ଖୁବ୍ ଶୀଘ୍ର ବଜାରକୁ ଆସୁଛି ଜିଓ ଲାପଟପ୍, ମୂଲ୍ୟ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆପଣ ଜାଣିଥିବେ ରିଲାନ୍ସ ଜିଓ କମ୍ପାନୀ ସବୁବେଳେ ନିଜ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାରର  ନୂଆ ନୂଆ ଉପକରଣ ଆଣିଥାଏ । ସେମିତି ଆଗକୁ ରିଲାନ୍ସ କମ୍ପାନୀ ଆଣିବାକୁ ଯାଉଛି ଜିଓ ଲାପଟପ । ଜିଓବୁକ୍ ଲାପଟପ୍ ଭାରତରେ ଲଞ୍ଚ ହେବାକୁ ଯାଉଛି, ଯେଉଁଥିରେ କେବଳ ଭଲ ଫିଚର ନୁହେଁ ଏହାର ମୂଲ୍ୟ ମଧ୍ୟ ସୁହାଇବା ପରି ରହିଛି । ତେବେ ମୁକେଶ ଅମ୍ବାନୀ ମାଲିକାନା କମ୍ପାନୀ ,ବର୍ତ୍ତମାନ ଏହି ଜିଓ ବୁକ ଲାପଟପ ବିଷୟରେ ଅଧିକ କିଛି ତଥ୍ୟ ପ୍ରଦାନ କରି ନାହିଁ । ଗିକବେଞ୍ଚର ଏକ ନୂତନ ତାଲିକା ଏବଂ କିଛି ତଥ୍ୟ ଲିକ୍ ହେବା ପରେ ଲାପଟପ୍ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜଣାପଡିଛି ।

ଦିପାପଳୀ ପୂର୍ବରୁ ଯେଉଁପରି ଜିଓର  ଜିଓଫୋନ ନେକ୍‌ଷ୍ଟ ଲଞ୍ଚ କରାଯାଇଥିଲା ଠିକ ସେହିପରି ଏହି ଜିଓ ଲାପଟପ ଭଲ ମୂଲ୍ୟରେ ଆସିବ ବୋଲି ଆଶା କରାଯାଉଛି । ଜିଓର ନୂଆ ଲାପଟପର ସ୍ପେକ୍ସ ସହିତ ଜଡିତ ଲିକ୍ ସବିଶେଷ ତଥ୍ୟ ମଧ୍ୟ ଏକ ଏଣ୍ଟ୍ରି ଲେଭଲ୍ ମେସିନ୍ କୁ ସୂଚିତ କରିଛି | ସାର୍ଟିଫିକେଟ୍ ପେଜ୍‌ ରେ ମଡେଲ ନମ୍ବର NB1118QMW, NB1148QMW ଏବଂ NB1112MM ରହିଥିଲା ।

ତେବେ ଏହି ଜିଓ ବୁକ ଲାପଟପ ର ପାଞ୍ଚଟି ପ୍ରମୁଖ ଫିଚର ମଧ୍ୟ ରହିଛି –

ଏହି ଜିଓ ଲାପଟପ୍ ମିଡିଆଟେକ MT8788 ସିପିୟୁ ଦ୍ୱାରା ସଂଚାଳିତ ହୋଇପାରିବ , ଯେଉଁଥିରେ 2GHz ଏବଂ 2GB RAM ରହିଥିବାର ସୂଚନା ମିଳିଛି |ଗିକବେଞ୍ଚ ତାଲିକାରୁ ଏହା ମଧ୍ୟ ଜଣା ପଡିଛି ଯେ ଜିଓ ବୁକ୍ ଲାପଟପ୍ ଆଣ୍ଡ୍ରଏଡ୍ ୧୧ ରେ ଚାଲିବ | ଖବର ଅନୁଯାୟୀ, ଜିଓବୁକ୍ ସିଙ୍ଗଲ କୋର୍‌ ରେ ୧,୧୭୮ ପଏଣ୍ଟ ଏବଂ ମଲ୍ଟି-କୋର୍ ଟେଷ୍ଟ ରେ ୪,୨୪୬ ପଏଣ୍ଟ ହାସଲ କରିଛି | ଏହାର ଡିସ୍ପ୍ଲେ ବିଷୟରେ କହିବାକୁ ଗଲେ ଏହି ଚିପ୍‌ ସେଟ ଫୁଲ – ଏଚଡି ରିଜୋଲ୍ୟୁସନ ପର୍ଯ୍ୟନ୍ତ ସପୋର୍ଟ କରିପାରିବ । କିନ୍ତୁ ଏହି ଜିଓ ବୁକ ଲାପଟପର ମୂଲ୍ୟ କମ ରହିଥିବାରୁ ଏହାକୁ କମ ରିଜୋଲ୍ୟୁସନ ମିଳିବ ବୋଲି କୁହାଯାଉଛି । ଏମିତିରେ 1366 x 768 ପିକ୍ସେଲ ର ରେଜୋଲୁସନ ସହିତ ଏହାର ପ୍ରଦର୍ଶନ ହେବ ବୋଲି ଆଶା କରାଯାଉଛି । ଏକ ଇଣ୍ଟିଗ୍ରେଟେଡ୍ 4G ମୋଡେମ୍ ସହିତ ଏକ କ୍ୱାଲକମ୍ ସ୍ନାପଡ୍ରାଗନ୍ 665 SoC , 4GB LPDDR4X RAM ଏବଂ 64GB ପର୍ଯ୍ୟନ୍ତ eMMC ଅନବୋର୍ଡ ଷ୍ଟୋରେଜ୍ ର ଡିଭାଇସ ର ସ୍ପେସିଫିକେସନ ରହିବ ବୋଲି ଲିକ ହୋଇଥିବା ଡାଟାରୁ ଜଣା ପଡିଛି ।

ଏହି ଲାପଟପ୍ ଦୁଇଟି ମଡେଲରେ ଆସିବାର ସମ୍ଭାବନା ଅଛି | ଗୋଟିଏ 2GB LPDDR4X RAM ଏବଂ 32GB eMMC 5.1 ଷ୍ଟୋରେଜ୍ ଥିବାବେଳେ ଅନ୍ୟଟି 4GB LPDDR4x RAM ଏବଂ 64GB eMMC 5.1 ଷ୍ଟୋରେଜ୍ ସହିତ ଆସିବ।

ନୂତନ JioBook ଲାପଟପରେ HDMI, USB-A ପରି କନେକ୍ଟିଭିଟି ପୋର୍ଟଗୁଡ଼ିକ ମଧ୍ୟ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି | ଏହା ବ୍ୟତୀତ, ଓୟାରଲେସ କନେକ୍ଟିଭିଟି ପାଇଁ ଜିଓ ବୁକ ଲାପଟପର ର କିଛି ଭାରିଏଣ୍ଟ ରେ , ଡୁଆଲ୍-ବ୍ୟାଣ୍ଡ ୱାଇଫାଇ ସହି 4G LTE ମଧ୍ୟ ଗ୍ରାହକ ପାଇପାରିବେ । |

ତେବେ ଏହି ଜିଓବୁକ  ଲାପଟପର କୋଣସି ନିର୍ଦ୍ଧାରିତ ମୂଲ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ କିନ୍ତୁ ୩୫,୦୦୦ ରୁ ଏହାର ମୂଲ୍ୟ କମ ରହିବ ବୋଲି ଆଶା କରାଯାଉଛି । କାରଣ କମ୍ପାନୀ ସେହି ଉପୋଭୋକ୍ତାଙ୍କୁ ଆଖି ଆଗରେ ରଖି ଏହି ଲାପଟପ ପ୍ରସ୍ତୁତ କରିଛି ଯେଉଁମାନେ ଅନଲାଇନ କ୍ଲାସ କରୁଛନ୍ତି ଓ କାମ କରୁଛନ୍ତି । ତେବେ ଆଶା କରାଯାଉଛି ଏହି ଜିଓ ବୁକ ଲାପଟପଟି ଗ୍ରାହକଙ୍କ ପାଇଁ ଭଲ ଫିଚର ଆଣିବ ଓ ଏହାର ପ୍ରୋସେସର ମଧ୍ୟ ଭଲ ରହିବ । ତେବେ କିଛି ଦିନ ପୂର୍ବରୁ ମାର୍କେଟକୁ ଆସିଥିବା ଜିଓ ଫୋନ ନେକ୍‌ଷ୍ଟ , ଯାହାକି ଗୁଗଲ ଆଣ୍ଡ୍ରୋଏଡ ଅପରେଟିଙ୍ଗ ସିଷ୍ଟମ ଉପରେ ଆଧାରିତ ଏକ ସ୍ମାର୍ଟ ଫୋନ ମାର୍କେଟକୁ ଆସିବା ପାଇଁ ରେଡି ଥିଲା କିନ୍ତୁ ପ୍ରୋସେସର୍ ଚିପ୍ସର ଅଭାବ ହେତୁ ଏହା ତୁରନ୍ତ ବିକ୍ରି ହୋଇପାରିଲା ନାହିଁ | ପରେ ସବୁ ଠିକ ହେବା ପରେ ୬୪୯୯ ଟଙ୍କାରେ ଏହା ବଜାରକୁ ଆସିଲା । ତେବେ ଜିଓ ଗ୍ରାହକଙ୍କ ପାଇଁ ସ୍ମାର୍ଟଫୋନକୁ ଅଧିକ ସୁବିଧାଜନକ କରିବା ପାଇଁ ଜିଓ ଅନେକ ପେମେଣ୍ଟ ଅପ୍ସନ୍ ମଧ୍ୟ ଦେଉଛି । ତେବେ ଏହି ଜିଓ ବୁକ ଲାରଟପ ମଧ୍ୟ ଭଲ ଭାବେ କାମ ହୋଇ ମାର୍କେଟକୁ ଖୁବ ଶିଘ୍ର ଆସିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.