ଯଦି ଆପଣ ବି କରୁଛନ୍ତି ଅନଲାଇନ୍‌ ପେମେଣ୍ଟ, ତାହେଲେ ଜମା ବି କରନ୍ତୁନାହିଁ ଏହି ୫ ଭୁଲ

ଗତ କିଛି ବର୍ଷ ଭିତରେ ଅନଲାଇନ୍‌ ଏବଂ ଡିଜିଟାଲ ନେଣଦେଶରେ ଅନେକ ଗୁଣା ବୃଦ୍ଧି ପାଇଲାଣି। ଦେଶରେ ଏବେ ଏପରି କେହି ଜଣେ ନଥିବେ ଯେଉଁମାନଙ୍କ ସ୍ମାର୍ଟ ଫୋନରେ ଡିଜିଟାଲ ପେମେଣ୍ଟ ଆକାଉଣ୍ଟ ନଥିବ। ଚୁଟକିରେ ମାତ୍ର କେଇ ମିନିଟରେ ଡିଜିଟାଲ ପେମେଣ୍ଟ ଦ୍ୱାରା ଲୋକେ ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିପାରୁଛନ୍ତି। କିନ୍ତୁ ଏହି ସହଜ ଲାଗୁଥିବା ଟ୍ରାନଜାକସନ ବେଳେବେଳେ ସେତିକି ବିପଦରର ସମ୍ମୁଖୀନ କରାଇପାରେ। ତେଣୁ ୟୁପିଆଇ ପେମେଣ୍ଟ ଯେପରି ସୁବିଧାଜନକ ହେଉଛି ସେହିପରି ଏହା କ୍ଷତିର ମଧ୍ୟ କାରଣ ହୋଇପାରେ।

ତେବେ ଏଥିଲାଗି ଡରିବାର କୌଣସି ଆବଶ୍ୟକତା ନାହିଁ। ତେବେ କିନ୍ତୁ ସତର୍କ ହେବା ବହୁତ ଜରୁରି। କାରଣ ଏହି ଟଙ୍କା ଆପଣଙ୍କ କଷ୍ଟାର୍ଜିତ ଉପାର୍ଜନ। ଦେଶରେ ଅନଲାଇନ ନେଣଦେଣ ବଢିବା ସାଙ୍ଗକୁ ସାଇବର ଅପରାଧ ମଧ୍ୟ ବଢିବଢି ଚାଲିଛି। ଗଳିମୁଣ୍ଡର ତେଜରାତି ଦୋକାନ ହେଉ କି ରାସ୍ତାକଡରେ ଠେଲା ଅଥବା ବଡ ମଲ ଆଜିକାଲି ସବୁଠି ଅନଲାଇନ ଦେୟର ସୁବିଧା ରହିଛି। ଏଥିରେ କେବଳ କୋଡ ସ୍କାନ କର ଓ ଟଙ୍କା ପୈଠ କର।

୧. କାହାସହ ବି ସେୟାର କରନ୍ତୁନାହିଁ ୟୁପିଆଇ ଆଡ୍ରେସ୍‌

ଆପଣ ଯେଉଁ ଡିଜିଟାଲ ପେମେଣ୍ଟ ଆପ ଯେମିତିକି ଗୁଗଲ ପେ, ଫୋନ ପେ ଅଥବା ପେଟିଏମ ବ୍ୟବହାର କରୁଛନ୍ତି ସେସବୁ ଦିଗ ପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରି। ନଚେତ କାଙ୍ଗାଳ ହେବାକୁ ଆପଣଙ୍କୁ ବେଶି ସମୟ ଲାଗିବନି। ତେବେ ଏଥିରେ ସବୁଠୁ ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଆପଣଙ୍କ ଆକାଉଣ୍ଟ ଅଥବା ଆଡ୍ରେସକୁ ସୁରକ୍ଷିତ ରଖିବା। କାହା ସହ ଆପଣ ନିଜର ୟୁପିଆଇ ଆଇଡି ଆଡ୍ରେସ ସେୟର କରନ୍ତୁନାହିଁ। ଆପଣଙ୍କ ୟୁପିଆଇ ଆଡ୍ରେସ୍ ହୁଏତ ଫୋନ ନମ୍ବର ହୋଇପାରେ, କ୍ୟୁଆର କୋଡ ଅଥବା ଭର୍ଚୁଆଲ ପେମେଣ୍ଟ ଆଡ୍ରେସ୍ (ଭିପିଏ) ମଧ୍ୟରୁ କେଉଁଟି ବି ହୋଇପାରେ। ଏଣୁ ଆପଣ କୌଣସି ପୈଠ ଅଥବା ବ୍ୟାଙ୍କ ଆପ୍ଲିକେସନ ମଧ୍ୟମରେ କାହାରିକୁ ନିଜର ୟୁପିଆଇ ଆକାଉଣ୍ଟ ପର୍ଯ୍ୟନ୍ତ ପହଞ୍ଚିବାର ଅନୁମତି ଦିଅନ୍ତୁ ନାହିଁ।

୨. ଏକ ମଜୁବତ ସ୍କ୍ରୀନ ଲକ୍‌ ସେଟ୍‌ କରନ୍ତୁ

ସେହିପରି ଦ୍ୱିତୀୟ କଥା ହେଲା ସବୁ ଦେୟ ପୈଠ ଓ ନେଣଦେଣ ଆପ ଲାଗି ମଜଭୁତ ସ୍କ୍ରିନ ଲକ୍ ସେଟ୍ କରନ୍ତୁ। ଏଥିଲାଗି ମଜଭୁତ ପିନ୍ ସେଟ୍ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ଏହି ପିନକୁ ଆପଣ କାହାରି ସହ ସେୟାର କରନ୍ତୁ ନାହିଁ। ଯଦି ଆପଣଙ୍କ ପିନ୍ ଲିକ୍ ହୋଇଥିବାର ସାମାନ୍ୟ ସନ୍ଦେହ ମଧ୍ୟ କରନ୍ତି ତେବେ ତୁରନ୍ତ ବଦଳାଇ ଦିଅନ୍ତୁ।

୩. ଅନଭେରିଫାଏଡ ଲିଙ୍କ ଉପରେ କ୍ଲିକ କରନ୍ତୁନାହିଁ/ ଫେକ କଲକୁ ମଧ୍ୟ ଆଟେଣ୍ଡ କରନ୍ତୁନାହିଁ

ଭେରିଫାଏଡ ହୋଇ ନଥିବା ଲିଙ୍କରେ କ୍ଲିକ୍ କରନ୍ତୁନାହିଁ କି ଫେକ କଲ ଆଟେଣ୍ଡ କରନ୍ତୁନାହିଁ। ୟୁପିଆଇ ସ୍କାମ ଏକ ସାଧାରଣ ଟେକନିକ୍। ହ୍ୟାକର ୟୁଜରଙ୍କୁ ଫସାଇବା ଲାଗି ନାନା ଯୋଜନା କରନ୍ତି। ଏଥିଲାଗି ପ୍ରାୟତଃ ସେମାନେ ଲିଙ୍କ ସେୟାର କରନ୍ତି ନଚେତ ଫେକ କଲ କରନ୍ତି ଓ ୟୁଜରଙ୍କୁ ଭେରିଫିକେସନ ଲାଗି ଏକ ଥାର୍ଡ ପାର୍ଟି ଆପ୍ ଡାଉନଲୋଡ କରିବାକୁ କୁହନ୍ତି। ଏପରି ଲିଙ୍କରେ କେବେ ବି କ୍ଲିକ୍ କରନ୍ତୁନାହିଁ କି କାହାରିକୁ ନିଜର ପିନ୍ ଅଥବା ଅନ୍ୟ କୌଣସି ତଥ୍ୟ ଦିଅନ୍ତୁ ନାହିଁ।

୪.ଗୋଟିଏ ରୁ ଅଧିକ ଆପ୍‌ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ

ସେହିପରି ଏକାଧିକ ଆପ୍ର ଉପଯୋଗ କରନ୍ତୁନି। ଏବେ ଅନେକ ଡିଜିଟାଲ ପେମେଣ୍ଟ ଆପ୍ ଉପଲବ୍ଧ ହେଉଛି। ଏଥିରୁ କେଉଁ ଆପ୍ କ୍ୟାସ୍ ବ୍ୟାକ୍ ଓ ପୁରସ୍କାର ଭଳି ଅଧିକ ଲାଭ ଦେଉଛନ୍ତି ସେପରି ଆପରେ ଆପଣ କାରବାର କରନ୍ତୁ। ଏକାଧିକ ଆପ୍ ବ୍ୟବହାର କରନ୍ତୁନି।

୫. ୟୁପିଆଇ ଆପକୁ ନିିୟମିତ ଭାବେ ଅପଡେଟ୍‌ କରନ୍ତୁ

ସେହିପରି ନିୟମିତ ବ୍ୟବଧାନରେ ଆପଣ ଆପ ଅପଗ୍ରେଡ କରାଇ ନିଅନ୍ତୁ। ନୂଆ ଅପଡେଟରେ ଉନ୍ନତ ୟୁଆଇ ଓ ନୂଆ ନୂଆ ଫିଚର୍ସ ମଧ୍ୟ ମିଳିଥାଏ। ଆପ୍ର ଲାଟେଷ୍ଟ ଭର୍ସନ ଅପଡେଟ ରହିବା ଯୋଗୁ ଆପଣଙ୍କ ଆକାଉଣ୍ଟ ବି ସୁରକ୍ଷିତ ହୋଇଥାଏ।

Leave A Reply

Your email address will not be published.