୧୯୮ ଟଙ୍କାରେ ପାଆନ୍ତୁ ଅନଲିମିଟେଡ ଡାଟା, ଅଫର୍ କେବଳ ଆପଣଙ୍କ ପାଇଁ
ଜିଓ ନିଜର ବ୍ରଡ୍ବ୍ୟାଣ୍ଡ ପୋର୍ଟଫୋଲିୟୋରେ ଏକ ନୂଆ ପ୍ଲାନ୍ ଯୋଡିଛି । ଏହି ପ୍ଲାନ୍ ସେହି ୟୁଜର୍ସଙ୍କ ପାଇଁ, ଯେଉଁମାନେ କମ୍ ଦାମରେ ଅନଲିମିଟେଡ ଡାଟା ଚାହୁଁଛନ୍ତି । ଏହାସହିତ କମ୍ପାନୀ ଏଣ୍ଟରଟେନମେଣ୍ଟ ଅପଗ୍ରେଡ ପ୍ଲାନ୍ସ ବି ଲଞ୍ଚ୍ କରିଛି । ଜିଓର ନୂଆ ପ୍ଲାନ୍ ୧୯୮ ଟଙ୍କାରେ ଅନଲିମିଟେଡ ଡାଟା ସହିତ ଆସିଥାଏ ।

ଜିଓ ନିଜର ବ୍ରଡ୍ବ୍ୟାଣ୍ଡ ପୋର୍ଟଫୋଲିୟୋରେ ଏକ ନୂଆ ପ୍ଲାନ୍ ଯୋଡିଛି । ଏହି ପ୍ଲାନ୍ ସେହି ୟୁଜର୍ସଙ୍କ ପାଇଁ, ଯେଉଁମାନେ କମ୍ ଦାମରେ ଅନଲିମିଟେଡ ଡାଟା ଚାହୁଁଛନ୍ତି । ଏହାସହିତ କମ୍ପାନୀ ଏଣ୍ଟରଟେନମେଣ୍ଟ ଅପଗ୍ରେଡ ପ୍ଲାନ୍ସ ବି ଲଞ୍ଚ୍ କରିଛି । ଜିଓର ନୂଆ ପ୍ଲାନ୍ ୧୯୮ ଟଙ୍କାରେ ଅନଲିମିଟେଡ ଡାଟା ସହିତ ଆସିଥାଏ । ତେବେ ଆସନ୍ତୁ ଆଉ ଡେରି ନକରି ଜାଣିବା ଜିଓର ଏହି ଖାସ୍ ପ୍ଲାନ୍ ବିଷୟରେ ଅଧିକ କିଛି ।
ଜିଓ ଆଇପିଏଲର ନୂଆ ସିଜନର ଆରମ୍ଭ ପୂର୍ବରୁ ହିଁ ନୂଆ ପ୍ଲାନ୍ ଗୁଡିକୁ ଲଞ୍ଚ୍ କରିଦେଇଛି । ଟେଲିକମ୍ ସର୍ଭିସ ପ୍ରୋଭାଇଡ କିଛି ଦିନ ପୂର୍ବରୁ ହିଁ ୬ଟି ନୂଆ ପ୍ଲାନ୍ସ ଲଞ୍ଚ୍ କରିଥିଲା । ଏବେ କମ୍ପାନୀ ଜିଓ ଫାଇବର ୟୁଜର୍ସଙ୍କ ପାଇଁ ନୂଆ ରିଚାର୍ଜ ପ୍ଲାନ୍ ଲଞ୍ଚ୍ କରିଛି । ଏହି ପ୍ଲାନ୍ ସେହି ୟୁଜର୍ସଙ୍କ ପାଇଁ ବେଷ୍ଟ ରହିବ ଯେଉଁମାନେ ଏକ ବ୍ୟାକଅପ୍ ବ୍ରଡବ୍ୟାଣ୍ଡ ପ୍ଲାନ୍ ଚାହୁଁଛନ୍ତି । ଅର୍ଥାତ୍ କମ୍ ଦାମରେ ଏକ ବ୍ରଡବ୍ୟାଣ୍ଡ ପ୍ଲାନ୍ ଚାହୁଁଛନ୍ତି ।
ନୂଆ ପ୍ଲାନରେ ୟୁଜର୍ସଙ୍କୁ 100Mpbs ସ୍ପିଡରେ ଡାଟା ମିଳିଥାଏ । ଯଦିଓ ୟୁଜର୍ସ ଚାହିଁବେ ତ ନିଜ ପ୍ଲାନକୁ 30Mbps କିମ୍ବା 100Mbps ର ସ୍ପିଡରେ ଅପଗ୍ରେଡ କରିପାରିବେ ।ୟୁଜର୍ସ ଏକ, ଦୁଇ କିମ୍ବା ସାତ ଦିନ ପାଇଁ ନିଜ ପ୍ଲାନକୁ ଅପଗ୍ରେଡ କରିପାରିବେ । ଏହାସହିତ ହିଁ ୟୁଜର୍ସଙ୍କୁ ଓଟିଟି ସବସ୍କ୍ରିପସନ୍ ଏବଂ ଫ୍ରି ସେଟ୍ ଟପ୍ ବକ୍ସ ମଧ୍ୟ ମିଳୁଛି । ଆସନ୍ତୁ ପ୍ଲାନ୍ ବିଷୟରେ ଜାଣିବା ।
ଜିଓ ଏହି ପ୍ଲାନକୁ ଜିଓ ଫାଇବର ବ୍ୟାକଅପ୍ ବ୍ରଡବ୍ୟାଣ୍ଡ ପ୍ଲାନ ନାମରେ ଲଞ୍ଚ୍ କରିଛି । ଯାହାର ଦାମ୍ ୧୯୮ ଟଙ୍କା ରହିଛି । ୟୁଜର୍ସ ଏହି ପ୍ଲାନକୁ ଅପକମିଙ୍ଗ ଟାଟା ଆଇପିଏଲ ୨୦୨୩କୁ ଦେଖିପାରିବେ । କଞ୍ଜ୍ୟୁମର୍ସ ଏହି ପ୍ଲାନକୁ ୧୪୯୦ ଟଙ୍କା ଦାମରେ ୫ ମାସ ପାଇଁ କିଣିପାରିବେ । ଏଥିରେ ୯୯୦ ଟଙ୍କାର ଚାର୍ଜ ୫ ମାସ ପାଇଁ ଲାଗିବ, ସେହିପରି ୫୦୦ ଟଙ୍କା ଇନଷ୍ଟଲେସନ୍ ଚାର୍ଜ ଅଟେ ।
ଏହି ପ୍ଲାନରେ ୟୁଜର୍ସଙ୍କୁ 100Mpbsର ସ୍ପିଡରେ ଡାଟା ଅନଲିମିଟେଡ ମିଳିବ । ୟୁଜର୍ସ ଚାହିଁବେ ତ ଏହାକୁ 30Mbps କିମ୍ବା 100Mbps ର ସ୍ପିଡରେ ଅପଗ୍ରେଡ ମଧ୍ୟ କରିପାରିବେ । 30Mbpsର ସ୍ପିଡରେ ଏହି ପ୍ଲାନକୁ ୧ ଦିନ, ୨ ଦିନ କିମ୍ବା ୭ ଦିନ ପାଇଁ ଅପଗ୍ରେଡ କରିପାରିବେ ।
ଏଥିପାଇଁ ୟୁଜର୍ସଙ୍କୁ କ୍ରମଶଃ ୨୧ ଟଙ୍କା, ୩୧ ଟଙ୍କା ଏବଂ ୧୦୧ ଟଙ୍କା ଖର୍ଚ୍ଚ କରିବାକୁ ହେବ । ସେହିପରି ଯଦି ୟୁଜର୍ସ 100Mbps ର ସ୍ପିଡରେ ଅପଗ୍ରେଡ କରନ୍ତି ତାହେଲେ ଗୋଟେ ଦିନ ପାଇଁ ୩୨ ଟଙ୍କା ଦେବାକୁ ହେବ । ଦୁଇ ଦିନ ପାଇଁ ୫୨ ଟଙ୍କା ଏବଂ ୭ ଦିନ ପାଇଁ ୧୫୨ ଟଙ୍କା ଚାର୍ଜ ଦେବାକୁ ହେବ ।