ରିଲାଏନ୍ସ ଜିଓ ଆଣିଲା ୫ ଟି ନୂଆ ପ୍ଲାନ, ପ୍ରତିଦିନ ବ୍ୟବହାର କରିପାରିବେ ଅନଲିମିଟେଡ଼ ଡାଟା

ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ୫ ଟି ନୂତନ ଫ୍ରିଡମ୍ ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରିଦେଇଛ | ଏହି ନୂତନ ପ୍ୟାକ୍ ଗୁଡିକ ଡାଟା ଫେୟାର ୟୁସେଜ ପଲିସି ଅଧୀନରେ ଅନ୍ତର୍ଭୁକ୍ତ । ସରଳ ଭାବରେ କହିବାକୁ ଗଲେ, ଏହି ଯୋଜନାଗୁଡ଼ିକ ପାଇଁ ଇଣ୍ଟରନେଟ୍ ବ୍ୟବହାର ଉପରେ କୌଣସି ଦୈନିକ ଲିମିଟ ରହିବ ନାହିଁ । ଆପଣ ପ୍ରତିଦିନ ଯେତିକି ଡାଟା ବ୍ୟବହାର କରିପାରିବେ ତାହା ବ୍ୟବହାର କରିପାରିବେ ।

ଜିଓ 127, 247, 447, 597 ଏବଂ 2,397 ଟଙ୍କା ମୂଲ୍ୟର 5 ଟି ନୂତନ ଫ୍ରିଡମ୍ ଯୋଜନା ଆରମ୍ଭ କରିଛି । ଯଦି 127 ଟଙ୍କା ଯୋଜନା ବିଷୟରେ କହିବା ତେବେ ଆପଣ 12 ଜିବି ଡାଟା, ଅସୀମିତ କଲିଂ, ଜିଓ ଆପ୍ଲିକେସନ ପାଇଁ କଂପିଲିମେଣ୍ଟ ସବସ୍କ୍ରିପସନ୍ ଏବଂ ପ୍ରତିଦିନ 100 SMS ମାଗଣା ପାଇ ପାରିବେ । 247 ଟଙ୍କା ଯୋଜନାରେ, 25 ଜିବି ଡାଟା 30 ଦିନ ପାଇଁ ଉପଲବ୍ଧ । ଏଥି ସହିତ, 60 ଦିନ ପାଇଁ 50GB 447 ଟଙ୍କା, 75GB 3 ମାସ ପାଇଁ 597 ଟଙ୍କା ସେହି ପରି 365GB ଡାଟା 365 ଦିନ ପାଇଁ ସବୁଠାରୁ ବଡ ପ୍ୟାକ୍ ରହିଛି । ବାକି ସମସ୍ତ ପ୍ଲାନ ଗୁଡିକ ସମାନ ରହିଛି ।

ବର୍ତ୍ତମାନ ଆପଣଙ୍କର ଇଣ୍ଟରନେଟ୍ ଧୀର ହେବାର ଅସୁବିଧା ସମାପ୍ତ ହୋଇଯିବ । ମୋଟ ଉପରେ କହିବା କୁ ଗଲେ ଏହି ନୂତନ ଜିଓ ଫ୍ରିଡମ୍ ଯୋଜନାରେ ଆପଣଙ୍କ ଉପରେ କୌଣସି ଚାପ ପଡିବ ନାହିଁ । ଯଦି ଆପଣ ଚାହାଁନ୍ତି, ଆପଣ ଏହାକୁ ଗୋଟିଏ ଦିନରେ ବ୍ୟବହାର କରିପାରିବେ କିମ୍ବା ପ୍ରତିଦିନ 2-3 ଜିବି ଡାଟା ବ୍ୟବହାର କରିବାକୁ ଚାହାଁନ୍ତି, ତେବେ ଆପଣ ଏହା କରିପାରିବେ ଏଥିରେ ଆପଣଙ୍କ ଡାଟାର ସ୍ପିଡ଼ କମିବ ନାହିଁ । ଏହିପରି ଭାବରେ, ଜିଓ ର ଏହି ନୂତନ ପ୍ରିପେଡ୍ ଯୋଜନାଗୁଡିକ ଉପଭୋକ୍ତାମାନଙ୍କୁ ବେଶ ପସନ୍ଦ ଆସିବା । କାରଣ ବର୍ତ୍ତମାନ, ଯେତେବେଳେ ଉପଭୋକ୍ତାମାନଙ୍କର ଦୈନିକ ଡାଟା ଲିମିଟ ସରିଯାଏ, ସେତେବେଳେ ନେଟ ଚଳାଇବା କଷ୍ଟକର ହୋଇଯାଏ ଏବଂ ତା’ପରେ ଆପଣଙ୍କୁ 11 କିମ୍ବା 21 ଟଙ୍କାର ଏକ ଛୋଟ ରିଚାର୍ଜ କରିବାକୁ ପଡେ । କିନ୍ତୁ ବର୍ତମାନ ଆପଣଙ୍କୁ ଏହା କରିବାକୁ ଏହା ପଡିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.