ଜିଓ ଲଞ୍ଚ କଲା ନ୍ୟୁଜ୍ ଆପ୍, ୧୨ଟି ଭାଷାରେ ସବୁ ଚ୍ୟାନେଲରୁ ପାଇ ପାରିବେ ଖବର

ନୂଆଦିଲ୍ଲୀ : ଟେଲିକମ ଦୁନିଆରେ ବିରାଟକାୟ ପରିବର୍ତ୍ତନ ଆଣିଛି ଜିଓ। ଏନେଇ ଗ୍ରାହକଙ୍କୁ ବିଭିନ୍ନ ସୁବିଧା ଯୋଗାଇଥିବା ବେଳେ ଅନେକ ଆର୍କଷଣୀୟ ଅଫର ମଧ୍ୟ ଯୋଗାଉଛି। ଏବେ ଜିଓ ନିଜ ଗ୍ରାହକଙ୍କ ପାଇଁ ଲଞ୍ଚ କରିଛି ଜିଓ ନ୍ୟୁଜ୍ ଆପ। ଏହା ଗ୍ରାହକଙ୍କୁ ସମୟନୁଯାୟୀ ଅପଡେଟେଡ୍ ନ୍ୟୁଜ୍ ଯୋଗାଇବା ବୋଲି କୁହାଯାଇଛି। ଏଥିରେ ଆପଣ ଲୋକସଭା ନିର୍ବାଚନରୁ ଆରମ୍ଭ କରି ଆଇପିଏଲ ମ୍ୟାଚ ପର‌୍ୟ୍ୟନ୍ତ ସବୁ ଖବର ପାଇ ପାରିବେ।

ଜିଓ ନ୍ୟୁଜ ଆପକୁ ଗ୍ରାହକ ଆନଡ୍ରୋଏଡ, ଆଇଓଏସ ଏବଂ ୱେବରେ ବ୍ୟବହାର କରିପାରିବେ। ଏଥିରେ ଗ୍ରାହକ ମୋଟ ୧୨ଟି ଭାଷାରେ ନ୍ୟୁଜ୍ ପାଇପାରିବେ। ଏହା ଦେଶର ସମସ୍ତ ଜନତାଙ୍କ ପାଖକୁ ନ୍ୟୁଜ ପହଞ୍ଚାଇବ ବୋଲି ସୂଚନା ରହିଛି। ଏଥିରେ ୧୫୦ଟି ଲାଇଭ ନ୍ୟୁଜ୍ ଚ୍ୟାନେଲ, ୮୦୦ଟି ମ୍ୟାଗାଜିନ୍ ଏବଂ ୨୫୦ଟି ନ୍ୟୁଜପେପରକୁ ସାମିଲ କରାଯାଇଛି। ଏହା ଛଡ଼ା ଜିଓ ନ୍ୟୁଜ୍ ଆପରେ ୧୫୦ଟି ଲାଇଭ୍ ଟିଭି ନ୍ୟୁଜ୍ ଚ୍ୟାନେଲ ମଧ୍ୟ ସାମିଲ ଅଛନ୍ତି। ଜିଓ ବ୍ୟବହାର କରୁଥିବା ସମସ୍ତ ବ୍ୟକ୍ତି ଏହି ଆପର ଫାଇଦା ଉଠାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.