ଟେକ୍

ଇଣ୍ଟରନେଟ୍‌ ବ୍ୟବହାର ସମୟରେ ନିଶ୍ଚିତ ରଖନ୍ତୁ ଏହି କଥା ଉପରେ ଧ୍ୟାନ, କେବେ ବି ହେବେ ନାହିଁ ଅନଲାଇନ ଠକେଇର ଶିକାର

ଦେଶରେ ଇଣ୍ଟରନେଟ୍‌ ବ୍ୟବହାର ସହିତ ଅନ୍‌ଲାଇନ ଠକେଇ ଓ ହ୍ୟାକିଂ ମାମଲା ଖୁବ୍‌ ବଢ଼ି ଚାଲିଛି। ହ୍ୟାକର୍ସ ଇ-ମେଲ ଫିିସିଙ୍ଗ୍‌ ଭଳି ତରିକା ଆପଣାଇ ଲୋକଙ୍କୁ ନିଜର ଶିକାର ବନାଉଛନ୍ତି। ତ ଏମିତି ସ୍ଥିତିରେ ଏବେ ପ୍ରଶ୍ନ ଉଠୁଛୁ କି, ଅନଲାଇନ ଠକେଇ ଏବଂ ହ୍ୟାକର୍ସଙ୍କଠାରୁ କେମିତି ବର୍ତ୍ତି ପାରିବା। ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ, ଯାହାକୁ ଆପଣାଇ ଆପଣ ନିଜର ବ୍ୟକ୍ତିଗତ ତଥ୍ୟକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖିପାରିବେ।

ସବୁ ଆକାଉଣ୍ଟର ଅଲଗା ହେବା ଦରକାର ପାସଓ୍ଵାର୍ଡ

ଆଜିକା ସମୟରେ ଅଧିକାଂଶ ଲୋକ ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ ଓ ଟ୍ଵିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି। ଏମିତିରେ ସବୁ ଆକାଉଣ୍ଟର ପାସ୍‌ଓ୍ଵାର୍ଡ ମନେ ରଖିବା ସାମାନ୍ୟ ମୁସ୍କିଲ ହୋଇଥାଏ। ପାସ୍‌ଓ୍ଵାର୍ଡ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରାୟ ଲୋକ ସବୁ ଆକାଉଣ୍ଟର ଗୋଟିଏ ହିଁ ପାସ୍‌ଓ୍ଵାର୍ଡ ରଖି ନେଇଥାଆନ୍ତି। କିନ୍ତୁ ଆପଣ ଏମିତି କଦାପି କରନ୍ତୁ ନାହିଁ। ଯଦି ହ୍ୟାକର୍ସଙ୍କ ପାଖକୁ ଗୋଟିଏ ବି ପାସ୍‌ଓ୍ଵାର୍ଡ ଚାଲିଗଲା, ତ ସେମାନେ ଆପଣଙ୍କର ସମସ୍ତ ତଥ୍ୟ, ସୂଚନା ଚୋରାଇ ନେବେ। ତେଣୁ ସବୁ ଆକାଉଣ୍ଟର ଅଲଗା ଅଲଗା ପାସ୍‌ଓ୍ଵାର୍ଡ ରଖନ୍ତୁ।

URL ଉପରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ

କୌଣସି ବି େଓ୍ଵବ୍‌ସାଇଟକୁ ଓପନ କରିବା ପୂର୍ବରୁ ସବୁବେଳେ ଏହାର URL ଉପରେ ଧ୍ୟାନ ଦିଅନ୍ତୁ। URL, https ସହିତ ଆରମ୍ଭ ହେବା ଦରକାର ଯାହାକି ଦର୍ଶାଇଥାଏ ଯେ େଓ୍ଵବ୍‌ସାଇଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି। httpsରୁ ଆରମ୍ଭ ହେଉଥିବା େଓ୍ଵବ୍‌ସାଇଟକୁ ଭୁଲ୍‌ରେ ଯାଆନ୍ତୁ ନାହିଁ, ସେମାନେ ଆପଣଙ୍କର ବ୍ୟକ୍ତିଗତ ଡାଟା ଚୋରାଇ ପାରନ୍ତି।

ଫ୍ରି ଓ୍ଵାଇ-ଫାଇ ବ୍ୟବହାର କରନ୍ତୁ ନାହିଁ

ଅନଲାଇନ ପେମେଣ୍ଟ କିମ୍ବା ବ୍ୟାଙ୍କିଙ୍ଗ୍‌ ପାଇଁ ଫ୍ରି ଓ୍ଵାଇ-ଫାଇ ଉପଯୋଗ କରନ୍ତୁ ନାହିଁ। ଯଦି ଉପଯୋଗ ନ କରିବେ ଆପଣଙ୍କ ଡାଟା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ ଏବଂ କେବେ ବି ହ୍ୟାକର୍ସଙ୍କ ଶିକାର ହେବ ନାହିଁ।

ସମସ୍ତ ଫାଇଲର ବ୍ୟାକଅପ୍‌ ନିଶ୍ଚିତ ବନାନ୍ତୁ

ଅଧିକାଂଶ ଲୋକ ଲ୍ୟାପ୍‌ଟପ, ଫୋନ୍‌ କିମ୍ବା କମ୍ପ୍ୟୁଟରରେ ଥିବା ଫାଇଲର ବ୍ୟାକଅପ୍‌ ବନାନ୍ତି ନାହିଁ। ଏମିତି କରିବା ଦ୍ୱାରା ଫାଇଲ ଡିଲେଟ କିମ୍ବା ଲିକ୍‌ ହୋଇପାରେ। ଏଭଳି ସମସ୍ୟାରୁ ଛୁଟକାରା ପାଇବା ପାଇଁ ମଝିରେ ମଝିରେ ନିଜର ଜରୁରୀ ଫାଇଲର ବ୍ୟାକଅପ ଏକ୍ସଟର୍ନାଲ ଡ୍ରାଇଭରେ ନିଶ୍ଚିତ ବନାନ୍ତୁ। ଏହାଦ୍ୱାରା ଆପଣ ରାମ୍‌ସମେଓ୍ଵୟର ଅଟାକ୍‌ରୁ ବର୍ତ୍ତି ପାରିବେ।

Roshni

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

14 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

45 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

47 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

50 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

57 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago