ଜିଓର ୬୬୬ ଟଙ୍କା ପ୍ଳାନର ଫାଇଦା ପାଆନ୍ତୁ ମାତ୍ର ୧୫୦ ଟଙ୍କାରେ, ଏପରି ଉଠାଇପାରିବେ ଲାଭ

ଜିଓର ପ୍ଲାନରେ ଏବେ ଧମାକାଦାର ଡିସକାଉଣ୍ଟ ମିଳୁଛି। ୟୁଜର୍ସଙ୍କୁ ଖୁସି କରିବା ପାଇଁ ଏବେ କମ୍ପାନୀ ଦେଉଛି ବଢ଼ିଆ ଅଫର। ଯେଉଁଥିରେ ମିଳିବ ଭାରି ଡିସକାଉଣ୍ଟ।
ଦେଶର ବିଭିନ୍ନ ଟେଲିକମ କମ୍ପାନୀମାନେ ନିଜ ପ୍ଳାନ୍ସର ରେଟକୁ ବଢ଼ାଇ ଦେଇଛନ୍ତି । ଏହାବାଦ ବି Jio ଦ୍ଵିତୀୟ ପ୍ରାଇଭେଟଟେଲିକମ କମ୍ପାନୀଙ୍କ ତୁଳନାରେ ଶସ୍ତା ପ୍ଲାନ ମାନ ଅଫର କରିଛି । ଯଦି ଆପଣ ବି ଜଣେ ଜିଓ ୟୁଜର ତେବେ ଆପଣ ଜିଓର ଏହି ଶସ୍ତା ପ୍ଲାନର ଫାଇଦା ଉଠାଇ ପାରିବେ । ସେମିତିରେ ଶସ୍ତା ଓ ଭ୍ୟାଲ୍ଲୁ ଅଧିକ ମିଳିବା ମିଳିବା ଭିତରେ ଅନେକ ଫରକ ରହିଛି । ଏମିତିରେ ତ ଜିଓ ପ୍ଲାଟ୍ଫର୍ମରେ ଅନେକ ପ୍ଲାନ ମାନ ମହଜୂତ ଅଛି । ଯାହାକୁ ଭିନ୍ନ ଭିନ୍ନ ୟୁଜର୍ସଙ୍କ ଉପରେ ଫୋକସ କରିଥାଏ ।

ରିଲାଏନ୍ସ ଜିଓ ସବୁବେଳେ ନିଜ ପ୍ୟାକ କୁ ନେଇ ଚର୍ଚ୍ଚାରେ ରହିଥାଏ। ୫ଜି କୁ ନେଇ ଏବେ ଜିଓ ବେଶ ଚର୍ଚ୍ଚାରେ ମଧ୍ୟ ରହିଛି। ଆକାଶ ଅମ୍ବାନୀଙ୍କ କହିବା ଅନୁଯାୟୀ ଏହି ୫ଜି ସେବା ଆଗାମୀ ୧୫ ଅଗଷ୍ଟରୁ ଆରମ୍ଭ ହେବ। ଏମିତିରେ ଜିଓ ନିଜ ୟୁଜର୍ସଙ୍କୁ ଦେଇଛି ଖୁସି ଖବର। ଏମିତିରେ ଆପଣ ଡିସକାଉଣ୍ଟ ପାଇବା ପାଇଁ ବେଶି କିଛି କରିବାକୁ ପଡ଼ିବ ନାହିଁ। ଏହାର ଫାଇଦା ଆପଣ ଅତି ସହଜରେ ପାଇପାରିବେ। ଏବେ ଜାଣନ୍ତୁ ଏହି ଅଫର ସମ୍ପର୍କରେ..

ଜିଓର ସବୁଠୁ ପପୁଲାର ପ୍ଲାନ , ଯାହାର ବୈଧତା ୮୪ ଦିନ ପର୍ଯ୍ୟନ୍ତ ରହିଛି। ଏହାର ଦାମ ହେଉଛି ୬୬୬ ଟଙ୍କା। ଯାହାକି ଜିଓର ଏକ ପ୍ରିପେଡ ପ୍ଲାନ। ଏହା ଜିଓର ମନ ପସନ୍ଦ ପ୍ଳାନ। ଯଦି ଆପଣ ଏହାର ଫାଇଦା ଉଠାଉଛନ୍ତି ତେବେ ଆପଣଙ୍କ ପାଇଁ ଆଉ ଏକ ଖୁସି ଖବର। ଏଥିପାଇଁ ପେଟିଏମ ଦେଉଛି ବଢ଼ିଆ ଅଫର। ଯଦି ଆପଣ ପେଟିଏମରେ ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ବମ୍ପର ଡିସକାଉଣ୍ଟ ମିଳିବ।

ଜାଣିରଖନ୍ତୁ ଯେ ଆପଣଙ୍କୁ ଏଥିପାଇଁ ପ୍ରୋମୋ କୋଡର ବ୍ୟବହାର କରିବାକୁ ପଡ଼ିବ। ପ୍ରୋମୋ କେଡ କେବଳ ସେମାନଙ୍କୁ ନଜର ଆସିବ ଯେଉଁମାନଙ୍କ ନମ୍ବରରେ ଏହି ଅଫର ଲାଗୁ ହୋଇଥିବ। ଯଦି ଆପଣଙ୍କୁ ଏହି ପ୍ରୋମୋ କୋଡ ନଜର ଆସୁନାହିଁ ତେବେ ଆପଣ ଏହାର ଫାଇଦା ଉଠାଇପାରିବେ ନାହିଁ। ମାନେ ଆପଣଙ୍କ ପାଇଁ ଏହି ପ୍ଳାନ ଆପ୍ଲିକେବଲ ହେବ ନାହିଁ। ଯଦି ପ୍ରୋମୋ କୋଡ ମିଳୁଛି ତେବେ ୧୫୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବ।

ଜିଓର ୬୬୬ ଟଙ୍କା ପ୍ଳାନରେ ୮୪ ଦିନର ବୈଧତା ମିଳିଥାଏ। ଏଥିରେ ୟୁଜର୍ସ ଙ୍କୁଚ ପ୍ରତିଦିନ ୧.୫ଜିବି ଡାଟା ମିଳେ। ଏଥିରେ ଅନଲିମିଟେଡ କଲିଂ ସହିତ ପ୍ରତ୍ୟେକ ଦିନ ୧୦୦ ଏସଏମଏସ୍‌ ମିଳିବ । ଏଥିରେ ରିଚାର୍ଜ ପରେ ଆଗାମୀ ୩ମାସ ପର୍ଯ୍ୟନ୍ତ ଅନ୍ୟ ପ୍ଲାନର ଆବଶ୍ୟକତା ପଡ଼ିବ ନାହିଁ।

Leave A Reply

Your email address will not be published.