ରିଲାଏନ୍ସ ଜିଓ ୮୯୯ ଟଙ୍କା ଏବଂ ୩,୫୯୯ ଟଙ୍କା ପ୍ରିପେଡ୍ ରିଚାର୍ଜ ପ୍ଳାନରେ ‘ଦିୱାଲୀ ଧାମକା’ ଅଫର ଘୋଷଣା କରିଛି । ଯେଉଁମାନେ ଅକ୍ଟୋବର ୨୫ ରୁ ନଭେମ୍ବର ୫ ମଧ୍ୟରେ ଅର୍ଥାତ୍ ଦିୱାଲୀ ସିଜିନରେ ଉଭୟ ପ୍ଲାନ ସହିତ ରିଚାର୍ଜ କରିବେ ସେହି ୟୁଜର୍ସଙ୍କୁ ସ୍ୱତନ୍ତ୍ର ଲାଭ ମିଳିବ । ଜିଓ ବିଭିନ୍ନ ବ୍ରାଣ୍ଡ ୟୁଜର୍ସ ଯେପରିକି Ajio, Swiggy ଏବଂ EaseMyTrip କୁ ଭାଉଚର୍ ପ୍ରଦାନ କରୁଛି ।
ଭାଉଚର୍:
-Ajio ଉପରେ ୯୯୯ ଟଙ୍କାର ଜିନିଷ ଅର୍ଡର କରିଲେ କମ୍ପାନୀ ୨୦୦ ଟଙ୍କା ଡିସକାଉଣ୍ଟ ପ୍ରଦାନ କରୁଛି । ଏହା କିଛି ସିଲେକଟେଡ୍ ପ୍ରଡ଼କ୍ଟ ଉପର ଲାଗୁ ହୋଇଥାଏ ।
-EaseMyTrip ରେ ବିମାନ ଏବଂ ହୋଟେଲ ବୁକିଂ ଉପରେ ୩୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି ।
-ସେହିଭଳି ୟୁଜର୍ସମାନେ ସର୍ବନିମ୍ନ ୩୯୯ ଟଙ୍କା ଏବଂ ତା’ଠାରୁ ଅଧିକ ଟଙ୍କାର ଫୁଡ୍ ଅର୍ଡରରେ ୧୫୦ ଟଙ୍କା ଅଫ୍ ପାଇପାରିବେ ।
କିପରି କ୍ଲେମ୍ କରିବେ?
-ଉଲ୍ଲିଖିତ ପ୍ଲାନଗୁଡିକ ସହିତ ରିଚାର୍ଜ କରିବା ପରେ, ଗ୍ରାହକମାନେ MyJio ଆପରୁ ଭାଉଚର୍ କ୍ଳେମ୍ କରିପାରିବେ ।
-ଆପରେ ଥିବା ‘My Offers’ ସେକ୍ସନକୁ ଯାଆନ୍ତୁ ଏବଂ ‘My Winnigs’ ଉପରେ ଟ୍ୟାପ୍ କରନ୍ତୁ ।
-ଏଠାରେ ଆପଣଙ୍କୁ ଭାଉଚର୍ ପ୍ରେଜେଣ୍ଟ କରାଯିବ । ଆପଣ ଏଠାରେ ନିଜ ମନପସନ୍ଦ ବ୍ରାଣ୍ଡର (EaseMyTrip, Ajio, ଏବଂ Swiggy) ଭାଉଚର୍ କୋଡ୍ କପି କରିପାରିବେ ।
-ଏହାପରେ କ୍ୟୁରେଟେଡ୍ ଲିଙ୍କ୍ ଫଲୋ କରନ୍ତୁ ଏବଂ ପେମେଣ୍ଟ ସମୟରେ ଡିସକାଉଣ୍ଟ କ୍ଳେମ୍ କରିବାକୁ କୋଡ୍ ଅପ୍ଲାଏ କରନ୍ତୁ ।
Jio Rs 899 plan:
-ଏହି ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା + ୨୦ ଜିବି ଏକ୍ସଟ୍ରା ଡାଟା ପ୍ରଦାନ କରାଯାଇଛି ।
-ଏହାର ଭାଲିଡିଟି ୯୦ ଦିନ ।
-ଯେକୌଣସି ନେଟୱାର୍କକୁ ଅନଲିମିଟେଡ୍ କଲ ଏବଂ ପ୍ରତିଦିନ ୧୦୦ SMS ।
-ଯୋଗ୍ୟ ୟୁଜର୍ସମାନେ ଅନଲିମିଟେଡ୍ 5G ଡାଟା ପାଆନ୍ତି ।
-ଆପଣ JioCinema (ପ୍ରିମିୟମ୍ ସାମିଲ ନୁହେଁ), JioTV, ଏବଂ JioCloud କୁ ଫ୍ରି ଆକ୍ସେସ ପାଇପାରିବେ ।
Jio Rs 3,599 plan:
-ଏହି ପ୍ଲାନ ଆପଣଙ୍କୁ ପ୍ରତିଦିନ ୨. ୫ ଜିବି ଡାଟା ଦେଇଥାଏ ।
-ଏହାର ଭାଲିଡିଟି ୩୬୫ ଦିନ ।
-ଏହି ପ୍ୟାକ୍ ଯେକୌଣସି ନେଟୱାର୍କକୁ ଅନଲିମିଟେଡ୍ କଲ୍ ଏବଂ ପ୍ରତିଦିନ ୧୦୦ SMS ପ୍ରଦାନ କରେ ।
-ଯୋଗ୍ୟ ୟୁଜର୍ସମାନେ ଅନଲିମିଟେଡ୍ 5G ଡାଟା ପାଆନ୍ତି ।
-ଏହି ପ୍ଲାନ ସହିତ ରିଚାର୍ଜ କରୁଥିବା ବ୍ୟକ୍ତିମାନେ JioCinema (ପ୍ରିମିୟମ୍ ସାମିଲ ନୁହେଁ), JioTV, ଏବଂ JioCloud କୁ ଫ୍ରି ଆକ୍ସେସ ପାଇପାରିବେ ।