ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ଜିଓ ଫୋନ୍ ୨ର ବିକ୍ରି : ଜାଣନ୍ତୁ କେମିତି ଏବଂ କେଉଁଠୁ କିଣିବେ

ଜିଓ ନିଜର ନୂଆ ଫିଚର ଫୋନ ୨ର ଆଜି ଫ୍ଲାସ୍ ସେଲ୍ ହେବାକୁ ଯାଉଛି । ଏହି ଫୋନର ବିକ୍ରି ଆଜି ଦିନ ୧୨ଟାରୁ jio.comରେ ହେବ । ଏବେ ୱେବସାଇଟରେ ଫୋନର ବୁକିଂର ବ୍ୟାନର୍ ଏବଂ ଲିଙ୍କ୍ ଖୋଲିଗଲାଣି । ତେବେ ଫ୍ଲାସ୍ ସେଲରୁ ଜଣା ପଡୁଛି ଜିଓ ଫୋନ ୨ର ଷ୍ଟକ୍ କମ୍ ଅଛି । ଯଦି ଆପଣ ଚାହୁଁଛନ୍ତି ଏହି ଫୋନର ମାଲିକ ହେବା ପାଇଁ ତେବେ ଜାଣନ୍ତୁ କେମିତି କିଣିବେ ।
କେମିତି କିଣିବେ :
ଏହି ଫୋନ୍ ଆପଣ www.jio.com କିମ୍ବା My jio App ରେ କିଣିପାରିବେ । ଅର୍ଡର କରିବା ପାଇଁ ପ୍ରଥମେ ଏହି ଆପକୁ ଯାଆନ୍ତୁ । ଏହା ପରେ ଏରଗ୍ଧ ଘକ୍ଟଙ୍ଗ ରେ କ୍ଲିକ୍ କରନ୍ତୁ । କ୍ଲିକ୍ କରିବା ପରେ ନୂଆ ପେଜ୍ ଖୋଲିବ । ଏହି ମୋବାଇଲ୍ କିଣିବାକୁ ହେଲେ ନିଜର ନାଁ, ମୋବାଇଲ୍ ନମ୍ବର, ଠିକଣା, ଇ- ମେଲ୍ ଆଇଡି ଏବଂ ପିନ୍ କୋର୍ଡ ଦେବାକୁ ପଡିବ । ଏହା ପରେ ୨୯୯୯ ଟଙ୍କା ପେମେଂଟ୍ କରିବେ । ପେମେଂଟ୍ ପରେ ଆପଣଙ୍କୁ ଏକ ମେସେଜ୍ ମିଳିବ ଏବଂ ଆଗାମୀ ୭ ଦିନ ମଧ୍ୟରେ ଏହି ଫୋନ୍ ଆପଣଙ୍କୁ ମିଳିଯିବ । ତେବେ ଡେଲିଭରୀ ସମୟରେ ଆପଣଙ୍କୁ ପଚରାଯିବ ଆପଣଙ୍କ ଘରେ ଡେଲିଭରୀ ଚାହୁଁଛନ୍ତି ନା କୌଣସି ଷ୍ଟୋରରୁ ନେବେ ।
ଫିଚର୍ସ :
ଏଥିରେ କ୍ବାର୍ଟି କି ବୋର୍ଡ, ୪ଜି ସପୋର୍ଟ, ୨.୪ ଇଂଚ୍ ଡିସପ୍ଲେ, ୨୦୦୦ ଏମଏମଏଚର ବ୍ୟାଟେରୀ, ୫୧୨ ଏମବି ରାମ ଏବଂ ୪ଜିବି ଷ୍ଟୋରେଜ୍ ରହିଛି ଯାହାକୁ ୧୨୮ ଜିବି ଯାଏ ବଢାଯାଇପାରିବ । ଏହା ସହ ରହିଛି ୨ ମେଗାପିକ୍ସେଲ୍ ରିୟର୍ କ୍ୟାମେରା ଏବଂ ୦.୩ ମେଗାପିକ୍ସେଲ୍ ଫ୍ରଣ୍ଟ୍ କ୍ୟାମେରା ।