ଜିଓର ବର୍ଷିକିଆ ପ୍ରି ପେଡ୍‌ ଫାଇବର ପ୍ଲାନ, ମିଳିବ 150Mbps ଅପଲୋର୍ଡ ଓ ଡାଉନଲୋର୍ଡ ସ୍ପିଡ

ଆଜିକା ଦିନରେ ଇଣ୍ଟରନେଟ ଜୀବନର ଏକ ଅଂଶ ହୋଇ ସାରିଛି । ଆଜିକାଲି ଓ୍ଵାର୍କ ଫର୍ମ ହୋମ କାମ ପ୍ରାୟ କର୍ମଚାରୀ କରିବାକୁ ପସନ୍ଦ କରୁଛନ୍ତି । ସେହିପରି ଆଜିକା ଦିନରେ ପ୍ରାୟ ଓଟିଟି ଦେଖିବାକୁ ପସନ୍ଦ କରୁଛନ୍ତି । ରିଲାଏନ୍ସ ଜିଓ ଫାଇବର ପକ୍ଷରୁ 150Mbps ସ୍ପିଡ ସହ ପ୍ରିପେଡ ପ୍ଳାନ ଅଣାଯାଇଛି । ଏହି ପ୍ଲାନରେ ଆପଣଙ୍କୁ ଗୋଟିଏ ମାସ ଅଧିକ ବେନିଫିଟ ମିଳିବ ।

କେନ୍ୟୁଜ୍‌(ବ୍ୟୁରୋ): ଆଜିକା ଦିନରେ ଇଣ୍ଟରନେଟ ଜୀବନର ଏକ ଅଂଶ ହୋଇ ସାରିଛି । ସକାଳୁ ଉଠିବା ବେଳଠୁ ରାତିରେ ଶୋଇବା ଯାଏ ଆମେ ଇଣ୍ଟନେଟର ବ୍ୟବହାର କରୁଛୁ । ସେ ସୋସିଆଲ ମିଡିଆ ବ୍ୟବହାର ପାଇଁ ହେଉ ଅବା କୌଣସି େଓ୍ଵବସାଇଡ କାମ ହେଉ । ଏପରିକି ଯେତେବେଳେ ଆମେ ବାହାରକୁ ଯାଉଛୁ ଆମେ ପଇସା ନେଣଦେଣ ମଧ୍ୟ ଅନଲାଇନ ମାଧ୍ୟମରେ କରୁଛୁ । ଦେଖିବାକୁ ଗଲେ ପ୍ରାୟ ସବୁଠି ଆମେ ଇଣ୍ଟରନେଟର ବ୍ୟବହାର କରିଥାଉ । ବିଶେଷକରି ଅନଲାଇନରେ ଭିଡଓ ଦେଖିବା ହେଉ ଅବା ଭିଡିଓ କଲ ମାଧ୍ୟମରେ ପାଠ ପଢିବା, ଅଫିସ ମିଟିଂ କରିବା ପାଇଁ ଇଣ୍ଟରନେଟର ଆବଶ୍ୟକ ହୋଇଥାଏ । ଏହାସହ ଆଜିକାଲି ଓ୍ଵାର୍କ ଫର୍ମ ହୋମ କାମ ପ୍ରାୟ କର୍ମଚାରୀ କରିବାକୁ ପସନ୍ଦ କରୁଛନ୍ତି । ସେହିପରି ଆଜିକା ଦିନରେ ପ୍ରାୟ ଓଟିଟି ଦେଖିବାକୁ ପସନ୍ଦ କରୁଛନ୍ତି । ଓଟିଟି ମନଞ୍ଜନର ମାଧ୍ୟମ ସାଜୁଛି । ଏସବୁ କାମ ପାଇଁ ହାଇସ୍ପିଡ ଇଣ୍ଟରନେଟର ଆବଶ୍ୟକତା ରହିଛି । ଏଭଳି ହାଇ ଇଣ୍ଟରନେଟ ଡିମାଣ୍ଡ ପରିସ୍ଥିତିରେ ସମସ୍ତେ ପ୍ରାୟ ଚାହିଁଥାନ୍ତି କମ ଦାମରେ ଅଧିକ ଇଣ୍ଟରନେଟ । ଏହାସହ ସ୍ପିଡକୁ ମଧ୍ୟ ସାଲିସ କରିବାକୁ ଚାହାଁନ୍ତି ନାହିଁ । ଆମେ ଆପଣଙ୍କର ଏହି ଆବଶ୍ୟକତାକୁ ପୁରଣ କରିବା ପାଇଁ ଆପଣଙ୍କୁ ଏକ ଇଣ୍ଟରନେଟ ପ୍ଲାନ ବାବଦରେ ସୂଚନା ଦେବାକୁ ଚାହିଁବୁ ।

ରିଲାଏନ୍ସ ଜିଓ ଫାଇବର ପକ୍ଷରୁ 150Mbps ସ୍ପିଡ ସହ ପ୍ରିପେଡ ପ୍ଳାନ ଅଣାଯାଇଛି । ଏହି ପ୍ଲାନ ସହ ୟୁଜର ବିଭିନ୍ନ ଓଟିଟି ପ୍ଲାଟଫର୍ମର ଆକସେସ ପାଇ ପାରିବେ । ଏହାସହ ଆପଣଙ୍କୁ ମାଗଣା ସେଟ-ଟପ-ବକ୍ସ ମିଳିବ । ଅର୍ଥ ଗୋଟିଏ ପ୍ଲାନରେ ଆପଣଙ୍କୁ ଇଣ୍ଟରନେଟ, ଓଟିଟି ଓ ଟିଭି ଚ୍ୟାନେଲ ଦେଖିବାର ସୁବିଧା ମିଳିବ । ଏହାସହ ଆପଣ ଆପଣଙ୍କ ସୁବିଧା ଅନୁସାରେ ଏହି ପ୍ଳାନକୁ ବଦଳାଇ ପାରିବେ । ଜିଓ ପକ୍ଷରୁ ଏହାର ବର୍ଷିକିଆ ପ୍ଲାନ ମଧ୍ୟ ଅଣାଯାଇଛି । ଏହି ପ୍ଲାନରେ ଆପଣଙ୍କୁ ଗୋଟିଏ ମାସ ଅଧିକ ବେନିଫିଟ ମିଳିବ ।

ଜିଓ ଫାଇବର ପକ୍ଷରୁ 150Mbpsର ବର୍ଷିକିଆ ପ୍ଲାନ ଅଣାଯାଇଛି । ଏହାର ଦାମ ଜିଏସଟି ସହ ୧୧ ହଜାର ୯୮୮ ରହିଛି । ଯଦି ଆପଣ ହିସାବ କରିବେ ଏହି ପ୍ଲାନରେ ଆପଣଙ୍କୁ ମାସିକ ୯୯୯ ଟଙ୍କା ଲେଖାଏଁ ଖର୍ଚ୍ଚ କରିବାକୁ ପଡ଼ୁଛି । ଯଦି ଦେଖିବା ମାସିକ ପ୍ଲାନରେ କୌଣସି ପରିବର୍ତ୍ତନ ହୋଇନାହିଁ । କିନ୍ତୁ ଆପଣ ଯଦି ବର୍ଷିକିଆ ରିଚାର୍ଜ କରୁଛନ୍ତି ଆପଣଙ୍କୁ ଅଧିକ ୩୦ ଦିନ ବେନିଫିଟ ମିଳିବ । ଅର୍ଥାତ ଆଉ ଏକମାସ ଆପଣ ଏହି ପ୍ଲାନର ଫାଇଦା ଉଠାଇ ପାରିବେ ।

ଏବେ ଆସନ୍ତୁ ଜାଣିବା ଏହି ପ୍ଲାନରେ କିକି ଫାଇଦା ମିଳିବାକୁ ଯାଉଛି । ଏହି ପ୍ଲାନରେ ଆପଣଙ୍କୁ 150Mbps ଅପଲୋର୍ଡ ଓ ଡାଉନଲୋର୍ଡ ସ୍ପିଡ ମିଳିବ । ଏହାସହ ଏଥିରେ ଫିକ୍ସ ଲାଇନ କନେକସନରେ ଫ୍ରି ଅନଲିମିଟେଡ ଭଏସ କଲର ସୁବିଧା ମିଳିବ । କିନ୍ତୁ ୟୁଜରଙ୍କୁ ଏଥିପାଇଁ ଆବଶ୍ୟକ ହେଉଥିବା ରିସିଭର କିଣିବାକୁ ପଡ଼ିବ । ଏଥିରେ ଆପଣଙ୍କୁ ପ୍ରତ୍ୟେକ ମାସ 3.3ଟିବି ମାସିକ ଡାଟା ମିଳିବ । ଏହାସହ ଏଥିରେ ଫ୍ରି ଏସଟିବିର ସୁବିଧା ମିଳିବ ଯାହାକୁ ଆପଣ ମାଇ ଜିଓ ଆପ୍ଲିକେସନ ଜରିଆରେ କ୍ଲେମ କରିପାରିବେ । ଏହି ପ୍ଲାନରେ ଆପଣଙ୍କୁ Voot Select, Disney+ Hotstar, Prime Video, SonyLIV, SunNXT, Voot Kids, ZEE5, Hoichoi, Discovery+, Lionsgate Play, Universal+, JioCinema, Eros Now, ShemarooMe, ALTBalaji, ଓ JioSaavn ଭଳି ଓଟିଟିର ସବକ୍ରିପସନ ମିଳିବ । ତେବେ ଡେରି କରନ୍ତୁ ନାହିଁ ଆଜି ହିଁ ଏହି ଅଫରର ଫାଇଦା ଉଠାନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.