ଅନଲାଇନ ଫେଷ୍ଟିଭାଲ ସେଲରେ ସପିଂ କରିବା ପୂର୍ବରୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ ଏହି କଥା, କିଣିବେ ଏକଦମ ଶସ୍ତାରେ

ଭାରତରେ ପାର୍ବଣର ଋତୁ ଆରମ୍ଭ ହୋଇସାରିଛି, ଯାହାକୁ ନେଇ ବଜାରରେ ବି ଜାକଜକମ ଦେଖିବାକୁ ମିଳିଲାଣି। କରୋନା ସଂକ୍ରମଣ କାଳରେ ସୁନସାନ ପଡିଯାଇଥିବା ବଜାରରେ ଏବେ ଲୋକଙ୍କର ଚଳାଚଳ ଦେଖିବାକୁ ମିଳିଲାଣି। ଏମିତିରେ ଲୋକମାନେ ଅନଲାଇନ ସପିଂ କରିବା ଉପରେ ଅଧିକ ବିଶ୍ୱାସ କରୁଛନ୍ତି। ଆମାଜନର ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ଏବଂ ଫ୍ଲିପକାର୍ଟର ବିଗ ବିଲିୟନ ଡେଜ ସେଲର ଆରମ୍ଭ ହୋଇସାରିଛି। ଭାରତରେ ଏବେ ପାର୍ବଣର ସିଜନ, ଏହି ସମୟରେ ବହୁତ ସପିଂ କରାଯାଇଥାଏ।

ଏଥିପାଇଁ ଏହି ସେଲ୍ସ ବହୁତ ଖାସ୍‌ ହୋଇଥାଏ। ଅନଲାଇନ ସପିଂରେ ଲୋକେ ଘରେ ବସି ସପିଂ କରିବାର ମଜା ନେଉଛନ୍ତି ସତ କିନ୍ତୁ ଏଥିପ୍ରତି ଅଳ୍ପ ବହୁତ ସାବଧାନତା ରଖିବା ମଧ୍ୟ ଜରୁରୀ। ଆମେ ଆଜି ଆପଣଙ୍କୁ କିଛି ଟିପ୍ସ ଜଣାଇବୁ ଯାହା ଫେସଟିଭାଲ ସେଲସର ସପିଂ କରିବା ସମୟରେ ଆପଣଙ୍କ କାମରେ ଆସିବ।

ପ୍ରଡକ୍ଟ ବିଷୟରେ ମିଳୁଥିବା ରିହାତି ବିଷୟରେ ଜାଣନ୍ତୁ

ଅନେକ ଥର ଏମିତି ହୋଇଥାଏ ଯେ କିଛି ଡିସକାଉଣ୍ଟ କେବଳ ପ୍ରିମିୟମ ମେମ୍ବରଙ୍କ ପାଇଁ ରହିଥାଏ ତ ଆଉ କେତେବେଳେ ଡିସକାଉଣ୍ଟ ହାସଲ କରିବା ପାଇଁ କିଛି ନିଶ୍ଚିତ ପ୍ରକ୍ରୀୟା ପୂରା କରିବାକୁ ହେବ।

ଫାଷ୍ଟ ଚେକଆଉଟ ପାଇଁ ଡେଲିଭରୀ ଡିଟେଲ୍ସ ପୂର୍ବରୁ ହିଁ ଭରନ୍ତୁ

ସବୁବେଳେ ଏମିତି ହୋଇଥାଏ ଯେ ଅନଲାଇନ ସେଲ୍ସରେ ବହୁତ ଭଲ ଅଫର୍ସ କେବଳ ସୀମିତ ସମୟ ପାଇଁ ଉପଲବ୍ଧ ହୋଇଥାଏ। ଏମିତିରେ ପ୍ରଡକ୍ଟକୁ ସମୟ ରହିବା ଭିତରେ ସପିଂ ପାଇଁ ଚେକଆଉଟ କରିବା ଜରୁରୀ ହୋଇଥାଏ। ଏଥିପାଇଁ ଡେଲଭରୀ ଡିଟେଲ୍ସ ପୂର୍ବରୁ ହିଁ ଭରିଦେବା ଦ୍ୱାରା ଆପଣଙ୍କ ସମୟ ବଞ୍ଚିଯିବ।

ଡେଲଭରୀ କଷ୍ଟକୁ ଧ୍ୟାନରେ ରଖନ୍ତୁ

ଏହା ନିଶ୍ଚୟ ଚେକ କରନ୍ତୁ ଯେ ଯେଉଁ ପ୍ରଡକ୍ଟ ଆପଣ ଅର୍ଡର କରୁଛନ୍ତି ତାହା ଉପରେ ଡେଲିଭରୀ ଚାର୍ଜ କେତେ ନିଆଯାଉଛି କାହିଁକିନା ଏହି ଦାମ ଆପଣଙ୍କ ପ୍ରଡକ୍ଟର ଦାମକୁ ଅଧିକ ବଢ଼ାଇପାରେ। ଅନ୍ୟ ଏକ ଉପାୟ ହେଉଛି ଫ୍ରି ସିପିଂ କେବଳ ମେମ୍ବର୍ସଙ୍କ ପାଇଁ ଥାଏ, ଏମିତିରେ ଆପଣ ଅନ୍ୟ ଏକ ଅନଲାଇନ ପ୍ଲାଟଫର୍ମକୁ ଯାଇ ସିପିଂ ଚାର୍ଜକୁ ତୁଳନା କରନ୍ତୁ। ଯଦି କମ୍‌ ଥିବ ତାହେଲେ ଅର୍ଡର କରନ୍ତୁ।

Leave A Reply

Your email address will not be published.