ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ସବୁବେଳେ ଶସ୍ତା ଏବଂ ଦାମୀ ପ୍ଲାନ୍ ଯୋଡିଥାଏ । ଖାସ୍ କଥା ହେଉଛି ଦାମୀ ପ୍ଲାନ୍ ତଥା ଶସ୍ତା ପ୍ଲାନରେ ଆପଣଙ୍କୁ ଅନେକ ବଡ଼ ଅଫର ଦିଆଯାଏ । Jio ନିକଟରେ ଏହାର ଲାଟେଷ୍ଟ ବ୍ରଡବ୍ୟାଣ୍ଡ Jio AirFiber ରେ ଏକ ଦମଦାର ପ୍ଲାନ୍ ଯୋଡିଛି । ଏହି ପ୍ଲାନର ଦାମ୍ ୬୦୦ ରୁ କମ୍ ରହିଛି । ଏଥିରେ ଆପଣ ବଢ଼ିଆ ସ୍ପିଡ୍ ଇଣ୍ଟରନେଟ୍ କନେକ୍ସନ୍ ପାଇବା ସହ ଆପଣଙ୍କୁ ମାଗଣାରେ ଟିଭି ଚ୍ୟାନେଲଗୁଡିକ ପାଇଁ ଆକ୍ସେସ୍ ମିଳିବ ।
ଯଦି ଆପଣଙ୍କୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ଡାଟା ଦରକାର ତେବେ ଆପଣ ଜିଓ ଏୟାର ଫାଇବରକୁ ଯାଇପାରିବେ । ଡିଭାଇସ୍ ଇନଷ୍ଟଲେସନ୍ ପରେ ଆପଣ କମ୍ପାନୀର ୫୯୯ ପ୍ଲାନରେ ରିଚାର୍ଜ କରିପାରିବେ । ଜିଏସଟି ବିନା ଆପଣ ଏହି ରିଚାର୍ଜ କରିପାରିବେ । ଜିଓ ଏୟାର ଫାଇବରର ଏହି ଶସ୍ତା ପ୍ଲାନ୍ ବିଷୟରେ ଡିଟେଲ୍ସରେ ଜାଣନ୍ତୁ ।
ହାଇ ସ୍ପିଡ୍ ଡାଟା କନେକ୍ଟିଭିଟି ସହିତ ଜିଓ ଏୟାର ଫାଇବରର ୫୯୯ ଟଙ୍କା ପ୍ଲାନରେ ଆପଣ ୩୦ ଦିନର ଭ୍ୟାଲିଡିଟି ପାଇବେ । ଏଥିରେ କମ୍ପାନୀ ନିଜ ଗ୍ରାହକଙ୍କୁ ୩୦ Mbps ସ୍ପିଡରେ ଡାଟା ଦେବ । ଏହି ପ୍ଲାନରେ Jio ୩୦ ଦିନ ପାଇଁ ୧୦୦୦ GB ଡାଟା ଦେଉଛି ।
ଜିଓ ପ୍ରିପେଡ୍ ପ୍ଲାନ୍ ପରି ରିଲାଏନ୍ସ ଜିଓ ମଧ୍ୟ ଜିଓ ଏୟାର ଫାଇବର ପ୍ଲାନରେ ୟୁଜରଙ୍କୁ OTT ଆପ୍ସର ମାଗଣା ସବସ୍କ୍ରିପସନ୍ ଦେଉଛି । ଆପଣ ୫୯୯ ଟଙ୍କା ପ୍ଲାନ୍ ଦ୍ୱାରା ସୋନିଲିଭ୍, ଜିଓ ସିନେମା, ଡିଜନି + ହଟଷ୍ଟାର୍ ଲାୟନ୍ସଗେଟ୍ ପ୍ଲେ, ଜି 5 ପରି ଅନେକ ବଡ OTT ପ୍ଲାଟଫର୍ମର ମାଗଣା ସବସ୍କ୍ରିପସନ୍ ପାଇପାରିବେ ।
ଏହି ପ୍ଲାନରେ OTT ଆପ୍ସ ସହିତ କମ୍ପାନୀ Jio Air Fiber ୟୁଜରଙ୍କୁ ଆଉ ଏକ ବଢ଼ିଆ ଅଫର୍ ଦେଉଛି । ୫୯୯ ଟଙ୍କା ପ୍ଲାନରେ କମ୍ପାନୀ ଆପଣଙ୍କୁ ୮୦୦ ରୁ ଅଧିକ ଟିଭି ଚ୍ୟାନେଲ ମାଗଣାରେ ଦେଖିବାର ସୁଯୋଗ ଦେଉଛି ।