କରୋନାର ଭୟଙ୍କର ସ୍ଥିତିରେ ନିଜ କାରରେ ରଖନ୍ତୁ ଏହି ୮ ଜରୁରୀ ଜିନିଷ, ଆପଣ ରହିବେ କରୋନା ମୁକ୍ତ

ଦୁନିଆରେ କରୋନା ଭାଇରସ ଠାରୁ ଏତେ ଜଲଦି ମୁକ୍ତି ମିଳିବାର ନାହିଁ। ଆହୁରି ମଧ୍ୟ ଅନୁମାନ କରାଯାଉଛି ଯେ ଆଗାମୀ ଦିନରେ ଏହାର ପ୍ରଭାବ ଆହୁରି ବଢ଼ିବ। ଡାକ୍ତର ଏବଂ ବିଶେଷଜ୍ଞ ବି କହିଛନ୍ତି ଆମକୁ ଏହି ପରିସ୍ଥିତିକୁ ଅଭ୍ୟାସରେ ପକାଇବାକୁ ହେବ। ଦୋକାନ ବଜାର ଖୋଲି ଗଲାଣି, ଅଫିସ ବି ଖୋଲିଗଲାଣି। କିନ୍ତୁ ପୂର୍ବ ଭଳି ସ୍ଥିତି ନହୋଇ କିଛି ନିୟମକୁ ମାନିବାକୁ ପଡିବ। ତେବେ ଯେହେତୁ ଏବେ କିଛି ଟା କ୍ଷେତ୍ରରେ ନିୟମକୁ କୋହଳ କରାଯାଇଛି ଆପଣ ନିଜ କାରରେ ଯାତ୍ରା କରୁଥିବେ। କିନ୍ତୁ ଏହି କରୋନା ମହାମାରୀ ସମୟରେ ଯଦି ଆପଣ ଗାଡି ଚଳାଉଛନ୍ତି ତେବେ ନିଜ ଗାଡିରେ ଏହି ସବୁ ଜିନିଷକୁ ରଖିବାକୁ ଯେପରି ନ ଭୁଲନ୍ତି।

ହ୍ୟାଣ୍ଡ ସାନିଟାଇଜର

sanitizeଯଦି ଆପଣଙ୍କ ଆଖପାଖରେ ସାବୁନ ନାହିଁ ତାହେଲେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିପାରିବେ। କାରରେ ସାବୁନ ଏବଂ ପାଣି ରଖିବା ଅସୁବିଧାଜନକ ହୋଇପାରେ। ତେଣୁ ଆପଣ ହ୍ୟାଣ୍ଡ ସାନିଟାଇଜର ରଖିପାରିବେ। ଏକ ଛୋଟ ବଟଲ ସାନିଟାଇଜରକୁ କାର ଭିତରେ ରଖିବା ନିହାତି ଆବଶ୍ୟକ। ତେବେ ଧ୍ୟାନ ରଖନ୍ତୁ ଯେପରି ଏହା ଉପରେ ଖରା ପଡିବନାହିଁ। ସେହିପରି କାରର ଡ୍ୟାସବୋର୍ଡ ଉପରେ କେବେବି ସାନିଟାଇଜରକୁ ରଖନ୍ତୁନାହିଁ।

ସରଫେସ ଡିସଇନଫେକଟାଣ୍ଟ

ଆପଣ ନିଜ କାରରେ ଜରୁରୀ ଜିନିଷପତ୍ର ଲିଷ୍ଟରେ ଏହାକୁ ବି ସାମିଲ କରିବା ଉଚିତ। ଯେମିତି ଆମେ ଜାଣିଛନ୍ତି ଭାଇରସ ବିଭିନ୍ନ ସ୍ଥାନରେ ଅନେକ ଘଣ୍ଟା ପଯ୍ୟର୍ନ୍ତ ଜୀବନ୍ତ ରହିପାରିବ। ପ୍ଲାଷ୍ଟିକ ମଧ୍ୟ ଏଥିମଧ୍ୟରୁ ଗୋଟିଏ। ଆଜିକାଲି ମାର୍କେଟରେ ୧୫୦ରୁ ୩୦୦ ଟଙ୍କା ଭିତରେ ଡିସଇନଫେକେଣ୍ଟ ମିଳୁଛି। ଆପଣ ଏହାଦ୍ୱାରା ନିଜ କାରର ଷ୍ଟିୟରିଂ, ଡ୍ୟାସବୋର୍ଡ, ଡୋର ହ୍ୟାଣ୍ଡେଲସ, ଗିୟରନବ, ହ୍ୟାଣ୍ଡବ୍ରେକ୍ସକୁ ସାନିଟାଇଜ୍‌ କରିପାରିବେ।

ପ୍ଲାଷ୍ଟିକ ସିଟ୍‌ କଭର୍ସ

plasticଯେମିତି ସଂକ୍ରମଣ ଅଧିକ ନ ବ୍ୟାପେ ଏଥିପାଇଁ ଆପଣଙ୍କୁ କାରରେ ଏକାକୀ ଯାତ୍ରା କରିବା ଅଭ୍ୟାସ ରଖନ୍ତୁ। ଆବଶ୍ୟକ ପଡିଲେ ଆପଣ କାରରେ ଅନ୍ୟ କାହାକୁ ବସାଇପାରିବେ। ତେବେ ଏହି ସମୟରେ ଆପଣଙ୍କୁ କିଛି ସାବଧାନତା ଏବଂ ସର୍ତକତାରେ ରହିବା ଦରକା। ବେଳେବେଳେ କାରପୁଲିଂ କରିବାକୁ ପଡିଥାଏ ଆଉ ଏହି ସମୟରେ ଆପଣ ପ୍ଲାଷ୍ଟିକ କଭରକୁ ସବୁବେଳେ କାରରେ ରଖନ୍ତୁ। କାରରେ ବସିବା ପୂର୍ବରୁ ପ୍ରଥମେ ସିଟରେ କଭର ଲଗାଇ ଦିଅନ୍ତୁ।

ଫେସ ମାସ୍କ

ଡାକ୍ତର ଏବଂ ବିଶେଷଜ୍ଞ ସମସ୍ତେ ଫେସମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହଂଗକଂଗରେ ୧୦୦ ପ୍ରତିଶତ ଲୋକ ମାସ୍କ ବ୍ୟବହାର କରୁଛନ୍ତି। କେବଳ ଏତିକି ନୁହେଁ ଏହା ସେମାନଙ୍କର ଦୈନ୍ୟନ୍ଦିନ ଜୀବନର ଏକ ଅଂଶ ହୋଇଗଲାଣି। ତେଣୁ ଆପଣ ବି ଗାଡିରେ ଏକ୍ସଟ୍ରା ଫେସମାସ୍କ ରଖନ୍ତୁ। ଆପଣ ସର୍ଜିକାଲ ଫେସମାସ୍କର ପ୍ୟାକେଟ ମଧ୍ୟ କିଣି ରଖିପାରବେ।

faceଡିସପୋଜାଲ ନାଇଟ୍ରାଇଲ ଗ୍ଲବ୍ସ

କାରରେ ରଖାଯାଉଥିବା ଜରୁରୀ ଜିନିଷ ଲିଷ୍ଟରେ ଡିସପୋଜାଲ ଗ୍ଲୋବ୍ସ ମଧ୍ୟ ରଖନ୍ତୁ। ଏହା ଆପଣଙ୍କୁ ସୁରକ୍ଷିତ ରଖିବାରେ ବହୁତ ସାହାଯ୍ୟକାରୀ ପ୍ରମାଣିତ ହୋଇପାରେ।

କାର ପାର୍ଟିସନ

ସୋସିଆଲ ଡିସଟାନ୍ସିଂକୁ ଦେଖି ଆପଣ ନିଜ କାରରେ କାର ପାର୍ଟିସନ ମଧ୍ୟ ଲଗାଇପାରିବେ। ମାରୁତି କମ୍ପାନୀ ମଧ୍ୟ ନିଜ କାର ଆସେସରୀଜରେ ଏହାକୁ ସାମିଲ କରିଛି। ଏହାକୁ ପ୍ରାୟ ୭୦୦ ଟଙ୍କା ପଯ୍ୟର୍ନ୍ତ ଲଗାଇପାରିବେ। କାର ପୁଲିଙ୍ଗରେ ଏହା ବହୁତ ସାହାଯ୍ୟକାରୀ ହୋଇଥାଏ।

airଏୟାର ପ୍ୟୁରିଫାୟାର

ବର୍ତ୍ତମାନର ପରସ୍ଥିତିକୁ ଦେଖି ଗାଡିରେ ପ୍ୟୁରିଫାୟା ଲଗାଇବା ବହୁତ ଜରୁରୀ। ଏହି ଛୋଟ ମେସିନ ଆପଣଙ୍କ କେବିନର ପବନକୁ ସଫା କରିପାରେ। ସେହିପରି ଏହା ପ୍ରଦୂଷଣ ସମୟରେ ମଧ୍ୟ ବହୁତ କାରିଗରୀ ହୋଇଥାଏ। ମହଙ୍ଗା ଗାଡି ଗୁଡିକରେ ପୂର୍ବରୁ ହିଁ ଏହି ସିଷ୍ଟମ ରହିଥାଏ।

କେବିନ ଫିଲଟର

ଆଜିକାଲି ଯେତେ ବି ନୂଆ ଗାଡି ଆସୁଛି ସେଥିରେ HEPA HVAC ଫିଲଟର ପ୍ରଥମରୁ ହିଁ ଲାଗିଥାଏ। ଆପଣ ଚାହିଁଲେ ଅଫଟର ମାର୍କେଟ ମଧ୍ୟ ଲଗାଇପାରିବେ। ଏହାଛଡା ଯେତେବେଳେ ଆପଣ ଗାଡିର ସର୍ଭିସିଂ କରିବା ପାଇଁ ଯିବେ ସେତେବେଳେ ଲଗାଇ ଦିଅନ୍ତୁ। ଫିଲ୍ଟରକୁ ରିପ୍ଲେସ ମଧ୍ୟ କରାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.