ଜିଓ ତାର ଗ୍ରାହକଙ୍କୁ ଖୁସି କରିବା ପାଇଁ ପୁଣି ଏକ ଅଫର ନେଇ ଆସିଛି। ଏଥର ରିଲାଏନ୍ସ ରିଟେଲ ଜିଓଫୋନ ନେକ୍ସଟ ପାଇଁ ଲିମିଟେଡ ଅଫର ପିରିୟଡ ବହାର କରିଛି। ଏବେ ଗ୍ରାହକ ନିଜ 4G ଫିଚରଫୋନ କିମ୍ବା ସ୍ମାର୍ଟଫୋନ କୁ କେବଳ ୪୪୯୯ ଟଙ୍କାରେ ଏକଦମ ନୂଆ ଜିଓ ଫୋନ ନେକ୍ସଟ୍ ସହ ବଦଳାଇପାରିବେ।
ଯେଉଁ ଗ୍ରାହକଙ୍କ ପାଖରେ ପୁରଣା ଜିଓଫୋନ ରହିଛି, ସେମାନେ ଏଥିରେ ସର୍ବାଧିକ ୨୦୦୦ ଟଙ୍କା ଯାଏ ଏକ୍ସଚେଞ୍ଜ ଅଫର ହାସଲ କରିପାରିବେ। କିନ୍ତୁ ଏହି ଏକ୍ସଚେଞ୍ଜ ଅଫର ଫୋନର କଣ୍ଡିସନ ଉପରେ ନିର୍ଭର କରୁଛି।
Reliance Jio ତରଫରୁ ଯୁଜର୍ସଙ୍କୁ ଜିଓ ଏବେ ଶାନଦାର ଏକ୍ସଚେଞ୍ଜ ଅଫର ଦିଆଯାଇଛି । ଯେଉଁଥିରେ ଜିଓ ଗ୍ରାହକ ଜିଓଫୋନ ନେକ୍ସଟ କୁ ମାତ୍ର ୪୪୯୯ ଟଙ୍କାରେ ପାଇପାରିବେ। ସାଧାରଣ ଭାବେ କହିବାକୁ ଗଲେ ଯେଉଁ ଗ୍ରାହକଙ୍କ ପାଖରେ ପୁରଣା ଜିଓଫୋନ ରହିଛି, ସେମାନେ ଏଥିରେ ସର୍ବାଧିକ ୨୦୦୦ ଟଙ୍କା ଯାଏ ଏକ୍ସଚେଞ୍ଜ ଅଫର ହାସଲ କରିପାରିବେ। କିନ୍ତୁ ଏହି ଏକ୍ସଚେଞ୍ଜ ଅଫର ଫୋନର କଣ୍ଡିସନ ଉପରେ ନିର୍ଭର କରୁଛି। ଏବେ ଆସନ୍ତୁ ଜାଣିବା ଏହି ଡିଲ୍ ବିଷୟରେ ….
କମ୍ପାନୀ ଅଫର:
ଯଦି ଆପଣ ଜିଓ ଏକ୍ସଚେଞ୍ଚ ଅଫରରେ JioPhone Next ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି, ଆପଣଙ୍କୁ ୪୪୯୯ ଟଙ୍କା ଦେବାକୁ ପଡ଼ିବ । କିନ୍ତୁ ଯଦି ଆପଣ ବିନା ଏକ୍ସଚେଞ୍ଜ ଅଫରରେ JioPhone Next କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୬୪୯୯ ଟଙ୍କା ଦେବାକୁ ପଡ଼ିବ । ଫୋନ କିଣିବା ସମୟରେ ଏକ୍ସଚେଞ୍ଜ ଅଫର ସହ ଆପଣ ଜିଓ ଫାଇନାନ୍ସ ସ୍କିମର ଲାଭ ଉଠାଇ ପାରିବେ। ଏହାବ୍ୟତୀତ ଗ୍ରାହକ iPhone Next ସ୍ମାର୍ଟଫୋନକୁ ସହଜ କିସ୍ତିରେ କିଣିପାରିବେ। ଏହି କିସ୍ତି ଉପରେ ଫୋନ ସହ ଡାଟା ଓ କଲିଂ ସୁବିଧା ଅଫର କରାଯାଉଛି।
JioPhone Nextର ସ୍ପେସିଫିକେସନ୍ସ:
ଜିଓ ଫୋନ ନେକ୍ଟ ସ୍ମାର୍ଟଫୋନରେ ୫.୪୫ ଇଞ୍ଚର ଟଚ୍ ସ୍କ୍ରିନ HD Display ଦିଆଯାଇଛି। ଏହାର ସ୍କ୍ରିନ ରିଜୋଲ୍ୟୁସନ ୭୨୦ x ୧୪୪୦ Pixel ରହିଛି । ଜିଓଫୋନର ରିୟର ପ୍ୟାନେଲରେ ସିଙ୍ଗଲ ୧୩ MP କ୍ୟାମେରା ଓ ସେଲ୍ଫି ପାଇଁ ଫ୍ରଣ୍ଟସାଇଡରେ ୮ MP କ୍ୟାମେରା ଦିଆଯାଇଛି। JioPhone Next ସ୍କାର୍ଟଫୋନରେ ୨ GB ରାମ୍ ଓ ୩୨ GB ଇନବିଲ୍ଟ ଷ୍ଟୋରେଜ ରହିଛି। ଫୋନରେ ପ୍ରୋସେସର Qualcomm Snapdragon – 215 ଚିପସେଟ ସପୋର୍ଟ ଦିଆଯାଇଛି। JioPhone Next ସ୍ମାର୍ଟଫୋନ ବ୍ୟବହାର କରିବା ପାଇଁ ଜିଓ ସିମ୍ ବ୍ୟବହାର କରିବା ଜରୁରୀ ।