Jio ୟୁଜର୍ସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍, ଏବେ ୭୨ ଦିନିଆ ପ୍ଲାନରେ ପାଇବେ ୨୦ GB ଏକ୍ସଷ୍ଟ୍ରା ଡାଟା

Jio ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ । ୪୬ କୋଟିରୁ ଅଧିକ ଗ୍ରାହକ Jio ସହିତ ଜଡିତ ଅଛନ୍ତି । ଏଥି ସହ Jio ନିଜର ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ବିଭିନ୍ନ ରିଚାର୍ଜ ପ୍ଲାନ୍ ଅଫର କରେ । ଭଲ କଥା ହେଉଛି ଯେ Jio ତାର ସମସ୍ତ ପ୍ରକାରର ୟୁଜର୍ସଙ୍କୁ ଧ୍ୟାନରେ ରଖୁଛି । Jio ୟୁଜର୍ସଙ୍କ ଆବଶ୍ୟକତା ଅନୁସାରେ ଶସ୍ତା ଏବଂ ମହଙ୍ଗା ଉଭୟ ପ୍ଲାନ୍ ଲିଷ୍ଟରେ ଆଡ୍ କରିଛି ।
ନିକଟରେ ମୋବାଇଳ୍ ୟୁଜର୍ସଙ୍କ ମଧ୍ୟରେ ଇଣ୍ଟରନେଟ୍ ଡାଟା ବ୍ୟବହାର ଦ୍ରୁତ ଗତିରେ ବଢ଼ିଯାଇଛି । OTT ଷ୍ଟିମିଂର ବଢ଼ୁଥିବା କ୍ରେଜ୍ ମଧ୍ୟ ଡାଟା ବ୍ୟବହାରକୁ ବଢ଼ାଉଛି । ଏହାକୁ ଧ୍ୟାନରେ ରଖି Jio ଏବେ ଏକ ଦମଦାର୍ ରିଚାର୍ଜ ପ୍ଲାନ୍ ଆଣିଛି, ଯେଉଁଥିରେ କମ୍ପାନୀ ଲଙ୍ଗ ଭାଲିଡିଟି , ଅନଲିମିଟେଡ୍ କଲିଂ ସହିତ ଏକ୍ସଟ୍ରା ଡାଟା ପ୍ରଦାନ କରୁଛି ।
ବର୍ତ୍ତମାନ Jio ର ପୋର୍ଟଫୋଲିଓରେ ଏପରି ଏକ ରିଚାର୍ଜ ପ୍ଲାନ୍ ଆସିଛି ଯେଉଁଥିରେ ଆପଣ ବାରମ୍ବାର ପ୍ଲାନ୍ ରିଚାର୍ଜ କରିବାରୁ ମୁକ୍ତି ପାଇବେ । ଏଥି ସହ ଆପଣଙ୍କୁ କଲିଂ, ଡାଟା, OTT ଷ୍ଟ୍ରମିଂ ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡିବ ନାହିଁ । ଆମେ ଯେଉଁ ରିଚାର୍ଜ ପ୍ଲାନ୍ ବିଷୟରେ କହୁଛୁ ତାହାର ମୂଲ୍ୟ ୭୪୯ ଟଙ୍କା । ଏହି ପ୍ରିପେଡ୍ ପ୍ଲାନ୍ ସହିତ, Jio କୋଟି କୋଟି ୟୁଜର୍ସଙ୍କ ହ୍ରୁଦୟ ଜିତିଛି ।
ରିଲାଏନ୍ସ Jio ଏହାର ୭୪୯ ଟଙ୍କାର ପ୍ଲାନରେ ଗ୍ରାହକମାନଙ୍କୁ ୭୨ ଦିନର ଭାଲିଡିଟି ପ୍ରଦାନ କରୁଛି । କମ୍ପାନୀ ଏହି ପ୍ଲାନରେ ୭୨ ଦିନ ପାଇଁ ସମସ୍ତ ଲୋକାଲ୍ ଏବଂ STD ନେଟୱାର୍କରେ ଅନଲିମିଟେଡ୍ କଲିଂ ପ୍ରଦାନ କରୁଛି । ଅର୍ଥାତ୍ ଏବେ ଆପଣ ବିନା ଟେନସନରେ ଲୋକଙ୍କ ସହିତ ଖୋଲାଖୋଲି କଥା ହୋଇପାରିବେ । ଫ୍ରି କଲିଂ ସହିତ Jio ସମସ୍ତ ନେଟୱାର୍କକୁ ପ୍ରତିଦିନ ୧୦୦ ଟି ଫ୍ରି SMS ମଧ୍ୟ ଅଫର କରେ ।
Jio ର ଏହି ୭୨ ଦିନିଆ ପ୍ଲାନରେ ଡାଟା ବେନିଫିଟ୍ସ ବିଷୟରେ କହିବାକୁ ଗଲେ, ଏହା ପୁରା ଭାଲିଡିଟି ପାଇଁ ୧୬୪ GB ଡାଟା ପ୍ରଦାନ କରେ । ଏହାର ଅର୍ଥ ହେଉଛି ଆପଣ ଆପଣଙ୍କର ଦୈନନ୍ଦିନ କାମ, ଇଣ୍ଟରନେଟ୍ ବ୍ରାଉଜିଂ ଏବଂ ଅନ୍ୟାନ୍ୟ କାମ ପାଇଁ ପ୍ରତିଦିନ ୨ GB ପର୍ଯ୍ୟନ୍ତ ଡାଟା ବ୍ୟବହାର କରିପାରିବେ । ଆପଣଙ୍କ ପାଇଁ ଖୁସି ଖବର ହେଉଛି ଯେ Jio ଏହି ପ୍ଲାନରେ ୟୁଜର୍ସମାନଙ୍କୁ ୨୦ GB ଏକ୍ସଟ୍ରା ଡାଟା ଦେଉଛି । ଦୈନିକ ଡାଟା ଲିମିଟ୍ ସରିବା ପରେ ମଧ୍ୟ ଆପଣ ଇଣ୍ଟରନେଟ୍ ବ୍ୟବହାର କରିପାରିବେ କିନ୍ତୁ ଏହି ସମୟ ମଧ୍ୟରେ ଆପଣଙ୍କୁ କେବଳ ୬୪ Kbps ସ୍ପିଡ୍ ମିଳିବ ।
ଏହି ରିଚାର୍ଜ ପ୍ଲାନରେ ରିଲାଏନ୍ସ Jio କିଛି ଆଡିସ୍ନାଳ୍ ବେନିଫିଟ୍ସ ପ୍ରଦାନ କରୁଛି । ଏଥିରେ ୟୂଜର୍ସମାନଙ୍କୁ ୯୦ ଦିନ ପାଇଁ Jio ହଟଷ୍ଟାର ଫ୍ରି ସବସ୍କ୍ରିପସନ୍ ଦିଆଯାଉଛି । ଏହା ସହିତ, ପ୍ଲାନରେ ୫୦ GB AI cloud ଷ୍ଟୋରେଜ୍ ମଧ୍ୟ ପ୍ରଦାନ କରାଯାଉଛି । Jio ଏହି ପ୍ଲାନରେ ଗ୍ରାହକମାନଙ୍କୁ Jio TV ର ଫ୍ରି ଆକ୍ସେସ୍ ମଧ୍ୟ ଦେଉଛି, ଯାହା ଦ୍ବାରା ଆପଣ ଫ୍ରିରେ ଟିଭି ଚ୍ୟାନେଲଗୁଡିକରେ ମଜା ନେଇପାରିବେ ।