ରାଇଡ ଯୋଗାଉଥିବା ଆପ୍ Uber ଚଳିତବର୍ଷ ଆରମ୍ଭରେ ହିଁ ହ୍ୱାଟ୍ସଆପ ସହିତ ଚୁକ୍ତିନାମା କରିଥିଲା, ଯାହାଦ୍ୱାରା ଗ୍ରାହକମାନଙ୍କୁ ହ୍ୱାଟ୍ସଆପ୍ ଜରିଆରେ ରାଇଡ୍ ମିଳିପାରିବ । ଏବେ କିନ୍ତୁ ଏହି ସେବା ଦିଲ୍ଲୀ-ଏନସିଆର ଏବଂ ଲକ୍ଷ୍ନୌ ଅଞ୍ଚଳରେ ଲାଇଭ୍ ଅଛି । ଏଥିପାଇଁ ହ୍ୱାଟ୍ସଆପ୍ ବ୍ୟବହାରକାରୀ କେବଳ ଏକ ମୋବାଇଲ୍ ନମ୍ବରରେ ମେସେଜ ପଠାଇ Uber ରାଇଡ ବୁକ୍ କରିପାରିବେ ।
ତେବେ ଏଠାରେ ଆପଣଙ୍କୁ କହିବୁ ହ୍ୱାଟ୍ସଆପ୍ ଜରିଆରେ ଆପଣ କିପରି Uber ରାଇଡ୍ ବୁକ୍ କରିପାରିବେ, ଜାଣନ୍ତୁ ଷ୍ଟେପ ବାଇ ଷ୍ଟେପ ପ୍ରୋସେସ୍।
ହ୍ଵାଟ୍ସଆପରେ ଉବର ରାଇଡ୍ କେମିତି ବୁକ୍ କରିବେ ଜାଣନ୍ତୁ
– ହ୍ୱାଟ୍ସଆପ୍ ମାଧ୍ୟମରେ ଏକ ଉବର ରାଇଡ୍ ବୁକ୍ କରିବା ପାଇଁ ପ୍ରଥମେ ଆପଣଙ୍କୁ ଏକ ଅଫିସିଆଲ୍ ନମ୍ବର +୯୧ ୭୨୯୨୦୦୦୦୦୨କୁ ନିଜ କଣ୍ଟ୍ରାକ୍ଟ ଲିଷ୍ଟରେ ଯୋଡିବାକୁ ପଡିବ ।
– ଏହି ନମ୍ବର ସେଭ୍ ହୋଇଗଲା ପରେ ହ୍ୱାଟ୍ସଆପକୁ ଯାଇ ଉବର ଚ୍ୟାଟବଟ୍ ଖୋଲିବେ । ଏହା ବ୍ୟତୀତ ଆପଣ http://wa.me/୯୧୭୨୯୨୦୦୦୦୦୨ ମାଧ୍ୟମରେ ଏକ ଚ୍ୟାଟ୍ ମଧ୍ୟ ଆରମ୍ଭ କରିପାରିବେ ।
– ସର୍ବପ୍ରଥମେ ଆପଣ ‘Hi’ ଲେଖି ପଠାନ୍ତି ।
– ଏହା ପରେ ଆପଣ ଯେଉଁଠାରେ ଅଛନ୍ତି ବା ଯେଉଁଠାରୁ ଯିବେ, ତାହାର ଠିକଣା ପଠାନ୍ତୁ । ଆପଣ ପିକଅପ୍ ର ଲାଇଭ୍ ଲୋକେସନ୍ ମଧ୍ୟ ପଠାଇ ପାରିବେ ।
– ଆପଣଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ ଓ ରାଇଡ ବିଷୟରେ ସବୁ ବିବରଣୀ ମିଳିଯିବ ।
– ବର୍ତ୍ତମାନ ଆପଣଙ୍କୁ ଭଡା ଏବଂ ଯାତ୍ରା ପାଇଁ Confirmation କରିବାକୁ ପଡିବ ।
– ଏହା ପରେ Uber ଆପଣଙ୍କ ହ୍ୱାଟ୍ସଆପରେ ନିକଟସ୍ଥ ଡ୍ରାଇଭରଙ୍କୁ ନୋଟିଫିକେସନ୍ ପଠାଇବ ।
ତେବେ ଏହାରି ଭିତରେ ମେଟା ସ୍ୱାମିତ୍ୱ ଥିବା ପ୍ଲାଟଫର୍ମ ଏକ ଏମିତି ସୁବିଧା ଉପରେ କାମ କରୁଛି, ଯାହା ୟୁଜର୍ସଙ୍କ ଷ୍ଟାଟସ ଅପଡେଟର ରିପୋର୍ଟ କରିବାକୁ ଅନୁମତି ଦେବ। ଏକ ରିପୋର୍ଟ ଅନୁସାରେ ଏହି ଫିଚର୍ସକୁ ହ୍ଵାଟ୍ସଆପ ୟୁଜର୍ସଙ୍କ ଷ୍ଟାଟସ ସେକସନରେ ଏକ ନଳଆ ମେନ୍ୟୁରେ ଷ୍ଟାଟସ ଅପଡେଟ ପାଇଁ ରିପୋର୍ଟ ଦେବ। ଯଦି କୌଣସି ୟୁଜର୍ସଙ୍କୁ କୌଣସି ସନ୍ଦିଗ୍ଧ ସ୍ଥିତି ଅପଡେଟ ମିଳେ ତାହେଲେ ଯେଉଁ ସେବା ସର୍ତ୍ତକୁ ଉଲଙ୍ଘନ କରିବ, ସେତେବେଳେ ୟୁଜର୍ସଙ୍କ ପାଖରେ ଟିମକୁ ଏହାର ରିପୋର୍ଟ କରିବାର ବିକଳ୍ପ ମିଳିବ। ଏହି ସୁବିଧା ବର୍ତ୍ତମାନ ଲଞ୍ଚ୍ ହେବା ପ୍ରସ୍ତୁତିରେ ଅଛି। ବହୁତ ଜଲଦି ଏହାକୁ ହ୍ଵାଟ୍ସଆପ ଡେସ୍କଟପ ବିଟାରେ ରୋଲଆଉଟ କରିପାରେ।