ସେପ୍ଟେମ୍ବର ୧୦ରେ ବଜାରକୁ ଆସିବ JioPhone Next ଫୋନ, ଦାମ୍ ମାତ୍ର ୩,୪୯୯ !

JioPhone Nextର ଲଞ୍ଚକୁ ନେଇ ବହୁ ଦିନର ଅପେକ୍ଷା କରିଥିଲେ ୟୁଜର୍ସ। ଏବେ ୟୁଜର୍ସଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। JioPhone Next ଫୋନ ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ଲଞ୍ଚ ହେବାକୁ ଯାଉଛି। ଯାହାର ଘୋଷଣା ଜୁନ୍ ମାସରେ ୪୪ତମ ରିଲାଏନ୍ସ AGMରେ କରାଯାଇଥିଲା । AGMରେ କମ୍ପାନୀ ଫୋନର ଡିଜାଇନ ଏବଂ ଏହାର କିଛି ସ୍ପେସିଫିକେସନ ବିଷୟରେ ସୂଚନା ଦିଆଯାଇଥିଲା।
ଏହି ଫୋନକୁ ଗୁଗଲର ସହଭାଗିତାରେ ପ୍ରସ୍ତୁତ କରାଯାଇଛି । ରେହମାନ ନିଜ ଟ୍ୱିଟରେ ଜିଓଫୋନ ନେକ୍ସଟର ବୁଟ୍ ସ୍କ୍ରିନର ଫଟୋ ସେୟାର କରିଛନ୍ତି । ଏଥିରେ ଗୁଗଲ ସହାଭାଗିତାରେ ତିଆରି ହୋଇଥିବା ନେଇ ମଧ୍ୟ ଉଲ୍ଲେଖ ରହିଛି । ଫୋନରେ Google Duo ପ୍ରି-ଲୋଡଡ୍ ମିଳିବ ।

ଫୋନର ଫିଚର୍ସ ବିଷୟରେ କହିଲେ, ଏହି ଫୋନର ଦାମ୍ ପାଖାପାଖି ୩,୪୯୯ ଟଙ୍କା ହୋଇପାରେ ବୋଲି ଖବର ମିଳିଛି। ଏହି ଫୋନରେ Qualcomm Snapdragon ର ଏଣ୍ଟ୍ରି ଲେଭଲ ଚିପସେଟ ଦେଖିବାକୁ ମିଳିବ । ସ୍କ୍ରିନ ରେଜୋଲ୍ୟୁସନ 1440×720 ପିକ୍ସଲ ରହିବ । ଫୋନରେ 2 GB RAM ଏବଂ 3 GB RAM ଏହା ସହ ମେମୋରୀ କାର୍ଡର ସୁବିଧା ମଧ୍ୟ ରହିପାରେ ।

ଜିଓ ଫୋନ ନେକ୍ସଟ ୪ଜି ଫୋନ ହେବ । ଏଥିରେ ଗୁଗଲର Android Go Edition ଅପରେଟିଂ ସିଷ୍ଟମର ସପୋର୍ଟ ମିଳିବ । ଯାହା Android 11 ଦ୍ୱାରା ପରିଚାଳିତ ହେବ । ଫୋନରେ ଗୁଗଲର ସର୍ଭିସ ଯେମିତିକି ସଫ୍ଟଓୟାର ଅପଡେଟ, ଗୁଗୁଲ ଆସିଷ୍ଟାଣ୍ଟ ଏବଂ ଆପ ଡାଉନଲୋଡର ସୁବିଧା ମିଳିବ । ରେହମାନଙ୍କ ମୁତାବିକ ଏହି ଫୋନରେ 13 MPର ରିୟର କ୍ୟାମେରା ଏବଂ 8MPର ଫ୍ରଣ୍ଟ କ୍ୟାମେରା ଦେଖିବାକୁ ମିଳିପାରେ ବୋଲି ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.