଇ ସ୍ପିଡ 4G ଇଣ୍ଟରନେଟ ପାଇଁ Jio APN ସେଟିଙ୍ଗ, ଜାଣନ୍ତୁ ନେଟ ସ୍ପିଡ କରିବାର ସହଜ ଉପାୟ

ଆଜିର ଇଣ୍ଟରନେଟ ଯୁଗରେ ସମସ୍ତଙ୍କୁ ଦରକାର ହାଇସ୍ପିଡ ଇଣ୍ଟରନେଟ ଡାଟା। କାରଣ ବର୍ତ୍ତମାନ ପ୍ରାୟ ସବୁ କାମ ଇଣ୍ଟରନେଟ ମାଧ୍ୟମରେ ହିଁ ହେଉଛି । ତେଣୁ ଆପଣ ନିଜର ଫୋନ ରେ ଜିଓ ଏପିଏନ ସେଟିଙ୍ଗ କରି ୪ଜି ଇଣ୍ଟରନେଟ ର ସ୍ପିଡ କୁ ବଢାଇପାରିବେ । ବର୍ତ୍ତମାନ ଜିଓ ସିମ ବ୍ୟବହାରକାରୀମାନେ ସେମାନଙ୍କର ସ୍ମାର୍ଟଫୋନରେ Jio APN ସେଟିଙ୍ଗ କରି ଡାଟା ହାଇସ୍ପିଡ କରିପାରିବେ । ଜିଓ ହାଇ ସ୍ପିଡ୍ ଇଣ୍ଟରନେଟ୍ ଚଲାଇବା ପାଇଁ ଡିଫଲ୍ଟ APN ସେଟିଙ୍ଗ କରିବା ପରେ ଜିଓ ଡାଟା ର ସ୍ପିଡ ବଢିବା ନେଇ ଜିଓ କମ୍ପାନୀ ଅପ୍ସନ ଆଣିଛି।

କେବଳ ଜିଓ ୟୁଜର୍ସମାନଙ୍କୁ ନିଜର ଆଣ୍ଡ୍ରୋଏଡ ସ୍ମାର୍ଟଫୋନ ରେ ଅତି ସହଜରେ Jio ଆକ୍ସେସ୍ ପଏଣ୍ଟ କିମ୍ବା APN କୁ ସେଟ୍ କରିବାକୁ ପଡିବ । ଜିଓ ର ସମସ୍ତ ଉପଭୋକ୍ତାଙ୍କୁ ସେମାନଙ୍କର ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ସେଟିଙ୍ଗ୍ ଖୋଲିବା ପାଇଁ ପଡିବ ଏବଂ ମୋବାଇଲ୍ ନେଟୱାର୍କକୁ ଯାଇ ସେଟିଙ୍ଗ କରିବାକୁ ପଡିବ । ଆପଣମାନେ ଜାଣିଛନ୍ତି, ରିଲାଏନ୍ସ ଜିଓ ହେଉଛି ଦେଶର ସର୍ବବୃହତ ଟେଲିକମ୍ ଅପରେଟର ଏବଂ ଏହାର ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଯୋଜନା ସହିତ ଏହା ହାଇ ସ୍ପିଡ୍ 4G ଇଣ୍ଟରନେଟ୍ ଯୋଗାଏ ।
ତଥାପି, ବେଳେବେଳେ କିଛି ସ୍ଥାନରେ ଜିଓ ବ୍ୟବହାରକାରୀମାନଙ୍କୁ ଖରାପ ନେଟୱର୍କ କନେକ୍ସନ ର ସାମ୍ନା କରିବାକୁ ପଡିଥାଏ । ପୁଣି ବେଳେବେଳେ ଜିଓ ନେଟ ଅତି ସ୍ଲୋ ହେଇଯାଏ ଓ ନେଟ ମଧ୍ୟ ବେଳେ ବେଳେ ଆସେନି । ଯାହାପାଇଁ ନେଟୱାର୍କ ରିଲେଟେଡ ଅସୁବିଧା ଅଧିକ ଆସେ ପୁଣି ବେଳେ ବେଳେ ଫୁଲ ନେଟୱାର୍କ ମଧ୍ୟ ଆସେ ନାହିଁ । କିନ୍ତୁ ବର୍ତ୍ତମାନ ଜିଓ ୟୁଜର୍ସଙ୍କ ପାଇଁ ରହିଛି ଖୁସି ଖରର , ଜିଓ ନିଜ ୟୁଜର୍ସଙ୍କ ପାଇଁ ଏମିତି ଏକ ଜିଓ ଏପିଏନ ସେଟିଙ୍ଗ ଆଣିଛି ଯେଉଁ ଅପ୍ସନ କୁ ଆପଣ ନିଜ ଫୋନରେ ସେଟିଙ୍ଗ କରି ନିଜର ଡାଟା କୁ ବା ନେଟ କୁ ହାଇ ସ୍ପିଡ କରି ପାରିବେ । ତେବେ ଆସନ୍ତୁ ଜାଣିବା କିପରି ଏହି ଜିଓ ଏପିଏନ ସେଟିଙ୍ଗ ଆପଣ କରିବେ ।
ସ୍ମାର୍ଟ ଫୋନ ରେ ଜିଓ APN ସେଟିଙ୍ଗ :

ନିଜ ସ୍ମାର୍ଟଫୋନରେ ଜିଓ ଏପିଏନ ସେଟିଙ୍ଗ କରିବା ପାଇଁ ମଲ୍ଟିପୁଲ ଅପ୍ସନ ରହିଛି । ତେବେ ଜିଓ ଅଫର ହିସାବରେ ସେହି ଅପ୍ସନ କୁ ଯାଇ ଡିଫଲ୍ଟ ସେଟିଙ୍ଗ ରେ ହାଇ ସ୍ପିଡ ଡାଟା ଆକ୍ ସେସ୍ ହୋଇ ପାରିବ । ଡିଓ ୟୁଜର୍ସମାନେ ଅତି ସହଜରେ ନିଜ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ Jio ଆକ୍ସେସ୍ ପଏଣ୍ଟ କିମ୍ବା APN କୁ ସହଜରେ ସେଟ୍ କରିପାରିବେ। ଖାଲି ଠିକ ଷ୍ଟେପ୍ସ ଜାଣିବା ଦରକାର । ପ୍ରଥମେ ସମସ୍ତ ଜିଓ ୟୁଜର୍ସ ଙ୍କୁ ନିଜ ସ୍ମାର୍ଟଫୋନ ରେ ସେଟିଙ୍ଗ କୁ ଯିବା ପାଇଁ ପଡିବ । ଏହା ପରେ ମୋବାଇଲ ନେଟୱାର୍କ କୁ ଯାଆନ୍ତୁ । ପରବର୍ତ୍ତୀ ଷ୍ଟେପ ରେ ଆପଣଙ୍କୁ ନିଜର ଜିଓ ସିମ ସ୍ଲ ଟ କୁ ଯିବାକୁ ପଡିବ ଓ ଏହା ପରେ ଗୋ ଟୁ ଆକ୍ସେସ୍ ପଏଣ୍ଟ୍ ନେମ୍ସକୁ ଯିବାକୁ ପଡିବ । ଶେଷରେ, Jio APN ର ଡିଫଲ୍ଟ ସେଟିଂକୁ ଯିବାପାଇଁ ଆପଣଙ୍କୁ ରିସେଟ୍ ଉପରେ କ୍ଲିକ୍ କରିବାକୁ ପଡିବ ।
ଏହାପରେ ସ୍ମାର୍ଟଫୋନ ସେଟିଙ୍ଗ ଆପେ ଆପେ ମାନୁଆଲି ରୁପରେ ପରିବର୍ତ୍ତନ ହେବ । ପୁଣି ଏହାକୁ ମାନୁଆଲରେ ପରିବର୍ତ୍ତନ କରିବାକୁ, ଉପଭୋକ୍ତାମାନେ ସେମାନଙ୍କର ସ୍ମାର୍ଟଫୋନରେ ସେଟିଂକୁ ଯାଇ ଯାଇ ମୋବାଇଲ୍ ନେଟୱାର୍କକୁ ଯିବା ପାଇଁ ପଡିବ ଓ ମୋବାଇଲ ନେଟୱାର୍କ କୁ ନାଭିଗେଟ କରିବା ପାଇଁ ପଡିବ । ପରବର୍ତ୍ତୀ ସୋପାନରେ, ଉପଭୋକ୍ତାମାନେ ଆକ୍ସେସ ପଏଣ୍ଟ କୁ ଯାଇ ‘ଆଡ୍ ନ୍ୟୁ’ ରେ କ୍ଲିକ କରିବେ ।
ଏହା ପରେ ଉପଭୋକ୍ତାମାନଙ୍କୁ ‘ନେମ୍ ‘ ଫିଲ୍ଡ ଏବଂ ‘APN’ ଫିଲ୍ଡକୁ ‘JioNet’ ରୂପରେ ଏଣ୍ଟ୍ରି କରିବାକୁ ପଡିବ ଓ ଏହା ପରେ ‘OK’ କ୍ଲିକ୍ କରିବା ପାଇଁ ପଡିବ । ପରେ APN କୁ ମୋବାଇଲ ଡାଟା ଆକ୍ସେସ କରିବା ପାଇଁ କନଫିଗର ବା ସଂଯୋଗ କରାଯିବ । ଏହା ପରେ ଆପଣଙ୍କ ନେଟ ସ୍ପିଡ ହେବ ।
ତେବେ ଯଦିଓ ଏପରି ଜିଓ ଏପିଏଏନ ସେଟିଙ୍ଗ କରିବା ପାଇଁ iOS ଡିଭାଇସ କୁ କନ୍ ସିଡର କରାଯାଇଛି , ଆଇ ଫୋନ ଓ ଆଇ ପ୍ୟାଡ ୟୁଜର୍ସମାନେ ଏହି ଏପିଏନ ସେଟିଙ୍ଗ କରିବା କିଛି ଆବଶ୍ୟକ ନାହିଁ କାରଣ ଆପେ ଆପେ ହିଁ ଏହା ଆଇ ଫୋନ ରେ ହୋଇଯାଏ ।