ଜିଓର ସୁପରହିଟ୍ ରିଚାର୍ଜ ପ୍ଲାନ, ମାତ୍ର ୨୫ଟଙ୍କାରେ ୨୮ଦିନର ଭ୍ୟାଲିଡିଟି ସହ ମିଳିବ ୨ଜିବି ଡାଟା ଅଫର

ରିଲାଏନ୍ସ ଜିଓ କମ୍ପାନୀ ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ ବାହାର କରୁୁଛି। କମ୍ପାନୀ ତରଫରୁ ଏହି ପ୍ଲାନ ସବୁକୁ ବିଭିନ୍ନ କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି। କିନ୍ତୁ ଏହାପରେ ବି ୟୁଜର୍ସମାନଙ୍କୁ ବେଷ୍ଟ ପ୍ଲାନକୁ ସିଲେକ୍ଟ କରିବାରେ ଅନେକ ସମସ୍ୟା ହୋଇଥାଏ।
ଏହି ପରିସ୍ଥିତିରେ ଯଦି ଆପଣ ଅଧିକ ଇଣ୍ଟରନେଟ ଡାଟା ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ ସେହି ପ୍ଲାନ ସମ୍ପର୍କରେ, ଯାହା ଜିଓର ସବୁଠୁ ବେଷ୍ଟ ପ୍ଲାନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପ୍ଲାନ ଅନ୍ତର୍ଗତ ଆପଣଙ୍କୁ ଦୈନିକ ୨ଜିବି ଡାଟା ମିଳିବ। ଏବେ ଜାଣି ନିଅନ୍ତୁ ସେହି ସବୁ ପ୍ଲାନ ସମ୍ପର୍କରେ..
୨୫ଟଙ୍କା ପ୍ଲାନ:
ରିଲାଏନ୍ସ ଜିଓ କମ୍ପାନୀ ତରଫରୁ ୨୫ ଟଙ୍କା ପ୍ଲାନ ଅଫର ରହିଛି, ଯେଉଁଥିରେ ୟୁଜର୍ସଙ୍କୁ ମିଳିବ ୨୮ ଦିନରେ ମୋଟ ୨ ଜିବି ଡାଟା। ଜିଓର ଏହି ଡାଟା ଆଡ୍ ଅନ୍ ପ୍ଲାନ କମ୍ ହୋଇଥିବା କାରଣରୁ ଏଥିରେ ଆପଣଙ୍କୁ କଲିଂ ସହ ଏସଏମ୍ଏସ୍ ର ସୁବିଧା ମିଳିବ ନାହିଁ।
୬୧ଟଙ୍କା ପ୍ଲାନ:
୪ଜି ଡାଟା ଭାଉଚର ପାଇ ଁ କମ୍ପାନୀ ତରଫରୁ ୬୧ ଟଙ୍କା ପ୍ଲାନ ଅଫର ମଧ୍ୟ ରଖାଯାଇଛି। ଏଥିରେ ୟୁଜର୍ସଙ୍କୁ ମିଳିବ ଆଡିସନାଲ ଡାଟା। ଏହାସହ ୟୁଜର୍ସଙ୍କୁ ୨୮ ଦିନରେ ମୋଟ ୬ଜିବି ଡାଟା ଅଫର ମିଳିବ। କିନ୍ତୁ ମେସେଜ ଓ କଲିଂ ର ସୁବିଧା ଏଥିରେ ଦିଆଯାଇନାହିଁ।
୧୨୨ଟଙ୍କା ପ୍ଲାନ:
ଏହି ପ୍ଳାନ ୨୮ଦିନର ଭ୍ୟାଲିଡିଟି ସହ ଆସୁଛି। ଏଥିରେ ୟୁଜର୍ସଙ୍କୁ ଦୈନିକ ୧ଜିବି ଡାଟା ମିଳିବ। କିନ୍ତୁ ଏସଏମଏସ୍ ସହ କଲିଂ ସୁବିଧା ଏଥିରେ ଉପଲବ୍ଧି ନାହିଁ।
୧୫୨ଟଙ୍କା ପ୍ଲାନ:
ଏହାମଧ୍ୟ କମ୍ପାନୀର ଡାଟା ଆଡ୍ ଅନ୍ ପ୍ଲାନ। ଏହା ଭ୍ୟାଲିଡିଟି ସମୟ ହେଉଛି ୨୮ଦିନ। ଏଥିରେ ୟୁଜର୍ସଙ୍କୁ ମିଳିବ ଦୈନିକ ୨ ଜିବି ଡାଟା। ଏଥିରେ ୟୁଜର୍ସଙ୍କୁ ମୋଟ ୫୬ ଜିବି ଡାଟା ମିଳିବ। ଏହି ପ୍ଲାନରେ ଗ୍ରାହକଙ୍କୁ ମେସେଜ ଓ କଲିଂ ର ସୁବିଧା ମିଳିବ ନାହିଁ।