ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ମିଳିବ ୧୦୦ ଜିବି ମାଗଣା କ୍ଲାଉଡ୍ ଷ୍ଟୋରେଜ୍

ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି । ଖୁବ୍ ଶୀଘ୍ର କମ୍ପାନୀ ଏହାର ଗ୍ରାହକମାନଙ୍କୁ ୧୦୦ ଜିବି ମାଗଣା କ୍ଲାଉଡ୍ ଷ୍ଟୋରେଜ୍ ପ୍ରଦାନ କରିବ । ଫଟୋ, ଭିଡିଓ କିମ୍ବା ଡକ୍ୟୁମେଣ୍ଟ ଭଳି ଯେକୌଣସି ଜିନିଷ ଏହି ଷ୍ଟୋରେଜରେ ରଖାଯାଇପାରିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୭ ତମ ବାର୍ଷିକ ସାଧାରଣ ବୈଠକରେ ସେୟାରଧାରକ ମାନଙ୍କୁ ସମ୍ବୋଧିତ କରି କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏହି ସୂଚନା ଦେଇଛନ୍ତି ।

ଏହା ବ୍ୟତୀତ ଜିଓ ବ୍ରେନ୍ ଖୁବ୍ ଶୀଘ୍ର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଶୁଭାରମ୍ଭ କରିବାକୁ ପ୍ରସ୍ତୁତ ହେଉଛି । କନେକଟେଡ଼ ଇଣ୍ଟେଲିଜେନ୍ସ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ଆସିବ । କମ୍ପାନୀ ଏହାକୁ ‘ସବୁଠାରେ ଏବଂ ସମସ୍ତଙ୍କ ପାଇଁ’ ଥିମ୍ ଭିତ୍ତିରେ ଆରମ୍ଭ କରିବ । ବାସ୍ତବରେ, ଜିଓ ସାମଗ୍ରିକ ଭାବରେ ଏଆଇକୁ ପରିବେଷ୍ଟିତ କରୁଥିବା ଉପକରଣ ଏବଂ ପ୍ଲାଟଫର୍ମର ଏକ ବ୍ୟାପକ ସୁଟ୍ ବିକଶିତ କରୁଛି ଯାହାକୁ ‘ଜିଓ ବ୍ରେନ୍’ କୁହାଯାଉଛି ।

ଅମ୍ବାନୀ କହିଛନ୍ତି, “ମୁଁ ଆଶା କରୁଛି ଯେ ରିଲାଏନ୍ସ ମଧ୍ୟରେ ଜିଓ ବ୍ରେନକୁ ଉନ୍ନତ କରାଇ ଆମେ ଏକ ଶକ୍ତିଶାଳୀ ଏଆଇ ସେବା ପ୍ଲାଟଫର୍ମ ସୃଷ୍ଟି କରିବୁ । ଆମେ ଜାମନଗରରେ ଗିଗାୱାଟ ଆକାରର ଏଆଇ ପ୍ରସ୍ତୁତ ଡାଟା ସେଣ୍ଟର ସ୍ଥାପନ କରିବା ଯୋଜନା ପ୍ରସ୍ତୁତ କରୁଛୁ, ଯାହା ସମ୍ପୂର୍ଣ୍ଣ ଭାବରେ ରିଲାଏନ୍ସର ସବୁଜ ଶକ୍ତି ଦ୍ୱାରା ପରିଚାଳିତ ହେବ । ଆମର ଲକ୍ଷ୍ୟ ହେଉଛି ଭାରତରେ ବିଶ୍ୱର ସବୁଠାରୁ ସୁଲଭ ଏଆଇ ଇନଫରେନ୍ସିଂ ସୃଷ୍ଟି କରିବା ।

ଏହା ଦ୍ୱାରା ଭାରତରେ ଏଆଇ ଆପ୍ଲିକେସନ ଗୁଡିକ ଅଧିକ ସୁଲଭ ହେବ ଏବଂ ସମସ୍ତଙ୍କ ପାଇଁ ସୁଲଭ ହୋଇପାରିବ ବୋଲି ସେ କହିଛନ୍ତି । ଏହି ଅବସରରେ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଅନେକ ନୂତନ ଏଆଇ ସେବା ଘୋଷଣା କରିଛନ୍ତି । ଏଥିମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ଜିଓ ଟିଭି ଓଏସ, ହେଲୋ ଜିଓ, ଜିଓ ହୋମ ଆଇଓଟି ସମାଧାନ, ଜିଓ ହୋମ ଆପ୍ପ ଏବଂ ଜିଓ ଫୋନ କଲ ଏଆଇ ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।