ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ସତର୍କ ସୂଚନା, ଏହି ଆପ୍ ବ୍ୟବହାର କରୁଥିଲେ ତୁରନ୍ତ କରନ୍ତୁ ଡିଲେଟ

ଗୁଗଲ ପ୍ଲେ ଷ୍ଟୋରକୁ ପୁଣି ଥରେ ଫେରିଛି ‘ଜୋକର ଭାଇରସ୍’। ଏହା ଏମିତି ଏକ ଭାଇରସ କୋଡ ଯାହା ଆଣ୍ଡ୍ରଏଡର କିଛି ଆପ୍ଲିକେସନରେ ଲୁଚି ରହିଥାଏ। ସବୁଠୁ ବଡ଼ କଥା ହେଉଛି ଏହା ସମ୍ପର୍କରେ ୟୁଜର୍ସଙ୍କୁ କିଛି ଜଣା ପଡ଼ିନଥାଏ। ମସ୍କୋର Tatyana Shishkova ସନିଅର ମାଲେଓ୍ଵର ଆନାଲିଷ୍ଟ, Kasperskyଙ୍କ ସୂଚନା ଅନୁଯାୟୀ ଏହି ଭାଇରସ୍ ଏବେ ୧୪ଟି ଆପରେ ଲୁଚି ରହିଛି। ଏହାକୁ ନେଇ ସେ ଟ୍ଵିଟ ମଧ୍ୟ କରିଛନ୍ତି। ଏହା ଏକ ଖତରନାକ ଭାଇରସ୍ । ନୁଆ ୟୁଜର୍ସ ମାନଙ୍କ ପାଇଁ ଏହି ଭାଇରସ୍ ସବୁଠୁ ବିପଦପୂର୍ଣ୍ଣ । ତେଣୁ ଏଥିପାଇଁ ସତର୍କ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଏହା ଏମିତି ଏକ ଭାଇରସ୍ ଯାହା ଗୁଗଲ ପ୍ଲେ ଷ୍ଟୋରରେ ଅନେକ ସମୟ ଥର ରିଟର୍ଣ୍ଣ ଆସିଥାଏ।
#FaceStealer Android Trojan on Google Play:https://t.co/ZLpNu2a6RB Nov 12, 10+ installs
C2: kcoffni[.]xyz pic.twitter.com/HrAXYAy3z3— Tatyana Shishkova (@sh1shk0va) November 19, 2021
ଏହା ଏମିିତି ଭାଇରସ୍ ଯାହା ଆପଣଙ୍କ ଫୋନରୁ ସବୁ ତଥ୍ୟକୁ ଚୋରି କରିଦେଇଥାଏ। ତେବେ ୟୁଜର୍ସ ମାନଙ୍କ ବ୍ୟବହାରକୁ ଦେଖି ଏହି ଭାଇରସ୍ ନିଜ ରାସ୍ତା ବାଛି ଦେଇଛି। ଏବେ ଗୁଗଲ ପ୍ଲେ ଷ୍ଟୋରରୁ ଆପଣ କୌଣସି ବି ଆପ୍ ଇନଷ୍ଟଲ କରିବା ଆଗରୁ ସତର୍କ ରୁହନ୍ତୁ। ଏହାସହ ଭଲ ଭାବେ ଯାଞ୍ଚ କରନ୍ତୁ। କାରଣ ଏହିି ଭାଇରସ୍ ଥରେ ଆପଣଙ୍କ ଡିଭାଇସ୍ ଭିତରକୁ ଗଲେ ଏହା ଆପଣଙ୍କ ଏସଏମଏସ୍ , କଣ୍ଟାକ୍ଟ ଓ ଓଟିପି ସମେତ ଡିଭାଇସ୍ର ସବୁ ତଥ୍ୟ ଆଦିକୁ ଚୋରି କରିନିଏ।
ତେବେ ଜାଣି ରଖନ୍ତୁ ଯେ, ଏହି ଭାଇରସ୍ ସମ୍ପର୍କରେ ପ୍ରଥମେ ୨୦୧୭ ମସିହାରେ ଜଣାପଡ଼ିଥିଲା। ଏହାପରେ ୨୦୧୯ ମସିହାରେ ଗୁଗଲ ନିଜ ପକ୍ଷରୁ ଏହା ସମ୍ପର୍କରେ ସୂଚନା ଦେଇଥିଲା। ପରେ ୨୦୨୦ ମସିହା ଜୁଲାଇ ମାସରେ ଏହା ପ୍ଲେ ଷ୍ଟୋରରେ ପୁଣିଥରେ ଆସିଥିଲା। ଯେଉଁଥିରେ ମୋଟ ୧୧ଟି ଆପ୍ କୁ ନିଜ ଶିକାର ବନାଇଥିଲା। ଏବେ ପୁଣି ଥରେ ଫେରି ମୋଟ ୧୪ଟି ଆପ୍ ଉପରେ ନିଜର ଜାଲ ବିଛାଇଛି। ଜାଣି ନିଅନ୍ତୁ ୧୪ଟି ଆପ୍ ଲିଷ୍ଟରେ କେଉଁ ସବୁ ଆପ୍ଲିକେସନ ଅଛି, ଯାହାକୁ ଆପଣ ଡାଉନଲୋଡ କରିଥିଲେ ତୁରନ୍ତ ଡିଲେଟ କରିଦିଅନ୍ତୁ।
1-Super –Click VPN
2-Volume booster Hearing Aid
#Joker Android Trojan on Google Play:https://t.co/kgzbO696go Nov 9, 10+ installs pic.twitter.com/FyBPETsRwA
— Tatyana Shishkova (@sh1shk0va) November 15, 2021
3-Battery Charging Animation Bubble Effects
4-Flashlight Flash Alert on Call
#Joker Android Trojans on Google Play:https://t.co/SR94u4iVXI Nov 4, 10+ installshttps://t.co/YIcWA6BKVB Nov 5, 1+ installs pic.twitter.com/nrbdSi0Vyh
— Tatyana Shishkova (@sh1shk0va) November 11, 2021
5-Easy PDF Scanner
#Joker Android Trojan on Google Play:https://t.co/oK4UFzSPQ7 Nov 9, 10+ installs
Payload:
Step 1: https://banmama.oss-us-west-1.aliyuncs[.]com/easypdf
Step 2: https://banmama.oss-us-west-1.aliyuncs[.]com/belong pic.twitter.com/wPrKiYG8Rw— Tatyana Shishkova (@sh1shk0va) November 11, 2021
6-Smart TV remote
7-Halloween Coloring
#Joker Android Trojans on Google Play:https://t.co/jxJWbe8AH0 Oct 29, 1,000+ installshttps://t.co/UmLssAqBF7 Nov 5, 1+ installs pic.twitter.com/wVLY4yI4Kz
— Tatyana Shishkova (@sh1shk0va) November 10, 2021
8-Classic Emoji Keyboard
9-Volume Booster Louder Sound Equalizer
#Joker Android Trojans on Google Play:https://t.co/JA1u5GtG82 Nov 1, 100+ installshttps://t.co/myoMoyRRwU Nov 2, 5,000+ installs pic.twitter.com/CEHfxjY39u
— Tatyana Shishkova (@sh1shk0va) November 8, 2021
10-Super Hero-Effect
11-Battery Charging Animations Battery Wallpaper
12-Dazzling Keyboard
More #Joker Android Trojans on Google Play:https://t.co/x5EaSBk4Hv Oct 28, 1,000+ installshttps://t.co/PB6pj60KUD Oct 29, 10+ installs pic.twitter.com/B910IJY7SK
— Tatyana Shishkova (@sh1shk0va) November 4, 2021
13-EmojiOne Keyboard
14-Now QRcode Scan
#Joker Android Trojan on Google Play:https://t.co/FoIf3JZvsH Oct 19, 10,000+ installs
Gets payload from covis.oss-ap-southeast-5.aliyuncs[.]com pic.twitter.com/cbjpOv8Xk6— Tatyana Shishkova (@sh1shk0va) October 25, 2021
ଆନାଲିଷ୍ଟଙ୍କ କହିବା ଅନୁଯାୟୀ ଏହା କିଛି ମାସର ବ୍ୟବଧାନ ପରେ ପୁଣି ଥରେ ରିଟର୍ଣ୍ଣ କରିଥାଏ। ତେଣୁ ପ୍ରତ୍ୟେକ ଆଣ୍ଡ୍ରଏଡ ୟୁଜର ଏଥିପାଇଁ ସତର୍କ ରହିବା ସହ ପ୍ଲେ ଷ୍ଟୋରରୁ କୌଣସି ଆପ୍ କୁ ମନମୁଖି ଡାଉନଲୋଡ କରିବା ଅନୁଚିତ।