ରିଲାଏନ୍ସ Jio ୟୁଜର୍ସଙ୍କ ପାଇଁ ଖୁସି ଖବର । ରିଚାର୍ଜ ପ୍ଲାନ୍ଗୁଡିକର ଦାମ୍ ବଢ଼ିବାପରେ, Jio ଏବେ ନୂଆ ଅଫର ଆଣିଛି । ଏହାର କୋଟି କୋଟି ଗ୍ରାହକଙ୍କୁ ଖୁସି କରିବାକୁ Jio ଚୁପଚାପ୍ ଏହାର ପ୍ଲାନକୁ ଶସ୍ତା କରିଛି । Jio ଦ୍ୱାରା ଲଞ୍ଚ ହୋଇଥିବା ଏହି ପ୍ଲାନର ଦାମ ହେଉଛି ୧୦୨୯ ଟଙ୍କା । ଯଦି ଆପଣ ଏକ ନୂଆ ରିଚାର୍ଜ ପ୍ଲାନ୍ ନେବାକୁ ଚାହୁଁଛନ୍ତି ତେବେ ଆପଣ ବର୍ତ୍ତମାନ ଏହି ପ୍ଲାନର ଫାଇଦା ବିଷୟରେ ଜାଣି ରଖନ୍ତୁ ।
୧୦୨୯ ଟଙ୍କା ପ୍ଲାନରେ ରିଲାଏନ୍ସ Jio ଦ୍ୱାରା ଏକ ବଡ ଅପଡେଟ୍ ଦିଆଯାଇଛି । ଯଦି ଆପଣ ଏକ ଏଭଳି ପ୍ଳାନ୍ ଖୋଜୁଛନ୍ତି ଯେଉଁଥିରେ ଏଣ୍ଟରଟେନମେଣ୍ଟ ପ୍ୟାକ୍ ମଧ୍ୟ ପାଇପାରିବେ । ତେବେ ଏହା ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରେ । Jio ର ଏହି ପ୍ଲାନ୍ରେ ମିଳୁଛି ଆମାଜନ ପ୍ରାଇମ୍ ଭିଡିଓର ଭ୍ୟାଲିଡିଟି ।
Jio ର ରିଚାର୍ଜ ପ୍ଲାନ୍ ଲିଷ୍ଟରେ ଏକ ସ୍ପେସିଆଲ ଅଫର :
ରିଲାଏନ୍ସ Jio ର ୧୦୨୯ ଟଙ୍କ ପ୍ଲାନ୍ରେ, ଆପଣ ୮୪ ଦିନର ଦୀର୍ଘ ସମୟ ପର୍ଯ୍ୟନ୍ତ ଏକ ଭ୍ୟାଲିଡିଟି ପାଇବେ । ପ୍ଲାନ୍ ଦ୍ୱାରା ଆପଣ ୮୪ ଦିନ ପାଇଁ ଅନ୍ଲିମିଟେଡ୍ ଫ୍ରି’ କଲିଂ କରିପାରିବେ । କମ୍ପାନୀ ଏହାର ୟୁଜର୍ସମାନଙ୍କୁ ସମୁଦାୟ ୧୬୮GB ଡାଟା ଅଫର କରିଛନ୍ତି ଯେଉଁଥିରେ ଆପଣ ସବୁ ଦିନ 2GB ର ହାଇ ସ୍ପିଡ୍ ଡାଟା ବ୍ୟବହାର କରିପାରିବେ । ଏହା ସହ ଆପଣ ସବୁଦିନ ୧୦୦ ଫ୍ରି’ SMS ମଧ୍ୟ ପାଇବେ ।
ଆପଣଙ୍କୁ କହିରଖୁଛୁ ଯେ, Jio ର ଏହି ପ୍ଳାନ୍ ଅନ୍ଲିମିଟେଡ୍ ଟ୍ରୁ 5G ସହିତ ଆସିଥାଏ । ତେଣୁ, ଯଦି ଆପଣଙ୍କ ଅଞ୍ଚଳରେ 5G ଡାଟାର କନେକ୍ଟିଭିଟି ଅଛି ତେବେ ଆପଣ ଯେତିକି ଚାହିଁବେ ଫ୍ରି’ରେ ଅନ୍ଲିମିଟେଡ୍ 5G ଡାଟା ବ୍ୟବହାର କରିପାରିବେ । ମନେରଖନ୍ତୁ ଦୈନିକ ଡାଟା ଲିମିଟ୍ ସରିଯିବା ପରେ, ଆପଣ ୬୪Kbps ସ୍ପିଡ୍ ଡାଟା କନେକ୍ଟିଭିଟି ପାଇବେ ।
ଆମାଜନ ପ୍ରାଇମ ଲାଇଟ୍ର ମିଳିବ ସବ୍ସ୍କ୍ରିପସନ୍ :
Jio ର ଏହି ପ୍ଳାନ୍ ହେଉଛି OTT ଷ୍ଟ୍ରିମିଂ ପାଇଁ ସବୁଠୁ ବଡ ଅପ୍ସନ୍ । ଏହି ପ୍ଲାନ୍ରେ କମ୍ପାନୀ ଆମାଜନ ପ୍ରାଇମ୍ ଲାଇଟ୍ ର ସବ୍ସ୍କ୍ରିପସନରେ ପରିବର୍ତ୍ତନ ଆଣିଛି । ଏହି ୧୦୨୯ ଟଙ୍କା ପ୍ଲାନ୍ ସହିତ କମ୍ପାନୀ ୫୬ ଦିନ ପାଇଁ ଗ୍ରାହକଙ୍କୁ ଆମାଜନ ପ୍ରାଇମକୁ ଆକ୍ସେସ ପ୍ରଦାନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାର ଭ୍ୟାଲିଡିଟି ବଢ଼ାଇ ଦିଆଯାଇଛି । Jio ର ଏହି ପ୍ଳାନ୍ରେ, ବର୍ତ୍ତମାନ ଗ୍ରାହକମାନେ ୫୬ ଦିନ ବ୍ୟତୀତ ୮୪ ଦିନ ପାଇଁ ଆମାଜନ ପ୍ରାଇମ୍ର ଫ୍ରି’ ସବ୍ସ୍କ୍ରିପସନ୍ ପାଇବେ ।