ଜିଓର ୯୮ ଦିନିଆ ପ୍ଲାନରେ ମିଳୁଛି ବଢ଼ିଆ ଅଫର, ଅନଲିମିଟେଡ କଲିଂ ସହ ରହିଛି ଭରପୁର ଡାଟା

ଜିଓ ନିକଟରେ ଏହାର ଅନେକ ଅନଲିମିଟେଡ୍ ପ୍ରିପେଡ୍ ରିଚାର୍ଜ ପ୍ଲାନଗୁଡିକର ଟାରିଫ୍ ରେଟ୍ ବୃଦ୍ଧି କରିଛି । ଜିଓ ବ୍ୟତୀତ ଅନ୍ୟ ଘରୋଇ ଟେଲିକମ୍ କମ୍ପାନୀଗୁଡିକ ମଧ୍ୟ ମୋବାଇଲ୍ ଟାରିଫ୍ ରେଟ୍ ବୃଦ୍ଧି କରିଛନ୍ତି । ଅବଶ୍ୟ ଜିଓ ଏହାର ଅନେକ ପ୍ରିପେଡ୍ ରିଚାର୍ଜ ପ୍ଲାନକୁ ମଧ୍ୟ ଠିକ୍ କରିଛି, ଯେଉଁଥିରେ ୟୁଜରମାନଙ୍କୁ ପୂର୍ବ ଅପେକ୍ଷା କମ୍ ଭ୍ୟାଲିଡିଟି ଦିଆଯାଉଛି ଏବଂ ଟାରିଫ ରେଟ୍ ବୃଦ୍ଧି କରାଯାଇ ନାହିଁ । ଏହା ବ୍ୟତୀତ କମ୍ପାନୀ ଅନେକ ନୂଆ ପ୍ଲାନ୍ ମଧ୍ୟ ଆଡ୍ କରିଛି, ଯେଉଁଥିରେ ଅନଲିମିଟେଡ୍ କଲିଂ ଏବଂ ଡାଟା ସହିତ ଅନେକ ବେନିଫିଟସ୍ ଅଫର କରାଯାଉଛି ।
ଜିଓ ନିକଟରେ ୯୮ ଦିନର ଭ୍ୟାଲିଡିଟି ସହିତ ଏକ ପ୍ଲାନ ଆଣିଛି, ଯାହା ଅନ୍ୟ ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ଦେଉ ନାହିଁ । ଏହି ପ୍ଲାନ୍ ପାଇଁ ୟୁଜରମାନଙ୍କୁ ୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପ୍ଲାନରେ ୟୁଜରମାନେ ଅନଲିମିଟେଡ୍ ଭଏସ୍ କଲିଂର ଲାଭ ପାଇବେ । ଏହା ବ୍ୟତୀତ ଆପଣ ପ୍ରତିଦିନ ୨ GB ଡାଟାର ଲାଭ ପାଇବେ । ଏଭଳି ଭାବେ ୟୁଜରମାନେ ପ୍ଲାନରେ ମୋଟ ୧୯୬GB ଡାଟାର ଲାଭ ପାଇବେ ।
ଜିଓର ନୂଆ ମୋବାଇଲ୍ ଟାରିଫ ଅନୁଯାୟୀ ବର୍ତ୍ତମାନ କେବଳ ସେହି ୟୁଜରମାନେ ଅନଲିମିଟେଡ୍ 5G ଡାଟା ପାଇପାରିବେ, ଯାହାର ପ୍ରତିଦିନ ୨GB ଡାଟା ସହିତ ପ୍ଲାନ୍ ଅଛି, ତେଣୁ ଏହି ପ୍ରିପେଡ୍ ପ୍ଲାନରେ ୟୁଜରଙ୍କୁ ଅନଲିମିଟେଡ୍ 5G ଡାଟା ମଧ୍ୟ ମିଳିବ। ଏଥିପାଇଁ ୟୁଜରଙ୍କର 5G ମୋବାଇଲ୍ ହ୍ୟାଣ୍ଡସେଟ୍ ରହିବା ଜରୁରୀ । ଆହୁରି ମଧ୍ୟ ୟୁଜରଙ୍କ ଫୋନ୍ 5G ନେଟୱାର୍କ ସହିତ କନେକ୍ଟ ହେବା ଜରୁରୀ । ଏହା ବ୍ୟତୀତ ଏହି ପ୍ଲାନରେ ପ୍ରତିଦିନ ୧୦୦ ମାଗଣା SMS ଏବଂ Jio ର କିଛି ଆପ୍ ଫ୍ରିରେ ଉପଲବ୍ଧ ହେବ ।