ମୋବାଇଲରେ Unknown Call ହଇରାଣ କରୁଛି କି, ତେବେ ଏହି ଷ୍ଟେପ୍ସକୁ ଫଲୋ କରି କରନ୍ତୁ ବ୍ଲକ୍‌

ଇଣ୍ଟରଫେସରେ ବିଭିନ୍ନ ତରିକା ରହିଛି, ଯାହାଦ୍ୱାରା ଆପଣ ନିଜ ଫୋନରେ Unknown ନମ୍ବର୍ସକୁ ବ୍ଲକ କରିପାରିବେ। ଏହି ସୁବିଧା ଓ୍ଵାନପ୍ଲସ ନର୍ଡ ୨ 5G ଏବଂ ଅନ୍ୟ ନୋକିଆ ସ୍ମାର୍ଟଫୋନ ଭଳି ଡିଭାଇସେଜରେ ପ୍ରଥମରୁ ହିଁ ମହଜୁଦ ରହିଛି। କିନ୍ତୁ ଆପଣ ନିଜ ଆଣ୍ଡ୍ରଏଡ ଡିଭାଇସରେ ଗୁଗଲ ଫୋନ୍‌ ଆପ୍‌ ଜରିଆରେ ମଧ୍ୟ ଏମିତି କରିପାରିବେ। ଏମିତି କରିବା ପାଇଁ ଏହାକୁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ। କିଛି ସ୍ପେସିଫିକ ଆପ୍‌ ରହିଛି, ଯେମିତିକି ଟ୍ରୁକଲର, ଏହି ଆପ୍‌ ଅନନୋନ୍‌ ନମ୍ବର୍ସକୁ ଅଟୋମେଟିକାଲୀ ବ୍ଲକ କରିଦେଇଥାଏ।

ପ୍ରତିଦିନ ଆମକୁ ଏମିତି ଲୋକଙ୍କର ଫୋନ୍‌ ଆସିଥାଏ, ଯାହା ଆମକୁ କିଛି ନା କିଛି ବିକ୍ରି କରିବାକୁ ପ୍ରୟାସ କରିଥାଏ। ଅନେକ ବ୍ୟାଙ୍କର ଟେଲିକଲର୍ସ ଆମକୁ କ୍ରେଡିଟ ନେବା ପାଇଁ କହିଥାନ୍ତି, ସେହିପରି କେବେ କେବେ ହଇରାଣ କରୁଥିବା କଲ୍‌ ବି ଆସିଥାଏ। ଯାହାକୁ ତୁରନ୍ତ ବ୍ଲକ କରିବାର ଆବଶ୍ୟକ ପଡିଯାଇଥାଏ। ଏଥିପାଇଁ ଗୁଗଲ ଡିଫଲ୍ଟ ଭାବେ ଆଣ୍ଡ୍ରଏଡରେ ଅନନୋନ୍‌ ନମ୍ବର୍ସକୁ ବ୍ଲକ କରିବାର ଅପ୍ସନ୍‌ ଦେଇଛି।

ଆଣ୍ଡ୍ରଏଡ୍‌ ଫୋନରେ ଅନନୋନ୍‌ ନମ୍ବର୍ସକୁ ବ୍ଲକ କରିବା ପାଇଁ ଏହି ଷ୍ଟେପସକୁ ୟୁଜ୍‌ କରନ୍ତୁ

ଗୁଗଲ ଡିଭାଇସ୍‌

  • ଗୁଗଲ ଡିଭାଇସ୍‌ ୟୁଜ୍‌ କରୁଥିବା ୟୁଜର୍ସ ପ୍ରଥମେ ଆଣ୍ଡ୍ରଏଡ ଡିଭାଇସରେ ଫୋନ୍‌ ଆପ୍‌ ଖୋଲନ୍ତୁ।
  • ଡାଏଲର ସର୍ଚ୍ଚ ବାରର ଉପର ଡାହାଣ କୋଣରେ ମହଜୁଦ ଥିବା ଥ୍ରି ଡଟ୍‌ ମେନ୍ୟୁରେ କ୍ଲିକ କରନ୍ତୁ।
  • ଏହାପରେ ସେଟିଙ୍ଗ ଚୟନ କରନ୍ତୁ ଏବଂ ତାପରେ ବ୍ଲକ କରିବାକୁ ଚାହୁଁଥିବା ନମ୍ବରକୁ ଚୟନ କରନ୍ତୁ।
  • ଏବେ ଆପଣ ଅନନୋନ୍‌ ଅପ୍ସନକୁ ସ୍ୱିଚ କରିପାରିବେ।

ସାମସଙ୍ଗ୍‌

  • ୟୁଜର୍ସ ସାମସଙ୍ଗ ଡିଭାଇସରେ ଫୋନ୍‌ ଆପ୍‌ ଓପନ କରନ୍ତୁ।
  • ଡାଏଲର ସର୍ଚ୍ଚ ବାରର ଉପର ଡାହାଣ କୋଣରେ ମହଜୁଦ୍‌ ଥ୍ରି ଡଟ୍‌ ମେନ୍ୟୁକୁ କ୍ଲିକ କରନ୍ତୁ।
  • ଆଗାମୀ ସେଟିଙ୍ଗ ବାଛନ୍ତୁ ଏବଂ ବ୍ଲକ କରାଯାଇଥିବା ନମ୍ବର ଚୟନ କରନ୍ତୁ।
  • ଏବେ ଆପଣ ୟୁଜର୍ସଙ୍କ ଡିଭାଇସରେ ପ୍ରାଇଭେଟ ଏବଂ ଅନନୋନ୍‌ ନମ୍ବର୍ସକୁ ବ୍ଲକ କରିବା ପାଇଁ ଅନନୋନ ଅପ୍ସନ/ହିଡେନ ନମ୍ବର୍ସରେ ସ୍ୱିଚ କରିପାରିବେ।

Xiaomi

  • ସାଓମି ୟୁଜର୍ସ ନିଜର ସମ୍ଭନ୍ଧୀତ ଡିଭାଇସେଜରେ ଫୋନ୍‌ ଆପ୍‌ ଓପନ କରିପାରିବେ।
  • ଡାଏଲର ସର୍ଚ୍ଚ ବାର ଉପରେ ଡାହାଣ କୋଣରେ ମହଜୁଦ ଥ୍ରି ଡଟ୍‌ ମେନ୍ୟୁରେ କ୍ଲିକ କରନ୍ତୁ।
  • ଆଗାମୀ ସେଟିଙ୍ଗ୍ସରେ କ୍ଲିକ କରନ୍ତୁ ଏବଂ ତାପରେ ବ୍ଲକ କରିବାକୁ ଥିବା ନମ୍ବର ଚୟନ କରନ୍ତୁ।
  • ଏବେ ଆପଣ ଅନନୋନ୍‌ କଲ୍‌ କରିବା ପାଇଁ କଲକୁ ବ୍ଲକ କରିବା ପାଇଁ ଅନନୋନ୍‌ ଅପ୍ସନରେ ସ୍ୱିଚ୍‌ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.