ଘରେ ପିଲା ଜନ୍ମ କଲେ ମୋଦି ସରକାର ଦେବେ ଟଙ୍କା, ଜାଣନ୍ତୁ ଆପଣ କେମିତି ଉଠାଇବେ ଏହାର ଫାଇଦା

ଘରେ ପିଲା ଜନ୍ମ ଦେଲେ ଟଙ୍କା ଦେବେ ମୋଦି ସରକାର। ହଁ ଆଜ୍ଞା ମୋଦି ସରକାର ଦେଉଛନ୍ତି ଗର୍ଭବତୀ ମହିଳାଙ୍କୁ ଟଙ୍କା। ଏହି ଖବର ପ୍ରାୟ ଲୋକ ପୂର୍ବରୁ ଜାଣିଛନ୍ତି କିନ୍ତୁ ଆଉ କିଛି ଲୋକ ଅଛନ୍ତି ଏ ଖବର ବିଲକୁଲ ବି ଜାଣିନାହାଁନ୍ତି ଯାହାଦ୍ୱାରା ସେମାନଙ୍କ ଟଙ୍କା ଚଳୁ କରିନେଉଛନ୍ତି ଅନ୍ୟ ଲୋକମାନେ। ତେଣୁ ଆପଣଙ୍କୁ ଜାଣିବା ନିହାତି ଆବଶ୍ୟକ ଯେ କେମିତି ଆପଣ ଏହି ଟଙ୍କା ପାଇପାରିବେ। ଆଜି ଆମେ ଜଣାଇବୁ ଆପଣ ଏଥିପାଇଁ କେମିତି ଆବେଦନ କରିବେ ଆଉ କେମିତି ଟଙ୍କା ପାଇବେ।

ମୋଦି ସରକାରଙ୍କ ତରଫରୁ ଦେଶରେ ଛାତ୍ରଛାତ୍ରୀ, କନ୍ୟା ଏବଂ ବୟସ୍କ ବ୍ୟକ୍ତିଙ୍କ ପାଇଁ ଅନେକ ପ୍ରକାର ଯୋଜନା ରହିଛି। କିଛି ଯୋଜନା ଅନ୍ତର୍ଗତ ବିପିଏଲ ପରିବାରକୁ ସାହାଯ୍ୟ ଦିଆଯାଉଛି। କେନ୍ଦ୍ର ସରକାରଙ୍କ ତରଫରୁ ଏକ ଏପରି ଯୋଜନା କାର୍ଯ୍ୟକାରୀ ହେଉଛି, ଯେଉଁ ଯୋଜନାରେ ଶିଶୁ ଜନ୍ମ ହେବା ପରେ ମାଆଙ୍କୁ ଟଙ୍କା ଦିଆଯାଇଥାଏ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଚଲାଯାଉଥିବା ଏହି ଯୋଜନାର ନାମ ‘ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା’। ଏହି ଯୋଜନାରେ ୫୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି ଯୋଜନା ୧ ଜାନୁଆରୀ ୨୦୧୭ରେ ଆରମ୍ଭ କରାଯାଇଥିଲା।

PREGNANT‘ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା’ ଅନ୍ତର୍ଗତ ପ୍ରଥମ ଥର ଗର୍ଭଧାରଣ କରିଥିବା ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଆର୍ଥିକ ସହାୟତା ଦିଆଯାଇଥାଏ। ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ଗର୍ଭାବସ୍ଥା ସହାୟତା ଯୋଜନା ନାମରେ ମଧ୍ୟ ଜଣାଯାଏ।

ଏହି ଯୋଜନାର ଲାଭ ସେହିମାନେ ଉଠାଇ ପାରିବେ ଯେଉଁମାନେ ପ୍ରଥମ ଥର ପାଇଁ ମା ହେବାକୁ ଯାଉଛନ୍ତି। ପ୍ରଥମ ଥର ଗର୍ଭବତୀ ହେଲେ ରେଜିଷ୍ଟ୍ରେସନ ପାଇଁ ଗର୍ଭବତୀ ଏବଂ ତାଙ୍କ ସ୍ୱାମୀଙ୍କ ଆଧାର କାର୍ଡ, ବ୍ୟାଙ୍କ୍‌ ପାସବୁକର ଫଟୋ କପିଜ୍‌ ଦେବାକୁ ପଡିଥାଏ। ବ୍ୟାଙ୍କ ଖାତା ଜଏଣ୍ଟ ହେବା ଅନୁଚିତ। ଯୋଜନା ଅନ୍ତର୍ଗତ ଗର୍ଭବତୀ ମହିଳାଙ୍କୁ ୫୦୦୦ ଟଙ୍କା ଆର୍ଥିକ ରାଶି ୩ଟି କିସ୍ତିର ଦିଆଯାଇଥାଏ।

ତେବେ ମୋଦି ସରକାର ଆରମ୍ଭ କରିଥିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରଥମ ଥର ମାଆ ହୋଇଥିବା ମହିଳାଙ୍କୁ ପୋଷଣ ପ୍ରଦାନ କରିବା। ୫୦୦୦ ଟଙ୍କାରୁ ପ୍ରଥମ କିସ୍ତି ୧୦୦୦ ଟଙ୍କାର ରହିଛି। ଦ୍ୱିତୀୟ କିସ୍ତି ୨୦୦୦ ଟଙ୍କା ଏବଂ ତୃତୀୟ କିସ୍ତି ୨୦୦୦ ଟଙ୍କା ରହିଛି।

ତେବେ ଆପଣଙ୍କୁ ଜଣାଇବାକୁ ଚାହଁବୁ ଯେ ସରକାରୀ ଚାକିରି କରିଥିବା ମହିଳା ଏହି ଯୋଜନାର ଲାଭ ଉଠାଇପାରିବେନାହିଁ। ଆଉ ଏହି ୫୦୦୦ ଟଙ୍କା ଅର୍ଥ ରାଶି ପ୍ରସବ ପରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଇ ଦିଆଯାଏ।

ଏହାସହ ପଢନ୍ତୁ : ସରକାରଙ୍କ ନୂଆ ନିୟମ, ଏବେ ସିମ୍‌ କାର୍ଡ କିଣିବା ହେବ ମୁସକିଲ! ଦୋକାନ ଯିବା ପୂର୍ବରୁ ପଢ଼ିନିଅନ୍ତୁ ସବୁକିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.