Hotstar ନୂଆ ନାଁରେ Jioର ଛାପ, ଗୋଟିଏ ସ୍ଥାନରେ ମିଳିବ Tata WPL ସହ Jio ସିନେମା କଣ୍ଟେଣ୍ଟ

ଗତ ବର୍ଷ ନଭେମ୍ବରରେ Disney, Reliance ଏବଂ Viacom18 ର ମିଶ୍ରଣ ସମାପ୍ତ ହୋଇଥିଲା, କିନ୍ତୁ ଏହା ବିଷୟରେ ଅଧିକ ଇନଫରମେସନ୍ ଦିଆଯାଇ ନଥିଲା । ପୂର୍ବରୁ କୁହାଯାଉଥିଲା ଯେ କମ୍ପାନୀର ମଶ୍ରଣ ପରେ ପ୍ଲାଟଫର୍ମର ନାମ JioStar ହେବ । ଏଥି ସହ ଏହାକୁ ନେଇ ବହୁତ କଣ୍ଟ୍ରୋଭର୍ସି ମଧ୍ୟ ହୋଇଥିଲା । ହେଲେ ବତ୍ତର୍ମାନ ରିପୋର୍ଟ କହୁଛି ଯେ ଏହାର ନାମ JioStar ନୁହେଁ ବରଂ JioHotstar ହୋଇପାରେ । ଏହାର ଏକ ଟିଜର ମଧ୍ୟ ରିଲିଜ୍ ହୋଇଛି ।

JioHotstar ଲଞ୍ଚ ଟିଜର :

Disney star ନିଜର X ପେଜରେ ଏକ ଟିଜର କ୍ଲିପ୍ ସେୟାର କରିଛି, ଯେଉଁଥିରେ ଲେଖା ଅଛି ‘‘ଏକ ନୂଆ ଯୁଗର ଆରମ୍ଭ’’ । ଏହା ସହିତ ଏକ ଷ୍ଟାର୍ ଇମୋଜି ଏବଂ ‘‘ଦୁଇଟି ମନୋରଞ୍ଜନ ଦୁନିଆ ମିଳିତ ହେଲେ କ’ଣ ହେବ’’ ତାହା କ୍ୟାପସନ୍ ରେ ଲେଖାଯାଇଛି ।

Reddit ଏବଂ X ରେ କିଛି ପୋଷ୍ଟରୁ ଜଣା ପଡିଛି ଯେ JioCinema ସବସ୍କ୍ରିପସନ୍ autopay ର ଆବଶ୍ୟକତାକୁ ଦୂର କରୁଛି । ଏମିତି ବି ହୋଇପାରେ JioCinema ଆଉ ନୂଆ ସବସ୍କ୍ରାଇବର୍ ଯୋଡିବାକୁ ଚାହୁଁନାହିଁ, କାରଣ JioHotstar ଆସିବାକୁ ଯାଉଛି ।

ଏହା ବ୍ୟତୀତ ସୋସିଆଲ୍ ପ୍ଲାଟଫର୍ମରେ କିଛି ପୋଷ୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖାଯାଇଛି ଯେ ଅପକମିଂ Tata WPL ର JioHotstar ଏବଂ Star Sports ନେଟୱାର୍କରେ ଲାଇଭ୍-ଷ୍ଟ୍ରିମିଂ ହେବ । ଏହା ସହିତ ଏକ ପୋଷ୍ଟରୁ ଜଣାପଡିଛି ଯେ JioCinema Originals ଏବଂ Colors Rishtey ହବ୍ ଯୋଡିଛି ।

Disney, Reliance Jio ଭେଞ୍ଚର ଅଫିସିଆଲ ଭାବରେ ଫ୍ଲାଟଫର୍ମ ଘୋଷଣା ହେବା ପରେ, ୟୁଜର୍ସମାନେ ଗୋଟିଏ ବ୍ୟାନର ତଳେ Disney Originals, Marvel, Star Wars, Nat Geo, Pixar), Warner Bros, HBO, Max Originals, Colors କୁ ଆକ୍ସେସ୍ କରିପାରିବେ । ଏହି ନୂଆ ପ୍ଲାଟଫର୍ମରେ ବଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ଦେଖିପାରିବେ ।

JioHotstar କିମ୍ବା JioStar ଭାରତରେ Netflix ଏବଂ Prime Video ସହିତ ଟକ୍କର ଦେଇପାରିବ । ଏହା ସବସ୍କ୍ରିପସନର ପ୍ରାଇସ୍ ଉପରେ ମଧ୍ୟ ନିର୍ଭର କରିଥାଏ । ଯଦି Jio ସବସ୍କ୍ରିପସନ ପ୍ରାଇସ୍ ଆଫର୍ଡେବଲ ରଖେ, ତେବେ କମ୍ପିଟିସନ୍ ବହୁତ୍ ଇଣ୍ଟ୍ରେଷ୍ଟିଂ ହୋଇଯିବ ।