ଗୋଟିଏ ପୋଷ୍ଟପେଡ ପ୍ଲାନରେ ୪ଜଣ ଉଠାଇପାରିବେ ଫାଇଦା, ଜାଣନ୍ତୁ ଜିଓର ବେଷ୍ଟ ପୋଷ୍ଟପେଡ ପ୍ଳାନ ସମ୍ପର୍କରେ..

ଜିଓ ପ୍ରତିଥର ନିଜ ୟୁଜର୍ସଙ୍କୁ ଖୁସି କରିବା ପାଇଁ ବଢ଼ିଆ ପ୍ଳାନ ଲଞ୍ଚ କରିଥାଏ। ଏଥର ମଧ୍ୟ ପୁଣି ଥରେ ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ଜିଓ ନୂଆ ପ୍ଳାନ ବାହାର କରିଛି। ଏସବୁ ଅଫର ଉଭୟ ପୋଷ୍ଟପେଡ ଓ ପ୍ରିପେଡ କଷ୍ଟମର୍ସ ଙ୍କ ପାଇଁ ଆସିଥାଏ। ବିଗତ ଦିନରେ କମ୍ପାନୀ ଏକ ଦମଦାର ଅଫର ବାଜରରେ ଲଞ୍ଚ କରିଛି। ତେବେ ଏହି ଅଫରର ଫାଇଦା କିନ୍ତୁ ପୋଷ୍ଟେପେଡ ୟୁଜର୍ସ ଉଠାଇପାରିବେ। ଏମିତିରେ ଗୋଟିଏ ପୋଷ୍ଟ ପେଡ ପ୍ଳାନରୁ ୪ ଜଣ ଲୋକ ଲାଭ ପାଇପାରିବେ।

ଜିଓ ନିଜ ପ୍ରିୟ ୟୁଜର୍ସଙ୍କ ପାଇଁ ଭଲ ଦାମରେ ନୂଆ ଅଫର ଆଣିଥାଏ। ଯେଉଁଥିରେ ୟୁଜର୍ସ ଅଧିକ ଲାଭ ଉଠାଇପାରିବେ। କିନ୍ତୁ ଏବେର ଖାସ ଅଫର କେବଳ ପୋଷ୍ଟପେଡ ଗ୍ରାହକଙ୍କ ପାଇଁ ରହିଛି। ଏହି ପ୍ଳାନର ନାମ ରହିଛି ଫ୍ୟାମିଲି ପ୍ଲାନ।

୯୯୯ ଟଙ୍କା ପ୍ଳାନ:

ଦର୍ଶକବନ୍ଧୁ ଜିଓର ଏହି ବେଷ୍ଟ ଫ୍ୟାମିଲି ପ୍ଳାନ ର ଦାମ ରହିଛି ମାତ୍ର ୯୯୯ ଟଙ୍କା। ଏଥିରେ ସୁବଠୁ ଖାସ କଥା ହେଉଛି ଏହି ଗୋଟିଏ ପ୍ଳାନରୁ ୪ ଜଣ ଲୋକ ଲାଭ ଉଠାଇପାରିବେ। ଏଥିରେ ଅନଲିମିଟେଡ କଲିଂ ସୁବିଧା ରହିଛି। ଏହା ବ୍ୟତିତ ଆପଣ ଏହି ପ୍ଳାନ ରେ ପ୍ରତିଦିନ ୧୦୦ ରୁ ଅଧିକ ଏସଏମଏସ୍‌ ପଠାଇପାରିବେ। ଯଦି ମୋବାଇଲ ଡାଟାର କଥା କହିବା ତେବେ ଏଥିରେ ୨୦୦ ଜିବି ଡାଟା ମିଳୁଛି । ଯଦି ଡାଟା ଶେଷ ହୋଇଯାଏ ତେବେ ଆପଣ ୧୦ ଟଙ୍କା ପ୍ରତି ଜିବି ହିସାବରେ ଡାଟା ପାଇପାରିବେ। ତେବେ ମନେ ରଖନ୍ତୁ ଏହି ଟପଅପ୍‌ ରିଚାର୍ଜ ଭାଲିଡିଟି କେବଳ ରିଚାର୍ଜ ପ୍ଲାନର ଭାଲିଡିଟି ପର୍ଯ୍ୟନ୍ତ ହିଁ ରହିବ।

ଜିଓର ଏହି ଖାସ ପ୍ଲାନରେ ଆପଣଙ୍କୁ Netflix, Amazon Prime, Disney+Hotstar ର ସବସ୍କ୍ରିପସନ ମିଳିବ। ଏହା ୧ ବର୍ଷ ପାଇଁ ରହିବ। ଏହାବ୍ୟତିତ ଆପଣ ଜିଓ ଟିଭି, ଜିଓ ସିକ୍ୟୁରିଟି , ଜିଓ କ୍ଲାଉଡ ସହ ଜିଓ ର ଅନ୍ୟ ସୁବିଧାର ଲାଭ ଉଠାଇପାରିବେ। ଏହି ପ୍ଳାନରେ ୫୦୦ ଜିବି ଡାଟା ରୋଲ ଓଭର ସୁବିଧା ମିଳିବ।

୭୯୯ ଟଙ୍କା ପ୍ଳାନ:
କମ୍ପାନୀ ର ଏହି ପ୍ଲାନର ଲାଭ ମଳ୍ଟିପୁଲ ୟୁଜର୍ସ ଉଠାଇପାରିବେ। ଏଥିରେ ଆପଣ ୨ ଟି ଏକ୍ସଟ୍ରା ସିମ ଆଡ୍‌ କରିପାରିବେ। ଏହା ମଧ୍ୟ ଫ୍ୟାମିଲି ପୋଷ୍ଟ ପେଡ ପ୍ଳାନ। କମ୍ପାନୀ ଏହି ପ୍ଳାନରେ ୧୫୦ ରୁ ୨୦୦ ଜିବି ମଧ୍ୟରେ ଡାଟା ସୁବିଧା ମିଳିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.