IPL ପୂର୍ବରୁ Jioର ଧମାକା, ଲଞ୍ଚ୍‌ ହେଲା ୬ ନୂଆ ପ୍ଲାନ୍ସ ! ଫ୍ରିରେ ମିଳିବ ଡାଟା ଭାଉଚର

ଆଇପିଏଲ ସିଜନ ଆରମ୍ଭ ହେବା ପୂର୍ବରୁ ଜିଓ ଅନେକ ପ୍ଲାନ୍ସକୁ ଲଞ୍ଚ୍‌ କରିଛି । କମ୍ପାନୀ ୬ଟି ନୂଆ ପ୍ରିପେଡ ରିଚାର୍ଜ ପ୍ଲାନ୍ସକୁ ଲଞ୍ଚ୍‌ କରିଛି । ଏଥିରେ ୩ଟି ପ୍ଲାନ୍ସରେ ଡାଟା ଏବଂ କଲିଙ୍ଗ୍‌ ସହିତ ଫ୍ରି ଡାଟା ଭାଉଚର ମିଳୁଛି । ଅର୍ଥାତ୍‌ ୟୁଜର୍ସଙ୍କୁ ରିଚାର୍ଜ ପ୍ଲାନ୍ସ ସହିତ ଡାଟା ଭାଉଚର ଫ୍ରି ମିଳୁଛି ।

ଆଇପିଏଲ ସିଜନ ଆରମ୍ଭ ହେବା ପୂର୍ବରୁ ଜିଓ ଅନେକ ପ୍ଲାନ୍ସକୁ ଲଞ୍ଚ୍‌ କରିଛି । କମ୍ପାନୀ ୬ଟି ନୂଆ ପ୍ରିପେଡ ରିଚାର୍ଜ ପ୍ଲାନ୍ସକୁ ଲଞ୍ଚ୍‌ କରିଛି । ଏଥିରେ ୩ଟି ପ୍ଲାନ୍ସରେ ଡାଟା ଏବଂ କଲିଙ୍ଗ୍‌ ସହିତ ଫ୍ରି ଡାଟା ଭାଉଚର ମିଳୁଛି । ଅର୍ଥାତ୍‌ ୟୁଜର୍ସଙ୍କୁ ରିଚାର୍ଜ ପ୍ଲାନ୍ସ ସହିତ ଡାଟା ଭାଉଚର ଫ୍ରି ମିଳୁଛି । କମ୍ପାନୀ ଏହି ପ୍ଲାନ୍ସ କ୍ରିକେଟ ବୋନାଞ୍ଜା ଅଫର ସହିତ ଲଞ୍ଚ୍‌ କରିଛି । ତାହେଲେ ଆସନ୍ତୁ ଜାଣିବା ଏହାକୁ ଡିଟେଲ୍ସରେ ।

ଆଇପିଏଲ ବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆରମ୍ଭ ହେବାକୁ ଯାଉଛି । କ୍ରିକେଟର ଏହି ଟୁର୍ଣ୍ଣମେଣ୍ଟକୁ ଆପଣ ଜିଓ ସିନେମାରେ ଲାଇଭ ଦେଖିପାରିବେ । ଆଇପିଏଲର ନୂଆ ସିଜନ ଚଳିତ ମାସ ଶେଷରେ ଆରମ୍ଭ ହେବାକୁ ଯାଉଛି । ଏବଂ ଏହା ପୂର୍ବରୁ କମ୍ପାନୀ ନୂଆ ପ୍ଲାାନ୍ସକୁ ଘୋଷଣା କରିଦେଇଛି । ଜିଓର ନୂଆ ଅଫର ବର୍ତ୍ତମାନର ଉପଲବ୍ଧ ଥିବା ଏବଂ ନୂଆ ଉଭୟ କଞ୍ଜ୍ୟୁମର୍ସଙ୍କ ପାଇଁ ରହିଛି ।

ଜିଓ କ୍ରିକେଟ ପ୍ଲାନ୍ସ ସାହାଯ୍ୟରେ ୟୁଜର୍ସ ଲାଇଭ ମ୍ୟାଚ ଦେଖିପାରିବେ । ଏଥିରେ ୟୁଜର୍ସଙ୍କୁ ବିଭିନ୍ନ କ୍ୟାମେରା ଆଙ୍ଗଲ ସେଟ୍‌ କରିବାର ମଧ୍ୟ ସୁବିଧା ମିଳିବ । ଏହିଭଳି ଭାବେ ଆପଣ ମଲ୍ଟିପଲ କ୍ୟାମେରା ଆଙ୍ଗଲରେ ୪କେ କ୍ୟାଲିଟୀରେ ଦେଖିପାରିବେ । ଜିଓ ନିଜର ଏହି ନୂଆ ପ୍ଲାନ୍ସର ସୂଚନା ପ୍ରେସ ରିଲିଜ୍‌ ଜାରି କରି ଜଣାଇଛି ।

ଜିଓ ତିନିଟି ନୂଆ କ୍ରିକେଟ ପ୍ଲାନ ଲଞ୍ଚ୍‌ କରିଛି, ଯେଉଁଥିରେ ୟୁଜର୍ସଙ୍କୁ ୩ଜିବି ଡାଟା ଏବଂ ଏଡିସନ ଫ୍ରି ଡାଟା ଭାଉଚର ସୁବିଧା ମିଳୁଛି । ଆଇପିଏଲର ଆରମ୍ଭ ୩୧ ମାର୍ଚ୍ଚରେ ହେବାକୁ ଅଛି । ଜିଓ ଲଞ୍ଚ୍‌ କରିଥିବା ତିନିଟି ପ୍ଲାନ୍ସ ମଧ୍ୟରୁ ସର୍ବପ୍ରଥମେ କଥା ହେବା ୯୯୯ ଟଙ୍କିଆ ପ୍ଲାନ୍‌ ବିଷୟରେ । ଏଥିରେ ୟୁଜର୍ସଙ୍କୁ ୩ଜିବି ଡାଟା ଏବଂ ଅନଲିମିଟେଡ କଲିଙ୍ଗର ସୁବିଧା ମିଳିଥାଏ । ଏହାସହିତ କଞ୍ଜ୍ୟୁମର୍ସଙ୍କୁ ୨୪୧ ଟଙ୍କିଆ ଭାଉଚର ଫ୍ରିରେ ମିଳୁଛି । ଯେଉଁଥିରେ ୟୁଜର୍ସଙ୍କୁ ୪୦ଜିବି ଡାଟା ଫ୍ରିରେ ମିଳିବ । ଏହାର ଭ୍ୟାଲିଡିଟୀ ରହିଛି ୮୪ ଦିନ ।

୩୯୯ ଟଙ୍କିଆ ଏବଂ ୨୧୯ ଟଙ୍କିଆ ପ୍ଲାନ୍‌

ଜିଓର ୩୯୯ ଟଙ୍କିଆ ପ୍ଲାନ ଏବଂ ୨୧୯ ଟଙ୍କିଆ ପ୍ଲାନରେ ୟୁଜର୍ସଙ୍କୁ ଡେଲି ୩ଜିବି ଡାଟା ଏବଂ ଅନଲିମିଟେଡ ଭଏସ କଲିଙ୍ଗ ମିଳିଥାଏ । ଦୁଇଟି ପ୍ଲାନର ଭ୍ୟାଲିଡିଟୀ ଏବଂ ଭାଉଚର ଅଫର ମାମଲାରେ ଦୁଟା ଅଲଗା ଅଲଗା ରହିଛି । ୩୯୯ ଟଙ୍କିଆ ପ୍ଲାନରେ ୟୁଜର୍ସଙ୍କୁ ୬୧ ଟଙ୍କାର ଭାଉଚର ଫ୍ରିରେ ମିଳିଥାଏ । ଯାହା ୬ଜିବି ଆଡିସନାଲ ଡାଟା ଅଫର କରିଥାଏ ।

ଏହି ପ୍ଲାନର ଭ୍ୟଲିଡିଟୀ ୨୮ ଦିନର ଅଟେ । ଯଦି କଥା ହେବା ୨୧୯ ଟଙ୍କିଆ ପ୍ଲାନ୍‌ ବିଷୟରେ ତାହେଲେ ଏଥିରେ ୟୁଜର୍ସଙ୍କୁ ୧୪ ଦିନର ଭ୍ୟାଲିଡିଟୀ ମିଳିଥାଏ । ଏହାସହିତ ୟୁଜର୍ସଙ୍କୁ ୨ଜିବି ଫ୍ରି ଡାଟା ମିଳିଥାଏ । ଏହାବ୍ୟତୀତ କମ୍ପାନୀ ତିନିଟି ନୂଆ ଡାଟା ଆଡ୍‌ ଅନ୍ସ ମଧ୍ୟ ଇଣ୍ଟ୍ରଡ୍ୟୁସ୍‌ କରିଛି ।

ତିନୋଟି ଡାଟା ଭାଉଚର ମଧ୍ୟ ଲଞ୍ଚ୍‌ ହୋଇଛି

ଜିଓର ୨୨୨ ଟଙ୍କିଆ ରିଚାର୍ଜ ପ୍ଲାନରେ ୫୦ଜିବି ଡାଟା ମିଳିଥାଏ । ଏହାର ଭ୍ୟାଲିଡିଟୀ ଆପଣଙ୍କ ବେସ ପ୍ଲାନର ବୈଧତା ପର୍ଯ୍ୟନ୍ତ ରହିଥାଏ । ସେହିପରି ୪୪୪ ଟଙ୍କିଆ ଡାଟା ଭାଉଚରରେ ୟୁଜର୍ସଙ୍କୁ ୧୦୦ଜିବି ଡାଟା ମିଳିଥାଏ । ଏହାର ବୈଧତାା ୬୦ ଦିନ ପର୍ଯ୍ୟନ୍ତ ରହିଛି । ଏହାବ୍ୟତୀତ ଜିଓର ୬୬୭ ଟଙ୍କିଆ ପ୍ଲାନରେ ୟୁଜର୍ସଙ୍କୁ ୧୫୦ଜିବି ଡାଟା ମିଳିଥାଏ । ଏହାର ଭ୍ୟାଲିଡିଟୀ ରହିଛି ୯୦ ଦିନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.