ଲୋକଙ୍କ ସବୁଠୁ ପ୍ରିୟ ହେବାକୁ ଆସୁଛି ଜବରଦସ୍ତ ବ୍ୟାଟେରୀ ଫୋନ୍‌ Jio Phone 5G , ସବୁଠାରୁ ଶସ୍ତା ସାଙ୍ଗକୁ ବେଷ୍ଟ 5G ସ୍ମାର୍ଟଫୋନ୍‌

ଲଞ୍ଚ୍‌ ପୂର୍ବରୁ ଲିକ୍‌ ହେଲା ଜିଓ ଫୋନ୍‌5Gର ଫିଚର୍ସ। ଏହା ଜିଓର ସବୁଠାରୁ ଶସ୍ତା 5G ଫୋନ୍‌। ଏହି ଫୋନର ଫିଚର୍ସ ଓ ଲୁକ ବି ଏକଦମ୍‌ ଜବରଦସ୍ତ। କଣ ଆପଣ ନୂଆ ଫୋନ୍‌ କିଣିବାକୁ ପ୍ଲାନ କରୁଛନ୍ତି କି? ତେବେ ଜିଓ ଆପଣଙ୍କ ପାଇଁ ଆଣୁଛି ବଢ଼ିଆ ଫିଚର୍ସ ଓ ସ୍ପେସିଫିକେସନ୍ସ ଥିବା ୫ଜି ଫୋନ୍‌। ଜିଓର ୫ଜି ଫୋନକୁ JioPhone True 5G ନାମରେ ଲଞ୍ଚ୍‌ କରାଯାଇପାରେ। ଯଦିଓ ଏହାର ସ୍ପଷ୍ଟ ସୂଚନା ମିଳିନାହିଁ, ତଥାପି ଫୋନକୁ ଦିଓ୍ଵାଲୀ ପୂର୍ବରୁ ଲଞ୍ଚ୍‌ କରାଯାଇପାରେ।

ଗତ ଜୁଲାଇରେ ରିଲାଏନ୍ସ ଜିଓ ଘୋଷଣା କରିଥିଲା ଯେ ଭାରତରେ ବହୁତ ଜଲଦି ନିଜର ପ୍ରଥମ ୫ଜି ସ୍ମାର୍ଟଫୋନକୁ ଲଞ୍ଚ୍‌ କରିବ। ଡିଭାଇସ୍‌ ଚଳିତ ବର୍ଷ ଜୁଲାଇରେ ଆରମ୍ଭ ହେବାର ସମ୍ଭାବନା କରାଯାଉଥିଲା। ଯଦିଓ ଏବେ ଏହି ଫୋନ୍‌ ଲଞ୍ଚ୍‌ ହେବାର ସଂକେତ ମିଳିଛି। ଖବର ଅନୁଯାୟୀ ଜିଓ ଫୋନ ୫ଜି ପ୍ରମୁଖ ଫିଚର୍ସର ଖୁଲାସା ହୋଇଛି।

ରିପୋର୍ଟ ମୁତାବକ Jio Phone 5Gର କୋଡନେମ ‘ଗଙ୍ଗା’ ରହିଛି ଏବଂ ଏହାର ମଡେଲ ନମ୍ବର”LS1654QB5″ ରହିଛି। ଡିଭାଇସରେ ୬.୫ ଇଞ୍ଚର ଏଚିଡି ପ୍ଲସ ଡିସପ୍ଲେ ରହିଥିବା ସମ୍ଭାବନା କରାଯାଉଛି। ଏହାର ସ୍କ୍ରୀନ ରିଫ୍ରେସ ରେଟ ସପୋର୍ଟ 90Hz ହେବ। ପ୍ରୋସେସର ସପୋର୍ଟ ରୂପେ ଜିଓଫୋନ୍‌ ଟ୍ରୁ 5Gରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୪୮୦ ଚିପସେଟ ସପୋର୍ଟ ଦିଆଯାଇଛି। ଏହି ପ୍ରୋସେସରକୁ ୪ଜିବି ରାମ ଏବଂ ୩୨ଜିବି ଷ୍ଟୋରେଜ ସହିତ ଯୋଡାଯିବ।

ଡିଭାଇସରେ ୧୮ଓ୍ଵାଟ ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ସହିତ 5,000mAh ବ୍ୟାଟେରୀ ରହିବାର ମଧ୍ୟ ସମ୍ଭାବନା କରାଯାଉଛି। ଡିଭାଇସର ପଛ ଆଡକୁ ଡୁଆଲ ରିୟର କ୍ୟାମେରା ସେଟଅପ୍‌ ମଧ୍ୟ ଦିଆଯାଇଛି। ଯେଉଁଥିରେ ୧୩ଏମପିର ମେନ କ୍ୟାମେରା ଏବଂ 2MPର ସେକେଣ୍ଡାରୀ ଲେନ୍ସ ରହିଛି। ଆପ୍ଟିକ୍ସ ପାଇଁ, ଏଥିରେ ଫ୍ରଣ୍ଟରେ 8MPର କ୍ୟାମେରା ରହିଥିବା ଆଶା କରାଯାଉଛି। Android Go ଭର୍ସନ ବଦଳରେ Android OS ଫୁଲ ଭର୍ସନ ପାଇଁ ଅପେକ୍ଷା କରିପାରିବେ। ଓ୍ଵାଇ-ଫାଇ 802.11 a/b/g/n , ବ୍ଲୁଟୁଥ୍‌ 5.1, ଏବଂ A1 ପ୍ରୋସେସର ମଧ୍ୟ ସାମିଲ ରହିଛି।

ତେବେ ଏହି ସବୁ ଲିକ୍‌ ହୋଇଥିବା ତଥ୍ୟକୁ ନଜରରେ ରଖି ଅନୁମାନ କରାଯାଉଛି ଯେ Jio Phone 5Gରେ  ୮ ହଜାରରୁ ୧୨ ହଜାର ଟଙ୍କା ଭିତରେ ଆସିପାରେ। ଏହା ଏକ ଭଲ ଏଣ୍ଟ୍ରି ଲେବଲ ୫ଜି ଡିଭାଇସ ପ୍ରୋସେସରହୋଇପାରିବ ନିଶ୍ଚିତ। ଏହାବ୍ୟତୀତ କମ୍ପାନର ଜିଓ ଫୋନ୍‌ ଟ୍ରୁ ୫ଜି ସହିତ ଶସ୍ତା ୬ଜି ଡାଟା ଅଫର କରିପାରେ। ଏହାକୁ ଗ୍ରାହକ EMI ଅପ୍ସନ ସହିତ ବି ପାଇପାରିବେ।

Leave A Reply

Your email address will not be published.