ଆପଣଙ୍କ ପୁରୁଣା ଟିଭିକୁ ଏପରି ବନାନ୍ତୁ ସ୍ମାର୍ଟ ଟିଭି, କେବଳ କରିବାକୁ ହେବ ଏହି କାମ

ଆଜିକାଲି ବଜାରରେ ବହୁତ ଶସ୍ତା ଦାମ୍‌ରେ ସ୍ମାର୍ଟ ଟିଭି ମିଳିଯାଉଛି। କିନ୍ତୁ ଯେଉଁ ଲୋକଙ୍କ ପାଖରେ ପୁରୁଣା ଏଲ୍‌ଇଡି/ଏଲ୍‌ସିଡି ଟିଭି ରହିଛି, ସେମାନେ ଏହାକୁ ସ୍ମାର୍ଟଟିଭିରେ ବଦଳାଇପାରିବେ। ଏଥିପାଇଁ ଆପଣଙ୍କୁ ବେଶି କଷ୍ଟ କାମ ନୁହେଁ ବାସ୍‌ ଏକ ଛୋଟ କାମ କରିବାକୁ ହେବ। ଆପଣ ନିଜ ଟିଭିକୁ ସ୍ମାର୍ଟ ଟିଭି କରିବା ପାଇଁ ମାତ୍ର ଏକ ଡିଭାଇସ ଲଗାଇବାକୁ ହେବ। ଯାହାପରେ ଆପଣଙ୍କ ନର୍ମାଲ ଟିଭି ସ୍ମାର୍ଟଟିଭି ଭଳି କାମ କରିବ। ଆଉ ଆପଣ ଆମାଜନ ପ୍ରାଇମ, ୟୁ ଟ୍ୟୁବ, ଭୁଟ, ନେଟଫ୍ଲିକ୍ସ ଏବଂ ଜି ୫ ଭଳି ଅନେକ ପ୍ରିମିୟମ ଆପ୍‌କୁ ଆକ୍ସେସ କରିବାର ସୁବିଧାର ଲାଭ ଉଠାଇପାରିବେ। ଆସନ୍ତୁ ଜାଣିବା କ’ଣ କରିବାକୁ ହେବ…

amazon

ଆମାଜନ ଫାୟାର ଟିଭି ଷ୍ଟିକ୍‌ :

ପୁରୁଣା ନର୍ମାଲ ଟିଭିକୁ ସ୍ମାର୍ଟ ଟିଭିରେ ପରିଣତ କରିବା ପାଇଁ ଆମାଜନ ଫାୟାର ଟିଭି ଷ୍ଟିକ୍‌ ସବୁଠାରୁ ଭଲ ମାଧ୍ୟମ। ଏହାକୁ ଲଗାଇବା ମଧ୍ୟ ବହୁତ ସହଜ। ଆମାଜନ ଫାୟାର ଟିଭି ଷ୍ଟିକର ମୂଲ୍ୟ ୩,୯୯ ୯ ଟଙ୍କା ରହିଛି। ସେହିପରି 4k ଫାୟାର ଟିଭି ଷ୍ଟିକର ମୂଲ୍ୟ ୫,୯୯୯ ଟଙ୍କା ରହିଛି। ଏହି ଆପ୍‌ ଟିଭିରେ ମିଳୁଥିବା HDMI ସହିତ କନେକ୍ଟ କରି ଆମାଜନ ପ୍ରାଇମ, ୟୁଟ୍ୟୁବ, ଭୁଟ୍‌, ନେଟଫ୍ଲିକ୍ସ ଏବଂ ଜି ୫ ଭଳି ଅନେକ ପ୍ରିମିୟମ ଆପ୍‌ର ଆକ୍ସେସର ସୁବିଧା ମିଳିବ। ଏହାସହିତ ଆଲେକ୍ସା ଭଏସ ରିମୋଟ କଣ୍ଟ୍ରୋଲ ମିଳିବ।

mi box

Xiaomi Mi box 4k

ନର୍ମାଲ ଟିଭିକୁସ୍ମାର୍ଟ ଟିଭିରେ ବଦଳାଇବା ପାଇଁ ଆପଣXiaomi Mi box 4k ବ୍ୟବହାର କରିପାରିବେ। ଏହା ଗତବର୍ଷ ଲଞ୍ଚ ହୋଇଥିଲା। ଯାହାର ମୂଲ୍ୟ ୩,୪୯୯ ଟଙ୍କା ରହିଛି। ଏଥିରେ ଗୁଗଲ ଆସିଷ୍ଟାଣ୍ଟ ,ବଂ ଗୁଗଲ ପ୍ଲେ ଷ୍ଟାର ସହିତ ଭିଡିଓ ଷ୍ଟ୍ରିମିଂ ଆପର ଆକ୍ସେସ ମଧ୍ୟ ମିଳିବ। ଏହା ସହିତ Xiaomi Mi box 4K ରେ HDR 10, ଡଲବୀ ଆଟମାସ, ଆଣ୍ଡ୍ରଏଡ ୯.୦, ଏଚଡିଏମ୍‌ଆଇ, ୟୁଏସବି ପୋର୍ଟ ଏବଂ ବ୍ଲୁଟୁଥ ସପୋର୍ଟ ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.