mAadhaar କଣ? କେବେ ଏହାକୁ କରିବେ ବ୍ୟବହାର, ଏଠାରେ ଜାଣନ୍ତୁ ଏହାର ଫାଇଦା ଏବଂ ଫିଚର୍ସ

ଏମ୍‌ ଆଧାର ଆପକୁ ସାରା ଦେଶରେ କେଉଁଠି ଆଉ କୌଣସି ବି ସମୟରେ ବ୍ୟବହାର କରିପାରିବେ। କଣ ଆପଣଙ୍କୁ ଜଣାଅଛି ଏମଆଧାର, ଫିଜିକାଲ କପି ଥିବା ଆଧାର କାର୍ଡ ତୁଳନାରେ ବହୁତ ଅଧିକ ବେନିଫିଟ୍ସ ଅଫର କରିଥାଏ। ଏମଆଧାରକୁ ଆପଣ କେବେବି କେଉଁଠି ବି ଡାଉନଲୋଡ୍‌ କରିପାରିବେ। ଯଦି ଆପଣ କେବେ ଫିଜିକାଲ କପି ଭୁଲି ଯାଇଛନ୍ତି ତାହେଲେ ଏମଆଧରେ ଆପଣଙ୍କର ସମସ୍ତ କାମ କରିଦେଇପାରିବ। ଅଫଲାଇନ୍‌ ମୋଡରେ mAadhaarକୁ ଆକ୍ସେସ୍‌ କରାଯାଇପାରିବ। ଖାସ୍‌ କରି ସେତେବେଳେ, ଯେତେବେଳେ ନାଗରିକଙ୍କୁ ନିଜର ଆଇଡି ପ୍ରୁଫ୍‌ ଦେଖାଇବାକୁ ଆବଶ୍ୟକ ପଡିଥାଏ।

ଏମଆଧାର ଆପକୁ ସାରା ଦେଶରେ ଆପଣ କେଉଁଠି ବି ବ୍ୟବହାର କରିପାରିବେ। ଏମଆଧାରକୁୁ ସାରା ଦେଶର ଏୟାରପୋର୍ଟ ଏବଂ ରେଲେଓ୍ଵ ଷ୍ଟେସନରେ ଏକ ଭ୍ୟାଲିଡ୍‌ ID ପ୍ରୁଫ୍‌ ଭାବେ ଗ୍ରହଣ କରାଯାଏ। ଏହାବ୍ୟତୀତ ଏମଆଧାରର ବ୍ୟବହାର, ଆଧାର ଭେରିଫିକେସନ ଜରିଆରେ ହେବାକୁ ଥିବା eKYC ପାଇଁ ମଧ୍ୟ କରାଯାଇପାରିବ।

ଏମଆଧାର ଆପର ଫିଚର୍ସ ଏବଂ ଫାଇଦା କଣ ଜାଣନ୍ତୁ

  1. ଯଦି ଆପଣ ନିଜର ଆଧାର କାର୍ଡ ଭୁଲି ଯାଇଛନ୍ତି କିମ୍ବା ଆଧାର କାର୍ଡ ହଜାଇ ଦେଇଛନ୍ତି ତାହେଲେ ଏମଆଧାର ଡାଉନଲୋଡ୍‌ କରିପାରିବେ।
  2. ଆଇଡି ପ୍ରୁଫ ଦେଖାଇବା ପାଇଁ mAadhaarକୁ ଅଫଲାଇନ୍‌ ମୋଡରେ ଦେଖାଇପାରିବେ।
  3. ଡକ୍ୟୁମେଣ୍ଟ କିମ୍ବା ଡକ୍ୟୁମେଣ୍ଟ ପ୍ରୁଫ୍‌ ବିନା ଆଡ୍ରେସ୍‌ ଅପଡେଟ୍‌ କରିବା।
  4. ଗୋଟିଏ ଆଧାର କାର୍ଡରେ ପରିବାର ସଦସ୍ୟ ଅର୍ଥାତ୍‌ ୫ ଜଣ ସଦସ୍ୟ ଆଧାର ମ୍ୟାନେଜ୍‌ କରାଯାଇପାରେ।
  5. ଆଧାର କିମ୍ବା ବାୟୋମେଟ୍ରିକ ଲକ୍‌ କରି ଆଧାରକୁ ସିକ୍ୟେର କରିବାରେ ସହାୟକ ହେବ ଏମଆଧାର।
  6. ଆଧାର ସର୍ଭିସେଜର ବ୍ୟବହାର କରିବା ପାଇଁ ଆଧାର ସ୍ଥାନରେ VID ଜେନେରେଟ କିମ୍ବା ରିଟ୍ରିଭ୍‌ କରାଯାଇପାରେ।
  7. ଅଫଲାଇନ୍‌ ମୋଡରେ ଆଧାର SMS ସର୍ଭିସର ବ୍ୟବହାର କରିହେବ।
  8. ଏମଆଧାର ଆପରେ ୟୁଜର୍ସ ଆଧାର ପାଇଁ ଏନରୋଲ କରିବା ପରେ, ଏହାକୁ ରିପ୍ରିଣ୍ଟ କିମ୍ବା ଅପଡେଟ୍‌ କରାଇପାରିବେ। ଏହାବ୍ୟତୀତ ସର୍ଭିସ ରିକ୍ୱେଷ୍ଟର ଷ୍ଟାଟସ ମଧ୍ୟ ଚେକ୍‌ କରିପାରିବେ।
  9. ଯେଉଁ ୟୁଜର୍ସଙ୍କ ପାଖରେ ସ୍ମାର୍ଟଫୋନ୍‌ ନାହିଁ, ସେମାନେ ଏମଆଧାର ଜରିଆରେ ସାଧାରଣ ସର୍ଭିସେଜ୍‌ ପାଇଁ ଏହାକୁୁ ବ୍ୟବହାର କରିପାରିବେ।
  10. ଅପଡେଟ୍‌ ହିଷ୍ଟ୍ରୀ ଏବଂ ଅଥେଣ୍ଟିକେସନ ରେକର୍ଡ ଦେଖାପାରିବେ।
  11. ଆଧାର ସେବା କେନ୍ଦ୍ର ଯିବା ପାଇଁ ଆପୋଏଣ୍ଟମେଣ୍ଟ ବୁକ୍‌ କରିପାରିବେ।
  12. ଅପଡେଟ୍‌ ରିକ୍ୱେଷ୍ଟର ସଫଳତାପୂର୍ବକ ପୂରା ହେବା ପରେ ଆଧାର ସିଙ୍କ୍‌ ଫିଚର ଜରିଆରେ ଆଧାର ପ୍ରୋଫାଇଲରେ ଅପଡେଟେଡ୍‌ ଡାଟା ଦେଖାଯାଇପାରେ।
  13. UIDAIର ୱେବସାଇଟରେ ଆଧାର ଅନଲାଇନ୍‌ ସର୍ଭିସେଜର ଫାଇଦା ନେବା ପାଇଁ ଏସମଏସ୍‌ ଆଧାରିତ OTP ବଳଦରେ ଟାଇମ୍‌ ବେସଡ୍‌ ଓ୍ଵାନ୍‌ ଟାଇମ୍‌ ପାସଓ୍ଵାର୍ଡରର ବ୍ୟବହାର କରିପାରିବେ।
  14. Locate Enrolment Centre ବା EC ଜରିଆରେ ୟୁଜର୍ସ ନିକଟସ୍ଥ ଏନରୋଲମେଣ୍ଟ ସେଣ୍ଟରକୁ ଖୋଜିପାରିବେ।
  15. ଏମଆଧାର ଆପର More ସେକସନକୁ ଯାଇ mAadhaar App, Contact, Usage guidelines, Terms & Conditions ଭଳି ଜରୁରୀ ବିବରଣୀ ହାସଲ କରିପାରିବେ।
  16. FAQs ଏବଂ Chatbot ଲିଙ୍କ୍‌ ବ୍ୟତୀତ More ସେକସନରେ ଅନ୍ୟାନ୍ୟ ଜରୁରୀ ଲିଙ୍କ ମଧ୍ୟ ମହୁଜଦ ରହିଛି ଯେଉଁଠି ୟୁଜର୍ସ ଆଧାର ଏନରୋଲମେଣ୍ଟ କିମ୍ବା ଆଧାର ଅପଡେଟ୍‌/କରେକସନ ଫର୍ମ ଡାଉନଲୋଡ୍‌ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.