ଅରଜେଣ୍ଟ ଟଙ୍କା ଦରକାର କି, ତେବେ ଆଧାର କାର୍ଡ ଜରିଆରେ ମିଳିବ ଇନଷ୍ଟାଣ୍ଟ ଲୋନ୍‌

ଆଜିର ସମୟରେ କେବେବି ଆପଣଙ୍କୁ ଟଙ୍କାର ଆବଶ୍ୟକତା ପଡିପାରେ। କୌଣସି ନା କୌଣସି ଖର୍ଚ୍ଚ ଆସିଯାଏ ସାମ୍ନାକୁ। ଏମରଜେନ୍ସୀ କେସରେ ପାଖରେ ଟଙ୍କା ନଥିଲେ ମୁଣ୍ଡ କାମ କରେନି ଆଉ ପର୍ସନାଲ ଲୋନ୍‌ ନେବାକୁ ବାଧ୍ୟ ହୋଇଥାନ୍ତି ଲୋକେ। କିନ୍ତୁ ଏବେବି ଅନେକ ଲୋକଙ୍କୁ ଜଣାନାହିଁ ଯେ ପର୍ସନାଲ ଲୋନ୍‌ ପାଇଁ କେମିତି ଆପ୍ଲାଏ ହୁଏ। ତେବେ ପୂର୍ବ ଅପେକ୍ଷା ବର୍ତ୍ତମାନ ତ ଲୋନ୍‌ ପାଇଁ ଆପ୍ଲାଏ କରିବାର ତରିକା ସହଜ ହୋଇଗଲାଣି। କାହିଁକିନା ଏବେ ଆପଣ ନିଜ ଘରେ ବସି ହିଁ ଲୋନ୍‌ ପାଇଁ ଆବଦେନ କରିପାରିବେ। ତେବେ ଆପଣଙ୍କୁ ଆଜି ଏକ ବଢ଼ିଆ ଖବର ଜଣାଇବୁ, ଯାହା ହେଉଛି ଆପଣ ଆଧାର କାର୍ଡ ଜରିଆରେ ବି ପର୍ସନାଲ ଲୋନ୍‌ ନେଇପାରିବେ। ଏହାସହିତ ଏହା ମଧ୍ୟ କହିବାକୁ ଚାହିଁବୁ ଯେ ଅନେକ ବଡ ବ୍ୟାଙ୍କ ଏବଂ ଫାଇନାନ୍ସ କମ୍ପାନୀ ଆପଣଙ୍କୁ କେଓ୍ଵାଇସୀ ପରେ ପର୍ସନାଲ ଲୋନ୍‌ ପାଇଁ ଆପ୍ରୁଭ୍‌ କରିଦିଅନ୍ତି। ତେବେ ଏଥିପାଇଁ କିନ୍ତୁ ଆପଣଙ୍କ କ୍ରେଡିଟ୍‌ ସ୍କୋର ଭଲ ରହିଥିବା ଆବଶ୍ୟକ। ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ଏହି ଲୋନ୍‌ ଆପଣ କେମିତି ପାଇପାରିବେ।

ଆଧାର କାର୍ଡରେ ପର୍ସନାଲ ଲୋନ ନେବାର ପ୍ରକ୍ରୀୟା

ଅନେକ ବ୍ୟାଙ୍କ ଏମିତି ବି ଅଛନ୍ତି ଯେଉଁମାନେ କେବଳ ଆଧାର କାର୍ଡରେ ଲୋନ୍‌ ଉପଲବ୍ଧ କରାନ୍ତି। ଏଥିରେ SBI, HDFC, Kotak Mahindra Bank ଭଳି ଅନେକ ବଡ ବଡ ବ୍ୟାଙ୍କ ସାମିଲ ରହିଛି। ଆପଣ ସହଜରେ ଆଧାର କାର୍ଡ ଜରିଆରେ ପର୍ସନାଲ ଲୋନ୍‌ ନେଇପାରିବେ। ଏଥିପାଇଁ ଆପଣଙ୍କୁ କିଛି ଷ୍ଟେପ୍ସକୁ ଫଲୋ କରିବାକୁ ହେବ।

ସର୍ବପ୍ରଥମେ ଆପଣ ସେହି ବ୍ୟାଙ୍କର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ, ଯେଉଁ ବ୍ୟାଙ୍କରୁ ଆପଣ ଲୋନ୍‌ ନେବାକୁ ଚାହୁଁଛନ୍ତି। ଆପଣ ବ୍ୟାଙ୍କର ମୋବାଇଲ ଆପ୍ଲିକେସନରେ ବି କରିପାରିବେ। ଆପଣଙ୍କୁ ନିଜ ମୋବାଇଲ ନମ୍ବର ଏବଂ ଓଟିପି ଜରିଆରେ ଲଗଇନ୍‌ କରିବାକୁ ହେବ।

ଏହାପରେ ଆପଣଙ୍କୁ ପର୍ସନାଲ ଲୋନର ଅପ୍ସନ ବାଛିବାକୁ ହେବ। ଏଠାରେ ଆପଣଙ୍କୁ ଚେକ୍‌ କରିବାକୁ ହେବ ଯେ କଣ ଆପଣଙ୍କୁ ଲୋନ୍‌ ମିଳିପାରିବ ନା ନାହିଁ। ଏହାପରେ ଆମାଉଣ୍ଟ ଚେକ୍‌ କରି ଆଗକୁ ବଢ଼ନ୍ତୁ।

ଏହାପରେ ଆପଣଙ୍କୁ ନିଜ ଜରୁରୀ ବିବରଣୀ ଭରିବାକୁ ହେବ, ଯେଉଁଥିରେ ଆପଣଙ୍କ ନାମ, ଜନ୍ମତିଥି, ଘରର ଠିକଣା, ଅଫିସର ଠିକଣା ଆଦି ସାମିଲ ରହିଛି। ଏହାପରେ କିଛି ଡକ୍ୟୁମେଣ୍ଟସକୁ ଅପଲୋଡ୍‌ କରିବାକୁ ହେବ। ଏହାକୁ KYC କୁହାଯାଏ।

ଏହାପରେ ଆପଣଙ୍କୁ ନିଜ ଆଧାର ନମ୍ବର ଏଣ୍ଟର କରିବାକୁ ହେବ। ଏହାପରେ ଆପଣଙ୍କ ଲୋନ ଯଦି ଆପ୍ରୁଭ ହୋଇଯାଏ, ତାହେଲେ ଇନଷ୍ଟାଣ୍ଟ କ୍ୟାସ ଆପଣଙ୍କ ଆକାଉଣ୍ଟକୁ ଦେଇଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.