ଖୁବଶୀଘ୍ର zoom ଏବଂ ଗୁଗଲ ମିଟ୍‌କୁ ଟକ୍କର ଦେବ Jio Meet, ଏକାସାଙ୍ଗରେ ୧୦୦ ଜଣଙ୍କୁ କରିପାରିବେ ଭିଡିଓ କଲ୍‌

କରୋନା ଯୋଗୁଁ ପୂର୍ବରୁ ମଇ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଚାଲିଥିବା ବେଳେ କେନ୍ଦ୍ର ସରକାର ପୁଣି ଥରେ ଏହି ଲକଡାଉନର ଅବଧିକୁ ବଢାଇଦେଇଛନ୍ତି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହାର ଅବଧିକୁ ଘୋଷଣା କରାଯାଇଛି। ଏହି ସମୟରେ ସବୁଠାରୁ ଅଧିକ ଚାହିଦା ରହିଛି ଭିଡିଓ କଲିଂ କିମ୍ବା ଭିଡିଓ କନଫରେନ୍ସି ଆପ୍‌ର। ବିଶ୍ୱର ଅନେକ ସ୍କୁଲ ଏବଂ କୋଚିଂ ସେଣ୍ଟରର କ୍ଲାସ ମଧ୍ୟ ଅନଲାଇନ ଭିଡିଓ କନଫରେନ୍ସି ଜରିଆରେ କରାଯାଉଛି। ଲକଡାଉନରେ ଜୁମ୍‌ ଭିଡିଓ କଳିଂ ଆପ୍‌କୁ ଅନେକ ଫାଇଦା ମିଳିଛି। ଜୁମକୁ ଏପରି ସଫଳତା ପରେ ବଡ ବଡ କମ୍ପାନୀ ଚିନ୍ତାରେ ପଡିଯାଇଛନ୍ତି।

zoom

ଖାସ୍‌ ଏଥିପାଇଁ ନିକଟରେ ଫେସବୁକ ମେସେଞ୍ଜର ରୁମ ଫିଚର ଜାରି କରିଥିଲା। ଯାହା ସାହାଯ୍ୟରେ ଲୋକେ ଭିଡିଓ କଲିଂ କରିପାରୁଥିଲେ। ସେହିପରି ଗୁଗଲ ମଧ୍ୟ ଜୁମ୍‌କୁ ଟକ୍କର ଦେବା ପାଇଁ ଗୁଗଲ ମିଟ୍‌ ଆପକୁ ସମସ୍ତଙ୍କ ପାଇଁ ଫ୍ରି କରିଦେଇଥିଲା।

ଫେସବୁକ ଏବଂ ଗୁଗଲ ପରେ ଏବେ ରିଲାଏନ୍ସ ଜିଓ ଜୁମ୍‌କୁ ଟକ୍କର ଦେବା ପାଇଁ ନୂଆ ଆପ୍‌ ଲଞ୍ଚ କରିବାକୁ ଯାଉଛି। ରିଲାଏନ୍ସ ଜିଓ ଖୁବଶୀଘ୍ର ଭିଡିଓ କନଫରେନ୍ସି ଆପ୍‌ ଜିଓ ମିଟ୍‌ ଲଞ୍ଚ କରିବାକୁ ଯାଉଛି। ରିଲାଏନ୍ସ ଜିଓ ଇନଫୋକମ୍‌ର ଭାଇସ ପ୍ରେସିଡେଣ୍ଟ ପଙ୍କଜ ପାଓ୍ଵାର ଏହା ବିଷୟେରେ ସୂଚନା ଦେଇଛନ୍ତି। ଏହା ସାହାଯ୍ୟରେ ୧୦୦ ଲୋକ ଏକା ସାଙ୍ଗରେ ଭିଡିଓ କଲ କରିପାରିବେ ବୋଲି ଜିଓ ସୂଚନା ଦେଇଛି। ଏହାଛଡା ଏହି ଆପ୍‌ ସାହାଯ୍ୟରେ ଡାକ୍ତରଙ୍କ ସହିତ କଥା ହେବାର ସୁଯୋଗ ମଧ୍ୟ ପାଇବେ। କିନ୍ତୁ ଏହି ଆପ୍‌ କେଉଁ ଦିନ ଲଞ୍ଚ ହେବ ତାହା ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.