ଲଞ୍ଚ ହେଲା ଜିଓର ନୂଆ ପ୍ଲାନ୍‌, ଲମ୍ବା ଭ୍ୟାଲିଡିଟି ସହ ମିଳିବ FanCodeର ଫ୍ରି ସବସ୍କ୍ରିପସନ୍

FanCode ର ମାସିକ ସବସ୍କ୍ରିପସନ୍ ୨୦୦ ଟଙ୍କା ହୋଇଥିବାବେଳେ ଏହାର ବାର୍ଷିକ ପ୍ଲାନ୍‌ ପାଇଁ ୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ, କିନ୍ତୁ ୩୩୩୩ ଟଙ୍କା ରିଚାର୍ଜ ପ୍ଲାନ ନେଉଥିବା ୟୁଜରଙ୍କୁ FanCodeର ମାଗଣା ସବସ୍କ୍ରିପସନ୍ ଦିଆଯିବ ।

ରିଲାଏନ୍ସ ଜିଓ ପ୍ରିପେଡ୍ ୟୁଜରଙ୍କ ପାଇଁ ଲମ୍ବା ଭ୍ୟାଲିଡିଟିର ଏକ ନୂଆ ରିଚାର୍ଜ ପ୍ଲାନ୍‌ ଆରମ୍ଭ କରିଛି, ଏହି ନୂଆ ଜିଓ ପ୍ଲାନର ଦାମ୍‌ ହେଉଛି ୩୩୩୩ ଟଙ୍କା । ଏହି ପ୍ଲାନ୍‌ ଦ୍ୱାରା ଆପଣ କମ୍ପାନୀରୁ ସ୍ପୋର୍ଟସ୍ ଷ୍ଟ୍ରିମିଂ ପ୍ଲାଟଫର୍ମ FanCode ର ମାଗଣା ସବସ୍କ୍ରିପସନ୍ ର ଲାଭ ଉଠାଇ ପାରିବେ । FanCode ହେଉଛି ଏକ ସ୍ପୋର୍ଟସ୍ ଷ୍ଟ୍ରିମିଂ ପ୍ଲାଟଫର୍ମ, ଏହି ପ୍ଲାଟଫର୍ମରେ କ୍ରିକେଟ୍, ଫୁଟବଲ୍, ଫର୍ମୁଲା ୧ ସମେତ ଅନ୍ୟାନ୍ୟ ସ୍ପୋର୍ଟ ଇଭେଣ୍ଟଗୁଡିକ ଦେଖିବାକୁ ମିଳିବ ।

FanCode ର ମାସିକ ସବସ୍କ୍ରିପସନ୍ ୨୦୦ ଟଙ୍କା ହୋଇଥିବାବେଳେ ଏହାର ବାର୍ଷିକ ପ୍ଲାନ୍‌ ପାଇଁ ୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ, କିନ୍ତୁ ୩୩୩୩ ଟଙ୍କା ରିଚାର୍ଜ ପ୍ଲାନ ନେଉଥିବା ୟୁଜରଙ୍କୁ FanCodeର ମାଗଣା ସବସ୍କ୍ରିପସନ୍ ଦିଆଯିବ । ଏହି ପ୍ରିପେଡ୍ ପ୍ଲାନ୍‌ ସହିତ ଆପଣଙ୍କୁ ପ୍ରତିଦିନ ୨.୫ ଜିବି ହାଇ ସ୍ପିଡ୍ ଡାଟା, ଅନଲିମିଟେଡ୍‌ ଫ୍ରି କଲିଂ ଏବଂ ପ୍ରତିଦିନ ୧୦୦ SMS ଦିଆଯିବ ।

ଏହି ଜିଓ ରିଚାର୍ଜ ପ୍ଲାନରେ ଆପଣ କମ୍ପାନୀ ଠାରୁ ୩୬୫ ଦିନ ଭ୍ୟାଲିଡିଟିର ଲାଭ ପାଇବେ । ୩୬୫ ଦିନର ଭ୍ୟାଲିଡିଟି ଏବଂ ଦୈନିକ ୨.୫ GB ଡାଟା ଅନୁଯାୟୀ ଏହି ପ୍ଲାନରେ ମୋଟ ୯୧୨.୫ GB ହାଇ ସ୍ପିଡ୍ ଡାଟା ଦିଆଯିବ । ଏହି ପ୍ଲାନରେ ଅନଲିମିଟେଡ୍‌ 5G ଡାଟା ରହିଛି । ଏହି ପ୍ଲାନ୍‌ କମ୍ପାନୀର ଅଫିସିଆଲ୍ ସାଇଟ୍ ଏବଂ ମୋବାଇଲ୍ ଆପ୍ ରେ ରିଚାର୍ଜ ପାଇଁ ଉପଲବ୍ଧ । ଅନ୍ୟ ବେନିଫିଟ୍ସ ବିଷୟରେ କହିବାକୁ ଗଲେ ୩୩୩୩ ଟଙ୍କା ପ୍ଲାନରେ ଜିଓ ପ୍ଲାନ୍‌ ସହିତ ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ୍ ଭଳି ଆପ୍ ବ୍ୟତୀତ ୧ ବର୍ଷ ପାଇଁ FanCodeର ଫ୍ରି ଆକ୍ସେସ୍‌ ମିଳିବ । ଏହି ପ୍ଲାନ୍‌ ସହିତ JioCinema Premium ଏବଂ ରେଗୁଲାର ଜିଓ ସିନେମାର ଫ୍ରି ଆକ୍ସେସ୍‌ ମିଳିବ ।

 

Leave A Reply

Your email address will not be published.