୧୧୯ ଟଙ୍କାରେ ପାଆନ୍ତୁ ଦୈନିକ ୧.୫ ଜିବି ଡାଟା
ଜିଓର ୧୧୯ ଟଙ୍କା ରିଚାର୍ଜ ପ୍ଲାନ, ଯେଉଁଥିରେ ଆପଣ ପାଇବେ ଡେଲି ଡାଟା ସହିତ କଲିଂ ଏବଂ ଏସଏମଏସ୍ ବେନିଫିଟ୍ସ
ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଜିଓର ଆସିଲା ଆଉ ଏକ ବହୁତ ବଡ଼ ପ୍ଲାନ। ନିଜ ୟୁଜର୍ସଙ୍କୁ ପୁଣିଥରେ ସରପ୍ରାଇଜ ଦେଇଛି ଜିଓ ଟେଲିକମ କମ୍ପାନୀ। ଆଉ ଏହା ସେମାନଙ୍କ ବହତୁ ବଡ଼ ଫାଇଦା ମଧ୍ୟ ଯୋଗାଇବ। ଏହି ପ୍ଲାନରେ ଆପଣଙ୍କୁ ଅନଲିମିଟେଡ ବେନିଫିଟସ୍ ମିଳିବ । ଯଦି ଆପଣ ଅନଲିମିଟେଡ କଲିଂର ମଜା ଉଠାଇବାକୁ ଚାହୁଁଛନ୍ତି ତେବେ ଜିଓର ଏକ ଶସ୍ତା ପ୍ରିପଡେ ପ୍ଲାନ ଆସିଛି। ଯାହାକୁ ରିଚାର୍ଜ କରି ଆପଣ ନିଜ ବଜେଟକୁ ତାକୁ ଫିଟ କରାଇପାରିବେ। ଏହାସହିତ ପାଇବେ ଢ଼େର ସାରା ବେନିଫିଟସ। ଏମିତିରେ ଆପଣ ଅନେକ ମହଙ୍ଗା ରିଚାର୍ଜ ପ୍ଲାନ ତ ଦେଖୁଥିବେ। ଆଜି କିନ୍ତୁ ପୁରା ଶସ୍ତା ପ୍ଳାନ ସମ୍ପର୍କରେ ଆପଣଙ୍କୁ କହିବୁ।
ଜିଓ ରିଚାର୍ଜ ପ୍ଲାନକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ। ଭାରତରେ ଶସ୍ତା ଇଣ୍ଟରନେଟ ପ୍ଳାନ ଦେବା ପାଇଁ ଜିଓ ନାମ ପ୍ରଥମରେ ଆସେ। ଶସ୍ତା ଦାମରେ ପ୍ରାୟ ଅନେକ ଟେଲିକମ କମ୍ପାନୀ ନୂଆ ନୂଆ ପ୍ଳାନ ଆଣିଥାନ୍ତି । ଏଥିରେ ରିଲାଏନ୍ସ ଜିଓ ଟେଲିକମ କମ୍ପାନୀ ରେସ୍ ରେ ପ୍ରଥମରେ ରହିଛି। ଆଜି ବି ଗ୍ରାହକ ମାନେ ରିଲାଏନ୍ସ ଜିଓ କୁ ବେଶି ପସନ୍ଦ କରୁଛନ୍ତି। ଜିଓର ରିଚାର୍ଜ ପୋର୍ଟଫୋଲିୟୋରେ ଆପଣଙ୍କୁ ବହୁ ପ୍ରକାର ପ୍ଲାନ୍ସ ଏବଂ ଅପସନ ମିଳିବ । ଯଦି ଆପଣ ଏକ ଏପରି ପ୍ଲାନ ଚାହୁଁଛନ୍ତି, ଯେଉଁଥିରେ ଡାଟା କଲିଙ୍ଗ ଏବଂ ଅନ୍ୟାନ୍ୟ ବେନିଫିଟ୍ସ ମିଳୁ, ତେବେ ଜିଓ ର ଏହି ଅପସନ କୁ ବାଛନ୍ତୁ ।
ଜିଓ ଡେଲି ୧.୫ଜିବି ଡାଟାର ବହୁ ପ୍ରକାର ପ୍ଲାନ୍ସ ଅଫର କରୁଛି । ଏହି ଲିଷ୍ଟରେ ୧୧ ମାସ ପର୍ଯ୍ୟନ୍ତ ଭାଲିଡିଟିର ପ୍ଲାନ୍ସ ସାମିଲ ଅଛି । ଏଥିରେ ପ୍ରତିଦିନ ୧.୫ ଜିବି ଡାଟାର ସବୁଠାରୁ ଶସ୍ତା ପ୍ଲାନ ବିଷୟରେ କହିବାକୁ ଯାଉଛୁ । ଏଥିପାଇଁ ଆପଣଙ୍କୁ କେବଳ ୧୧୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହା କମ୍ପାନିର ସବୁଠାରୁ ଶସ୍ତା ଡାଟା ପ୍ଲାନ । ଏଥିରେ ୟୁଜର୍ସଙ୍କୁ ଡେଲି ଡାଟା ସହିତ କଲିଂ ଏବଂ ଏସଏମଏସ୍ ବେନିଫିଟ୍ସ ମଧ୍ୟ ମିଳୁଛି । ଏହି ପ୍ଲାନ ଜିଓ ଆପ୍ସର ଏଡିସନାଲ ସବସ୍କ୍ରିପସନ ସହିତ ଆସୁଛି । ଏହି ପ୍ଲାନର ଭାଲିଡିଟି ୧୪ ଦିନ । ଏଥିରେ ୟୁଜର୍ସ ଡେଲି ୧.୫ ଜିବି ଡାଟା ଅର୍ଥାତ ୨୧ ଜିବି ଡାଟା ପାଇବେ ।
ଏହା ବ୍ୟତୀତ ବ୍ୟବହାରକାରୀଙ୍କୁ ଅନଲିମିଟେଡ ଭଏସ୍ କଲିଂ ଏବଂ ୩୦୦ ଏସଏମଏସର ଆକ୍ସେସ ମିଳିବ । ଏହାସହ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଏବଂ ଜିଓ କ୍ଲାଉଡର କପ୍ଲିମେଣ୍ଟ୍ରୀ ଆକ୍ସେସ ମଧ୍ୟ ମିଳିବ । ତେବେ ଏହି ପ୍ଲାନ ସେହି ୟୁଜର୍ସଙ୍କ ପାଇଁ ଲାଭ ଦାୟକ ଯେଉଁମାନେ ସ୍ମାର୍ଟ ଟର୍ମ ପାଇଁ ଭଲ ଡାଟା, କଲିଙ୍ଗ ଏବଂ ଅନ୍ୟ ବେନିଫିଟ୍ସ ଚାହୁଁଛନ୍ତି । ଏହାକୁ ଛାଡିଦେଲେ ଆପଣ ୧୯୯ ଟଙ୍କାରେ ୨୩ ଦିନ ପାଇଁ ଏହି ସମାନ ସୁବିଧା ପାଇ ପାରିବେ ।