ନିଜ ସ୍ମାର୍ଟଫୋନ ସାହାଯ୍ୟରେ ଏବେ ଆପଣ ନିଜ ଟିଭିରେ କରିପାରିବେ ଭିଡ଼ିଓ କଲ୍‌, ବାସ୍‌ ଫଲୋ କରନ୍ତୁ ଏହି ଷ୍ଟେପ

ଏବେ ଆପଣ ନିଜ ଟିଭିରୁ କରିପାରିବେ ଭିଡିଓ କଲ୍‌। ହଁ, ଆଜ୍ଞା ଆପଣ ନିଜ ଟିଭିରେ କରିପାରିବେ ଭିଡିଓ କଲ୍‌। ଜିଓ ଫାଇବର ୟୁଜର୍ସଙ୍କ ପାଇଁ ଆସିଲା ଖୁସି ଖବର। ଜିଓ ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ଏକ ଖାସ୍‌ ଫିଚର ଲଞ୍ଚ୍‌ କରିଛି, ଯାହାର ନାଁ ହେଉଛି Camera On Mobile। ଏହି ଫିଚର ସାହାଯ୍ୟରେ ଏବେ ଆପଣ ଆପଣଙ୍କ ଟିଭିରେ ଭିଡିଓ କଲ୍‌ କରିପାରିବେ। ସବୁଠୁ ଖାସ୍‌ କଥା ହେଉଛି ଯେ ଭିଡିଓ କଲିଙ୍ଗ୍‌ କରିବା ପାଇଁ ଆପଣଙ୍କୁ ୱେବକ୍ୟାମର ଆବଶ୍ୟକତା ପଡିବନି।

ଜିଓ ଲଞ୍ଚ୍‌ କରିଥିବା କ୍ୟାମେରା ଅନ୍‌ ମୋବାଇଲ୍‌ ଫିଚର ଜିଓ ଜଏନ୍‌ ଆପରେ ଉପଲବ୍ଧ ଅଛି। ଏହି ଫିଚର ୟୁଜର୍ସଙ୍କ ଫୋନ କ୍ୟାମେରାରେ ଭିଡିଓ କଲ୍‌ ପାଇଁ ଏକ ଇନପୁଟ ଡିଭାଇସ୍‌ ର ସୁବିଧା ଦେଇଛି। ଜିଓଫାଇବର ଭଏସ୍‌ ମାଧ୍ୟମରେ ଆପଣ ସ୍ମାର୍ଟ ଟିଭିରେ ଭିଡିଓ କଲ୍‌ କରିପାରିବେ। ଏହାବ୍ୟତୀତ ୟୁଜର୍ସ ଲ୍ୟାଣ୍ଡଲାଇନ୍‌ ନମ୍ବର ବ୍ୟବହାର କରି ମଧ୍ୟ Jio Join ଆପ୍‌ ଜରିଆରେ ଭଏସ୍‌ କଲ୍‌ କରିପାରିବେ।

ଏହି ଭିଡିଓ କଲ୍‌ ଆପଣ କରିବେ କେମିତି?
-ସ୍ମାର୍ଟ ଟିଭି ଜରିଆରେ ଭିଡିଓ କଲ୍‌ କରିବା ପାଇଁ ଆପଣଙ୍କୁ Jio Join ଆପକୁ ଯାଇ ନିଜ ମୋବାଇଲ ନମ୍ବର ଏଣ୍ଟର କରି ସାଇନ୍‌ ଇନ୍‌ କରିବାକୁ ହେବ।
-ଏହାପରେ ଆପରେ ଦେଖାଯାଉଥିବା ‘କ୍ୟାମେରା ଅନ୍‌ ମୋବାଇଲ’ ଫିଚରକୁ ଅନ୍‌ କରିବାକୁ ହେବ।
-ଏବେ ଆପଣ ନିଜ ଫୋନର କ୍ୟାମେରାକୁ ୱେବକ୍ୟାମ୍‌ ଭାବେ ବ୍ୟବହାର କରି ସ୍ମାର୍ଟ ଟିଭି ଜରିଆରେ ଭିଡିଓ କଲ୍‌ କରିପାରିବେ।
-ଜିଓ ଫାଇବର ଭିଡିଓକୁ କ୍ଲିୟର କରିବା ପାଇଁ ଓ୍ଵାଇ-ଫାଇ ବ୍ୟାଣ୍ଡର ବ୍ୟବହାର କରିବାକୁ ପରାମର୍ଶ ଦେଇଛି।

ୱେବକ୍ୟାମ୍‌ ଭାବରେ ମୋବାଇଲ କ୍ୟାମେରାକୁ ଟିଭିରେ ବ୍ୟବହାର କରିବାର ସୁବିଧା ଦେଇଛି ଜିଓ, ଯାହା ସବୁଠୁ ବଡ କଥା। ଏମିତିରେ ଜିଓ ଫାଇବର ଗ୍ରାହକଙ୍କୁ ଆଉ ଅଲଗା ଭାବରେ ୱେବକ୍ୟାମ୍‌ କିଣିବାର ଆବଶ୍ୟକ ପଡିବନାହିଁ।

ଜିଓ ନିକଟରେ ନିଜ ୱେବ ବ୍ରାଉଜର ଜିଓ ପେଜ ପାଇଁ ଷ୍ଟେଡି ମୋଡ୍‌ ଫିଚର ଲଞ୍ଚ୍‌ କରିଥିଲା। କମ୍ପାନୀ ଦାବି କରିଛି ଯେ ଏହି ଫିଚର ୟୁଜର୍ସଙ୍କର ବହୁତ କାମରେ ଆସିବ। ଜିଓର ନୂଆ ଫିଚର ବିଷୟରେ କହିବା ତ ଷ୍ଟଡି ମୋଡ୍‌ ନିଜ ୟୁଜର୍ସଙ୍କ କ୍ଲାସ୍‌ ହିସାବରେ କଣ୍ଟେଣ୍ଟ ଉବଲବ୍ଧ କରିଥାଏ। ଏଥିରେ ୟୁଜର୍ସଙ୍କୁ ସବଜେକ୍ଟର ଅନୁରୂପ ଭିଡିଓ ଚ୍ୟାନେଲ ଚୟନ କରିବାକୁ ପରାମର୍ଶ ମିଳିଥାଏ। ୟୁଜର୍ସ ଏହି ଚ୍ୟାନେଲକୁ ନିଜ ମନପସନ୍ଦ କ୍ୟାଟେଗୋରୀରେ ଯୋଡି ପାରିବେ। ଏହାବ୍ୟତୀତ ଏଜୁକେସନ ୱେବସାଇଟ୍ସ ଲିଙ୍କ୍‌ ଦିଆଯାଉଛି, ଯାହାଦ୍ୱାରା ୟୁଜର୍ସ ସିଧାସଳଖ ସେହି ୱେବସାଇଟକୁ ଯାଇ ପାରିବେ। ଯେମିତି ଗୁଗଲ ସର୍ଚ୍ଚ କରି ତାଙ୍କର ସମୟ ନଷ୍ଟ ହେବ ନାହିଁ।

Leave A Reply

Your email address will not be published.