ଜିଓ ୟୁଜର୍ସଙ୍କ ପାଇଁ ଆସିଲା ବଢ଼ିଆ ସୁଯୋଗ, ଟିକେଟ୍‌ ବୁକ୍‌ ଠାରୁ ନେଇ ପିଏନଆର ଷ୍ଟାଟସ ସବୁ ପାଇବେ ଗୋଟିଏ ଆପରେ

ଏହି ଆପରେ ଆପଣଙ୍କୁ ଆହୁରି ଅନେକ ଖାସ୍‌ ସୁବିଧା ମଧ୍ୟ ମିଳିବ । କିନ୍ତୁ ସବୁଠାରୁ ଖାସ୍‌ କଥା ହେଉଛି ଟିକେଟ ବୁକିଙ୍ଗ ପାଇଁ ଆପଣଙ୍କୁ କୌଣସି ଅନ୍ୟ ସ୍ଥାନକୁ ଯିବାକୁ ପଡିବନାହିଁ । ଏହି ଆପରେ ହିଁ ଆପଣଙ୍କୁ ସବୁକିଛି ମିଳିଯିବ ।

ଟ୍ରେନ୍‌ ଟିକେଟ୍‌ ପାଇଁ ଆଉ ନାହିଁ ଟେନସନ୍‌…ଘରେ ବସି ମୋବାଇଲ ଆପରେ କରନ୍ତୁ ଟ୍ରେନ୍‌ ଟିକେଟ୍‌ ବୁକିଙ୍ଗ୍‌…ଜିଓ ୟୁଜର୍ସଙ୍କ ପାଇଁ ଆସିଲା ବଢ଼ିଆ ସୁଯୋଗ…

ଟେଲିକମ୍‌ କମ୍ପାନୀ ଜିଓ ମାର୍କେଟକୁ ଆସିବା ପରେ ହିଁ ଧମାଲ ମଚାଇ ରଖିଛି । କମ୍ପାନୀ ନିଜ ୟୁଜର୍ସଙ୍କ ପାଇଁ ଲଗାତର ନୂଆ ନୂଆ ସେବା ଗୁଡିକ ଲଞ୍ଚ୍‌ କରିବାରେ ଲାଗିଛି । କମ୍ପାନୀ ପକ୍ଷରୁ ୨୦୧୯ରେ ଏକ ଆପ୍‌ ଲଞ୍ଚ୍‌ କରାଯାଇଥିଲା । ଯାହାର ନାମ ଜିଓ ରେଲ୍‌ ଆପ୍‌ । ଯାହାଦ୍ୱାରା ୟୁଜର୍ସ ଟ୍ରେନ୍‌ ଟିକେଟ ବୁକ୍‌ କରିପାରିବେ । ତେବେ ଏହି ଆପର ଖାସିୟତ ଏୟା ଯେ ଏହା ଲୋକଙ୍କୁ କନଫର୍ମ ଟିକେଟ୍‌ ଦେବାରେ ହେଲ୍ପ କରିଥାଏ ।

ଜିଓ ରେଲ୍‌ ଆପକୁ କେବଳ ଜିଓ ଫୋନ୍‌ ୟୁଜର୍ସ ହିଁ ବ୍ୟବହାର କରିପାରିବେ । ଏହି ଆପରେ ଆପଣଙ୍କୁ ଆହୁରି ଅନେକ ଖାସ୍‌ ସୁବିଧା ମଧ୍ୟ ମିଳିବ । କିନ୍ତୁ ସବୁଠାରୁ ଖାସ୍‌ କଥା ହେଉଛି ଟିକେଟ ବୁକିଙ୍ଗ ପାଇଁ ଆପଣଙ୍କୁ କୌଣସି ଅନ୍ୟ ସ୍ଥାନକୁ ଯିବାକୁ ପଡିବନାହିଁ । ଏହି ଆପରେ ହିଁ ଆପଣଙ୍କୁ ସବୁକିଛି ମିଳିଯିବ । ଯେଉଁଥିରେ ଟିକେଟ ବୁକ ଠାରୁ ନେଇ ପିଏନଆର ଷ୍ଟାଟସ ପର୍ଯ୍ୟନ୍ତ ସବୁ କିଛି ସାମିଲ ରହିଛି । ଏହି ଆପକୁ ନେଇ ଜିଓ ଆରସିଟିସି ସହିତ ହାତ ମିଳାଇଛି ।

କେମିତି ଟିକେଟ ବୁକ୍‌ କରିବେ ଜାଣନ୍ତୁ

ଆପକୁ ଡାଉନଲୋଡ କରିବା ପରେ ଆମ ମନରେ ପ୍ରଥମେ ଏୟା ଆସିଥାଏ ଯେ ଏହି ଆପରେ କେମିତି ରେଳ ଟିକେଟ ବୁକ୍‌ କରାହେବ । ତେବେ ଆସନ୍ତୁ ଜାଣିବା ଷ୍ଟେପ ବାଏ ଷ୍ଟେପ ପୂରା ପ୍ରୋସେସ୍‌ ।
ଏଥିପାଇଁ ପ୍ରଥମେ ଆପଣଙ୍କୁ ଜିଓ ଫୋନରେ ମହଜୁଦ୍‌ ଥିବା ଜିଓ ରେଲ ଆପ୍‌ ଅପ୍ସନକୁ ଯିବାକୁ ହେବ ।
ଏଠାକୁ ଯିବା ପରେ ଆପଣଙ୍କୁ ଷ୍ଟେସନ ବାଛିବାକୁ ପଡିବ ଅର୍ଥାତ୍‌ କେଉଁ ଷ୍ଟେସନରୁ ଆପଣଙ୍କୁ କେଉଁ ଷ୍ଟେସନ ପର୍ଯ୍ୟନ୍ତ ଯିବାର ଅଛି ।
ଏହାପରେ ଆପଣଙ୍କୁ ଡେଟ୍‌ ସିଲେକ୍ଟ କରିବାକୁ ପଡିବ । ଏହାସବୁ କରିବା ପରେ ଆପଣଙ୍କୁ ଟ୍ରେନ ଏବଂ ସିଟ୍‌ ମଧ୍ୟ ବାଛିବାକୁ ହେବ ।

ବୁକିଙ୍ଗ ବ୍ୟତୀତ ମିଳିବ ଆହୁରି ଅନେକ ସୁବିଧା

ବୁକିଙ୍ଗ ବ୍ୟତୀତ ଆପଣଙ୍କୁ ଏହି ଆପରେ ଅନେକ ସୁବିଧା ମଧ୍ୟ ମିଳିଯିବ । ଯେମିତିକି ଏଥିରେ ଆପଣଙ୍କୁ ପିଏନଆର ଷ୍ଟାଟସ ମଧ୍ୟ ମିଳିଯିବ । ଏହାର ଅର୍ଥ ଏୟା ଯେ ଆପଣଙ୍କୁ ଟ୍ରେନର ସମୟ ଠାରୁ ନେଇ ପ୍ରତିଟି ସୂଚନା ମୋବାଇଲରେ ହିଁ ମିଳିଯିବ । ପିଏନଆର ପାଇଁ ଆପଣଙ୍କୁ ପ୍ରଥମେ ଟିକେଟ ବୁକ୍‌ କରିବାକୁ ହେବ । ଯାହାପରେ ଆପଣ ସହଜରେ ସମସ୍ତ ସୂଚନା ହାସଲ କରିପାରିବେ ।

ତେବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜିଓ ରେଲ୍‌ ଆପ ସାହାଯ୍ୟରେ ୟୁଜର ଟିକେଟ ବୁକ କରିବା ସହିତ ଟିକେଟକୁ କ୍ୟାନ୍ସଲ ମଧ୍ୟ କରିପାରିବେ । ଏହାସହିତ ରେଳ ଟିକେଟ ବୁକିଙ୍ଗର ପେମେଣ୍ଟ କରିବା ପାଇଁ ୟୁଜର ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡକୁ ବି ବ୍ୟବହାର କରିପାରିବେ ।

Leave A Reply

Your email address will not be published.