Jio Fiber ଗ୍ରାହକଙ୍କ ପାଇଁ ବଡ଼ ଉପହାର, କେବଳ ୧୦୧ ଟଙ୍କାରେ ୨୦ଜିବି ଡାଟା!

ରିଲାଏନ୍ସ ଜିଓ ନିଜ ବ୍ରଡ୍‌ବ୍ୟାଣ୍ଡ Jio Fiber ଗ୍ରାହକଙ୍କ ପାଇଁ ନୂଆ ଡାଟା ଭାଉଚର ଆଣିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୧୦୧ ଟଙ୍କା। Jio Fiberର ନୂଆ ଡାଟା ଭାଉଚର ପ୍ଲାନ୍ସ ଜିଓର େଓ୍ଵବ୍‌ସାଇଟ ଏବଂ ମାଇଁ ଜିଓ ଆପ୍ସରେ ଦେଖାଯାଇପାରିବ। ତେବେ ଏହି ନୂଆ ପ୍ଲାନ୍ସକୁ ଦେଖିବା ପାଇଁ ଗ୍ରାହକମାନଙ୍କୁ ଲଗ୍‌ ଇନ୍‌ କରିବାକୁ ପଡ଼ିବ। ଏହି ପ୍ଲାନ୍‌ରେ ୨୦ ଜିବିରୁ ଆରମ୍ଭ କରି ୨୦୦୦ ଜିବି ଏବଂ ୨ ଟିବି ପଯ୍ୟର୍ନ୍ତ ଡାଟା ମିଳୁଛି।

jio1

ଜିଓ ଡାଟା ଭାଉଚରର ଫାଇଦା

ଯଦି ଆପଣଙ୍କ Jio Fiber ପ୍ଲାନ୍‌ର ଡାଟା ସରିଯାଉଛି, ତା’ହେଲେ ଆପଣ ଏହି ରିଚାର୍ଜ କରିପାରିବେ। କିନ୍ତୁ ଏଥିରେ ଆପଣଙ୍କ ବଳକା ଡାଟା ଆସନ୍ତା ମାସରେ କ୍ୟାରୀ ଫରଓ୍ଵାଡ୍‌ ହୋଇପାରିବ ନାହିଁ।

jo1

ରିପୋର୍ଟ ମୁତାବକ, Jio Fiber ଗ୍ରାହକଙ୍କ ପାଇଁ ଜିଓ ୬ଟି ଡାଟା ଭାଉଚର ଆଣିଛି। ସେଗୁଡ଼ିକ ହେଲା, ୧୦୧ ଟଙ୍କା, ୨୫୧ ଟଙ୍କା, ୫୦୧ ଟଙ୍କା, ୧୦୦୧ ଟଙ୍କା, ୨୦୦୧ ଟଙ୍କା ଏବଂ ୪୦୦୧ ଟଙ୍କା। ଏହି ଭାଉଚରରୁ ଆପଣଙ୍କ ପ୍ଲାନ୍‌ର ବୈଧତା ଉପରେ କୌଣସି ଫରକ୍‌ ପଡ଼ିବ ନାହିଁ। ପ୍ରକୃତରେ ଏହି ପ୍ଲାନ୍ସ ସେହି ଗ୍ରାହକଙ୍କ ପାଇଁ ଆସିଛି, ଯେଉଁମାନଙ୍କ ଡାଟା ଶୀଘ୍ର ସରିଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.