ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ଅନେକ ପ୍ରକାରର ରିଚାର୍ଜ ପ୍ଲାନ୍ ରଖିଛି । ଏହା ସହ ଜିଓର ପ୍ରିପେଡ୍ ପ୍ଲାନରେ ବିଭିନ୍ନ ପ୍ରକାରର ଅଫର୍ ମଧ୍ୟ ଉପଲବ୍ଧ । ଆଜି ଆମେ ଆପଣମାନଙ୍କୁ ଜିଓର ଏପରି ରିଚାର୍ଜ ପ୍ଲାନ୍ ବିଷୟରେ କହିବୁ ଯାହା ଆପଣଙ୍କ ଏକ ମାସର ରିଚାର୍ଜ ପ୍ଲାନର ଟେନସନକୁ ଦୂର କରିବ । ରିଲାଏନ୍ସ ଜିଓର ୟୁଜର୍ ବେସ୍ ଯେତେ ବଡ, ରିଚାର୍ଜ ପ୍ଲାନ୍ଗୁଡିକର କମ୍ପାନୀ ପୋର୍ଟଫୋଲିଓ ମଧ୍ୟ ସେତେ ବଡ । ସାରା ଦେଶରେ ଜିଓର ସର୍ବାଧିକ ୪୯ କୋଟି କଷ୍ଟମର ଅଛନ୍ତି ।
ଜିଓ ତା’ର ୟୁଜର୍ସମାନଙ୍କର ଆବଶ୍ୟକତା ଏବଂ ସୁବିଧା ଗୁଡିକର ଭଲ ଭାବରେ ଯତ୍ନ ନେଇଥାଏ । କିଛି ସମୟ ପାଇଁ, ଟେଲିକମ୍ କମ୍ପାନୀଗୁଡିକ କଷ୍ଟମରଙ୍କୁ ଆକର୍ଷିତ କରିବା ପାଇଁ ରିଚାର୍ଜ ପ୍ଲାନର OTT ଆପ୍ସର ଫ୍ରି ସବସ୍କ୍ରିପସନ୍ ପ୍ରଦାନ କରୁଛନ୍ତି । ଏହା ସହିତ କଷ୍ଟମରମାନଙ୍କୁ ଆମାଜନ ପ୍ରାଇମ୍, ନେଟଫ୍ଲିକ୍ସ, ଡିଜନି ପ୍ଲସ୍ ଏବଂ ହଟ୍ ଷ୍ଟାର ପରି OTT ଆପ୍ ପାଇଁ ଅଲଗା ଖର୍ଚ୍ଚ କରିବାକୁ ପଡିବ ନାହିଁ । ଜିଓ ତା’ର କଷ୍ଟମରମାନଙ୍କୁ ଫ୍ରି’ରେ OTT ଆପ୍ସ ପ୍ରଦାନ କରିଥାଏ ।
ଜିଓର ଶସ୍ତା ପ୍ଲାନ୍:
ଜିଓ ନିଜ ୟୁଜର୍ସ ମାନଙ୍କ ପାଇଁ ୧୭୫ ଟଙ୍କାର ରିଚାର୍ଜ ପ୍ଲାନ୍ ରଖିଛି । ଏଥିରେ କମ୍ପାନୀ ୟୁଜର୍ସଙ୍କୁ ୨୮ ଦିନର ଭାଲିଡିଟି ସହ ୧୨ରୁ ଅଧିକ OTT ପ୍ଲାଟଫର୍ମ ଫ୍ରି’ରେ ଯୋଗାଇଥାଏ । ଆହୁରି ମଧ୍ୟ ଆପଣ ଜାଣି ରଖନ୍ତୁ ଯେ, ଜିଓର ଏହି ଶସ୍ତା ପ୍ଲାନ ହେଉଛି ଏକ ଡାଟା ପ୍ଲାନ୍ । ଏଥିରେ କମ୍ପାନୀ ଆପଣଙ୍କୁ ୧୦ ଜିବି ଡାଟା ପ୍ରଦାନ କରୁଛି । ଏହା ସହ ଏହି ପ୍ଲାନରେ କଲ୍ ଏବଂ ଫ୍ରି SMSର ସୁବିଧା ଆପଣ ପାଇବେ ନାହିଁ ।
ଜିଓର ଅନ୍ୟ ଏକ ପ୍ଲାନ୍:
ଜିଓରେ ୪୯୯ ଟଙ୍କାର ମଧ୍ୟ ଆଉ ଏକ ପ୍ଲାନ ରହିଛି । ଯଦି ଆପଣମାନେ କଲ୍ ଏବଂ SMSର ସୁବିଧା ଚାହୁଁଛନ୍ତି ତେବେ, ଆପଣ ଜିଓରେ ୪୯୯ ଟଙ୍କାର ଏକ ପ୍ଲାନ ରିଚାର୍ଜ କରିପାରିବେ । ଏହି ପ୍ଲାନରେ ଅନଲିମିଟେଡ୍ ଭଏସ୍ କଲିଂ ଏବଂ ୨୮ ଦିନ ପର୍ଯ୍ୟନ୍ତ ୧୦୦ଟି SMSର ସୁବିଧା ମଧ୍ୟ ପାଇପାରିବେ । ଏହା ସହ ଏହି ପ୍ଲାନରେ ଆପଣ SonyLIV, ZEE5 ଏବଂ ଜିଓ ସିନେମା ପରି ୧୨ଟି OTT ପ୍ଲାଟଫମ ସହ ଏହାର ଫ୍ରି’ ସବସ୍କ୍ରିପସନ୍ ମଧ୍ୟ ପାଇପାରିବେ ।