Reliance Jioର ୯୧ ଟଙ୍କିଆ ପ୍ଲାନ, ଡାଟା ସାଙ୍ଗକୁ ମିଳୁଛି କଲିଂ ଓ SMS ମାଗଣା

ରିଲାଏନ୍ସ ଜିଓକୁ ନିଜର ଶସ୍ତା ପ୍ଲାନ୍ସ ପାଇଁ ଲୋକେ ବହୁତ ପସନ୍ଦ କରନ୍ତି । ଜିଓର ଶସ୍ତା ପ୍ଲାନ୍ସରେ ଅନେକ ଏମିତି ପ୍ଲାନ୍ସ ରହିଛି ଯାହା ଗ୍ରାହକଙ୍କ ପାଇଁ ଭ୍ୟାଲୁ ଫର୍‌ ମନି ପ୍ରିପେଡ୍‌ ପ୍ଲାନ୍ସ ପ୍ରମାଣିତ ହେବ । କଲେଜ୍‌ ଯାଉଥିବା ଛାତ୍ର, ହାଉସଓ୍ଵାଇଫ୍‌ ଏବଂ ଶସ୍ତା ପ୍ରିପେଡ ସନ୍ଧାନରେ ଥିବା ଲୋକଙ୍କ ପାଇଁ ୧୦୦ ଟଙ୍କାରୁ ବି କମ୍‌ ଦାମରେ ଅନେକ ପ୍ଲାନ୍‌ ରହିଛି । ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ୁଥିବା ଥିବା ବେଳେ ଟେଲିକମ କମ୍ପାନୀମାନେ ମଧ୍ୟ ନୂଆ ନୂଆ ପ୍ଲାନ୍ ଆଣିବାରେ ବ୍ୟସ୍ତ । ତେବେ ଏହା ମଧ୍ୟରେ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏକ ଶସ୍ତା ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନର ମୂଲ୍ୟ ୧୦୦ ଟଙ୍କାରୁ କମ୍ ରହିଥିବା ବେଳେ ଏଥିରେ ଗ୍ରାହକଙ୍କୁ ଡାଟା, କଲିଂ ଓ ଏସଏମଏସ୍ ସୁବିଧା ମିଳୁଛି । ଏହି ପ୍ଲାନ୍ସରେ ଗ୍ରାହକ ଯେତେ ଇଚ୍ଛା ସେତେ କଥା ହୋଇପାରିବେ। ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ଜିଓର ୯୧ ଟଙ୍କିଆ ପ୍ଲାନ୍‌ ବିଷୟରେ ।

ନିକଟରେ ରିଲାଏନ୍ସ ଜିଓ ୯୧ ଟଙ୍କିଆ ଶସ୍ତା ପ୍ଲାନ୍ ମାର୍କେଟକୁ ଛାଡ଼ିଛି । ଏହି ପ୍ଲାନରେ ଗ୍ରାହକଙ୍କୁ ଅନେକ ବେନିଫିଟ୍ ମିଳୁଛି । ଏହା ଏକ ପ୍ରିପେଡ ରିଚାର୍ଜ ପ୍ଲାନ ହୋଇଥିବା ବେଳେ ଏଥିରେ ୟୁଜର୍ସଙ୍କୁ ୨୮ ଦିନ ପାଇଁ ଭାଲିଡିଟି ମିଳିଥାଏ । ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ ୦.୧ ଏମବି ଡାଟା ମିଳିବ । ଏଥିସହିତ ପ୍ଲାନରେ ୨୦୦ଏମବି ଡାଟା ଏକ୍ସଟ୍ରା ମିଳିଥାଏ । ମୋଟ ଉପରେ ଜିଓର ଏହି ପ୍ଲାନରେ ୩ ଜିବିର ଡାଟା ମିଳିଥାଏ । ଏହାସହିତ କୌଣସି ବି ନେଟଓ୍ଵାର୍କକୁ ୨୮ ଦିନ ପର୍ଯ୍ୟନ୍ତ ଅନଲିମିଟେଡ କଲିଙ୍ଗ୍‌ ଏବଂ ୫୦ ଫ୍ରି ଏସଏମଏସ ମିଳିଥାଏ । ଏହି ପ୍ଲାନ ସେହିମାନଙ୍କ ପାଇଁ ଯେଉଁମାନେ ନିଜ ପରିବାର, ବନ୍ଧୁ ପରିଜନଙ୍କ ସହିତ ବହୁତ କଥା ହୁଅନ୍ତି ।

ରିଲାଏନ୍ସ ଜିଓର ୭୫ ଟଙ୍କିଆ ପ୍ଲାନ୍‌

ଜିଓଫୋନର ୭୫ ଟଙ୍କାର ପ୍ଲାନ୍‌ ୨୩ ଦିନର ବୈଧତା ସହ ଆସିଥାଏ । ଏଥିରେ ପ୍ରତିଦିନ ୦.୧ଏମବି ଡାଟା ମିଳିବ । ଏହାବ୍ୟତୀତ ୨୦୦ଏମବି ଏକ୍ସଟ୍ରା ଡାଟା ମିଳିଥାଏ । ମୋଟ ଉପରେ ଜିଓର ଏହି ପ୍ଲାନରେ ୨.୫ଜିବି ଡାଟା ମିଳିଥାଏ । ଏହାସହିତ କୌଣସି ବି ନେଟଓ୍ଵାର୍କରେ ଅନଲିମିଟେଡ କଲିଙ୍ଗ୍‌ ଏବଂ ୫୦ ଫ୍ରି ଏସଏମଏସ ମିଳିଥାଏ। । ଏହି ପ୍ଲାନ ସେହିମାନଙ୍କ ପାଇଁ ଭଲ ହେବ ଯେଉଁମାନେ ଡାଟା ଠାରୁ ଅଧିକ କଲିଙ୍ଗ ଆବଶ୍ୟକ ପଡିଥାଏ ।

ରିଲାଏନ୍ସ ଜିଓର ୧୫ ଟଙ୍କିଆ ପ୍ଲାନ୍‌

ଅଧିକାଂଶ ଗ୍ରାହକଙ୍କୁ ଭ୍ୟାଲିଡିଟୀରୁ ଅଧିକ ଡାଟାର ଆବଶ୍ୟକ ରହିଥାଏ । ଜିଓ ନିଜର ଏହି ଗ୍ରାହକଙ୍କ ପାଇଁ ୧୫ ଟଙ୍କାର ଡାଟା ଆଡ୍‌ ଅନ୍‌ ପ୍ଲାନ ଦେଉଛି । ନିଜର ଡାଟା ଶେଷ ହେବା ପରେ ଆପଣ ୧୫ ଟଙ୍କାର ଏହି ପ୍ଲାନ ରିଚାର୍ଜ କରିପାରିବେ । ଏଥିରେ ଆପଣଙ୍କୁ ୧ଜିବି ଡାଟା ମିଳିଥାଏ । ଅର୍ଥାତ୍‌ ୧ଜିବି ପାଇଁ ଆପଣଙ୍କୁ ୧୫ ଟଙ୍କା ଦେବାକୁ ହେବ । ଏହି ପ୍ଲାନ୍‌ ଆପଣଙ୍କ ରେଗୁଲାର ପ୍ଲାନ୍‌ ସହିତ ଭ୍ୟାଲିଡ୍‌ ରହିଥାଏ ।

Leave A Reply

Your email address will not be published.