Jio ୟୁଜର୍ସମାନଙ୍କ ପାଇଁ ଗୁଡ୍ ନ୍ୟୁଜ୍, ବଢ଼ାଇଲା ଏହି ଦମଦାର୍ ଅଫରର ଭାଲିଡିଟି

Jio ତା’ର ୟୁଜର୍ସମାନଙ୍କୁ ସବୁ ମାସରେ କିଛି ନା କିଛି ନୂଆ ଅଫର ପ୍ରଦାନ କରିଥାଏ । ଗତ ମାସରେ ଆରମ୍ଭ ହୋଇଥିବା ଦମଦାର୍ ଅଫରର ଭାଲିଡିଟିକୁ ବଢ଼ାଇ ଏହାର କୋଟି କୋଟି ୟୁଜର୍ସଙ୍କ ପାଇଁ ଖୁସି ଆଣିଛି । ରିଲାଏନ୍ସ Jio ଗତ ମାସରେ IPL ଅର୍ଥାତ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆରମ୍ଭ ହେବା ପୂର୍ବରୁ ଏହି ଅଫର ଆରମ୍ଭ କରିଥିଲା, ଯେଉଁଥିରେ ୟୁଜର୍ସମାନେ ୯୦ ଦିନ ପାଇଁ JioHotstar ର ଫ୍ରି ସବସକ୍ରିପସନ୍ ପାଉଥିଲେ । ପୂର୍ବରୁ, Jio ଏହି ଅଫର ୧୭ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଦାନ କରିଥିଲା, ଯାହାକୁ ଏବେ ୧୫ ଏପ୍ରିଲ୍ ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି । ୟୁଜର୍ସମାନେ ଆଗାମୀ ୧୫ ଦିନ ପାଇଁ ଏହି ଅଫରର ଲାଭ ଉଠାଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ଅଫରଟି କ’ଣ?

୨୯୯ ଟଙ୍କାର ପ୍ଲାନରେ, Jio ୟୁଜର୍ସମାନଙ୍କୁ ୯୦ ଦିନ ପାଇଁ ଫ୍ରି Jio Hotstar ର ସବସ୍କ୍ରିପସନ୍ ପ୍ରଦାନ କରାଯାଉଛି । ଏହି ପ୍ଲାନ୍ ବ୍ୟତୀତ, କମ୍ପାନୀ JioFiber କିମ୍ବା JioAirFiber ୟୁଜର୍ସମାନଙ୍କୁ ୫୦ ଦିନର ଫ୍ରି ଟ୍ରାଏଲ୍ ମଧ୍ୟ ପ୍ରଦାନ କରୁଛି । ଏହି କ୍ରିକେଟ୍ ସିଜିନରେ କମ୍ପାନୀ ଏହାର ୨୯୯ ଟଙ୍କାର ପ୍ଲାନ୍ ସହିତ ୟୁଜର୍ସଙ୍କୁ ୯୦ ଦିନ ପାଇଁ Jio Hotstar ସବସ୍କ୍ରିପସନ୍ ପ୍ରଦାନ କରୁଛି । ଏହା ବ୍ୟତୀତ, ଏହି ପ୍ଲାନରେ ୟୁଜର୍ସମାନଙ୍କୁ ୨୮ ଦିନର ଭାଲିଡିଟି ମିଳିଥାଏ, ଯେଉଁଥିରେ ୟୁଜର୍ସମାନଙ୍କୁ ପ୍ରତିଦିନ ୧.୫ GB ହାଇ ସ୍ପିଡ୍ ଡାଟା, ୧୦୦ ଟି ଫ୍ରି SMS ଏବଂ ଅନଲିମିଟେଡ୍ କଲିଂର ସୁବିଧା ମିଳିଥାଏ ।

Jio ର ଏହି ଅଫର ନୂଆ ୟୁଜର୍ସମାନଙ୍କ ସହିତ ପୁରୁଣା Jio ୟୁଜର୍ସମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ । ୧୭ ମାର୍ଚ୍ଚ ପୂର୍ବରୁ Jio ର ୨୯୯ ଟଙ୍କାର ପ୍ଲାନକୁ ସବସ୍କ୍ରାଇବ୍ କରିଥିବା ୟୁଜର୍ସାନଙ୍କୁ ୧୦୦ ଟଙ୍କାର ଆଡ-ଅନ୍ ସହିତ ୯୦ ଦିନର ଫ୍ରି Jio Hotstar ସବସ୍କ୍ରିପସନ୍ ମିଳିବ । ପୁରୁଣା ୟୁଜର୍ସମାନଙ୍କୁ ୨୯୯ ଟଙ୍କା ରିଚାର୍ଜ କରି ଏହି ଅଫରର ଲାଭ ମିଳିବ । ସେହିପରି ନୂଆ Jio କାର୍ଡ ୟୁଜର୍ସମାନଙ୍କୁ ୨୯୯ ଟଙ୍କାର ପ୍ରଥମ ରିଚାର୍ଜ ସହିତ ଏହି ଅଫରର ଲାଭ ଦିଆଯିବ ।

କମ୍ପାନୀ Jio Fiber ଏବଂ Jio AirFiber ସହିତ ୮୦୦ ରୁ ଅଧିକ ଟିଭି ଚ୍ୟାନେଲ୍, ୧୧ ରୁ ଅଧିକ OTT ଆପ୍, ଅନଲିମିଟେଡ୍ ୱାଇ-ଫାଇ ଇଣ୍ଟରନେଯ୍ ଫ୍ରିରେ ପ୍ରଦାନ କରୁଛି । କମ୍ପାନୀ ନୂଆ ୟୁଜର୍ସଙ୍କୁ ୫୦ ଦିନ ପାଇଁ ଫ୍ରିଚ ଟ୍ରାୟଲ୍ ପ୍ରଦାନ କରୁଛି ।

ଏହି ପ୍ଲାନରେ ମଧ୍ୟ ମିଳିବ ଅଫର :
Jio ଏହା ବ୍ୟତୀତ, ନିଜର ୩୪୯ ଟଙ୍କା, ୮୯୯ ଟଙ୍କା ଏବଂ ୯୯୯ ଟଙ୍କା ପ୍ଲାନ୍ ସହିତ ୯୦ ଦିନ ପାଇଁ ଫ୍ରି Jio Hotstar ସବସ୍କ୍ରିପସନ୍ ମଧ୍ୟ ପ୍ରଦାନ କରୁଛି । ୩୪୯ ଟଙ୍କାର ପ୍ଲାନରେ, ୟୁଜର୍ସମାନଙ୍କୁ ୨୮ ଦିନର ଭାଲିଡିଟି ମିଳିଥାଏ । ଏହି ପ୍ଲାନରେ ୟୁଜର୍ସମାନ୍ଙକୁ ଦୈନିକ ୨GB ହାଇ ସ୍ପିଡ୍ ଡାଟାର ସୁବିଧା ମିଳୁଛି । ଏହା ସହିତ ଆପଣଙ୍କୁ ଅନଲିମିଟେଡ୍ କଲିଂ ଏବଂ ଫ୍ରି SMS ର ସୁବିଧା ମଧ୍ୟ ମିଳିବ । ସେହିଭଳି ୮୯୯ ଏବଂ ୯୯୯ ଟଙ୍କାର ପ୍ଲାନରେ ୟୁଜର୍ସମାନଙ୍କୁ ୮୪ ଦିନର ଭାଲିଡିଟି ପ୍ରଦାନ କରାଯାଉଛି ।