ଅନ୍‌ଲାଇନ୍‌ ସପିଂ କରିବା ବେଳେ ଏହି ଜିନିଷ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ନଚେତ୍‌ ଚୋରି ହୋଇପାରେ ଡାଟା

ପାର୍ବଣ ଅବସରରେ ସବୁ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରେ ଅଫରର ବର୍ଷା ହେଉଛି। ଲୋକେ ମଧ୍ୟ ଭରପୁର ମାତ୍ରାରେ ଏହି ସେଲ୍‌ର ଫାଇଦା ଉଠାଉଛନ୍ତି। ଯଦି ଆପଣ ମଧ୍ୟ ଅନ୍‌ଲାଇନ୍‌ ସପିଂ କରୁଛନ୍ତି ତେବେ ଆପଣଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବା ଜରୁରୀ। ଆସନ୍ତୁ ଜାଣିବା ଅନ୍‌ଲାଇନ୍‌ ସପିଂ କରିବା ବେଳେ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ରିପୋର୍ଟ ମୁତାବକ, ସବୁଠାରୁ ଅଧିକ ସାଇବର ଆଟାକ୍‌ ନଭେମ୍ବର-ଡିସେମ୍ବର ମାସରେ ହୋଇଥାଏ। ୨୦୧୮ ମସିହାରେ ମୋଟ ୪୮୦୦ଟି ସାଇବର କ୍ରାଇମ୍‌ ହୋଇଥିବା ବେଳେ ୩୩ ପ୍ରତିଶତ ନଭେମ୍ବର-ଡିସେମ୍ବର ମାସରେ ହୋଇଥିଲା। ହ୍ୟାକରମାନେ ଏହି ସିଜନ୍‌ର ଅପେକ୍ଷାରେ ଥାଆନ୍ତି। କାରଣ ଏହି ମାସରେ ଅଧିକ ଆକର୍ଷଣୀୟ ଅଫର ଦିଆଯାଇଥାଏ। ଏହି ସମୟରେ ଲୋକମାନେ ଛୁଟି କାଟିବାକୁ ଯିବାକୁ ଟିକେଟ୍‌ କାଟିଥାନ୍ତି। ଫଳରେ ହ୍ୟାକରଙ୍କୁ ହ୍ୟାକ୍‌ କରିବାକୁ ସୁଯୋଗ ମିଳିଥାଏ।

ହ୍ୟାକରମାନେ ନାମୀ ୱେବ୍‌ସାଇଟ୍‌ ସହ ମିଶୁଥିବା ୱେବ୍‌ସାଇଟ୍‌ ତିଆରି କରି ବିଜ୍ଞାପନ ଜରିଆରେ ଗୁଗଲରେ ସବୁଠାରୁ ଊର୍ଦ୍ଧ୍ୱରେ ରଖିଥାନ୍ତି। ଫଳରେ ଯେତେବେଳେ ଲୋକମାନେ କୌଣସି ସାଇଟ୍‌ ସର୍ଚ୍ଚ କରିଥାନ୍ତି ତ ନକଲି ସାଇଟ୍‌ର ଲିଙ୍କ୍‌କୁ ପ୍ରଥମେ କ୍ଲିକ୍‌ କରନ୍ତି। ନକଲି ୱେବ୍‌ସାଇଟ୍‌ରେ କ୍ରେଡିଟ୍‌ କାର୍ଡର ତଥ୍ୟ ଦେବା ପରେ ତାହା ତୁରନ୍ତ ହ୍ୟାକ୍‌ ହୋଇଯାଏ ଓ ବ୍ୟବହାରକାରୀଙ୍କ ଆକାଉଣ୍ଟ ଫାଙ୍କା ହୋଇଯାଇଥାଏ। ହ୍ୟାକରମାନେ ଛୋଟ କମ୍ପାନୀକୁ ଅଧିକ ଟାର୍ଗେଟ କରିଥାନ୍ତି କାରଣ ତାଙ୍କର ସିକ୍ୟୁରିଟି ସେତେଟା ମଜଭୁତ ହୋଇନଥାଏ।

ହ୍ୟାକିଂରୁ ବର୍ତ୍ତିବା ପାଇଁ ଏମିତି କରନ୍ତୁ:

୧. ଯଦି ୱେବ୍‌ସାଇଟ୍‌ର ୟୁଆରଏଲ୍‌ରେ ସିକ୍ୟୋର ମୋଡ(https) ନଥାଏ ତେବେ ସେଠାରୁ ସପିଂ କରନ୍ତୁ ନାହିଁ।
୨. କେହି ପଠାଇଥିବା ଲିଙ୍କ୍‌ରୁ ସପିଂ କରନ୍ତୁ ନାହିଁ।
୩. ରେଲେଓ୍ଵ ଷ୍ଟେସନ୍‌ କିମ୍ବା ଏୟାରପୋର୍ଟର ସାର୍ବଜନୀନ ଓ୍ଵାଇ-ଫାଇରୁ କିଣାକିଣି କିମ୍ବା କୌଣସି ନେଣଦେଣ କରନ୍ତୁ ନାହିଁ।

ଏହାସହ ପଢନ୍ତୁ: ଆଇଫୋନ୍‌ ୬ଏସ୍‌ ଏବଂ ଆଇଫୋନ୍‌ ୬ଏସ୍‌ ପ୍ଲସ୍‌ରେ ଦେଖାଦେଉଛି ସମସ୍ୟା, ମାଗଣାରେ ସଜାଡ଼ିବାକୁ ଘୋଷଣା କଲା Apple

୪. ସପିଂ ସାଇଟ୍‌ର ସ୍ପେଲିଂ ଯାଞ୍ଚ କରନ୍ତୁ।
୫. ସବୁବେଳେ କ୍ୟାସ୍‌ ଅନ୍‌ ଡେଲିଭରି ଚୟନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.