ଏତେ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ iPhone, ଏଭଳି ଯାଞ୍ଚ କରନ୍ତୁ Apple ଫୋନର ଏକ୍ସପାୟରି ଡେଟ୍

ଆପଲ୍ ଆଇଫୋନ୍ ହେଉଛି ସବୁଠାରୁ ପ୍ରିମିୟମ୍ ସେଗମେଣ୍ଟ୍ ସ୍ମାର୍ଟଫୋନ୍ । ଲୁକ୍ ଏବଂ ଡିଜାଇନ୍ ସହିତ ଫିଚର୍ସ ଦୃଷ୍ଟିରୁ ମଧ୍ୟ ଏହା ବେଷ୍ଟ ଫୋନ୍ ଭାବରେ ବିବେଚନା କରାଯାଏ । ଆଇଫୋନ୍‌ଗୁଡ଼ିକ ସେମାନଙ୍କର ଡାଟା ସିକ୍ୟୁରିଟି ଏବଂ ପ୍ରାଇଭେସି ପାଇଁ ବହୁତ ଫେମସ୍ । ଏହି କାରଣରୁ ଲୋକମାନେ ସେଗୁଡ଼ିକୁ କିଣିବାକୁ ଚାହାଁନ୍ତି । ଆମେ ଯେତେବେଳେ ବି iPhone କିଣିବାକୁ ଯାଉ ଆମେ ଏହାର କ୍ୟାମେରା, ଡିସପ୍ଲେ, ପ୍ରୋସେସର ଭଳି ଫିଚର୍ସଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେଇଥାଉ ।

କିନ୍ତୁ ଏହାର ଏକ୍ସପାୟରି ଡେଟ୍ ବିଷୟରେ ଜାଣିଥିବା ଲୋକ ବହୁତ କମ୍ ଥାଆନ୍ତି । ଯଦି ଆପଣ ଜାଣିନାହାଁନ୍ତି, ତେବେ ଆପଣଙ୍କୁ କହି ରଖୁଛୁ ଯେ ପ୍ରତ୍ୟେକ ଫୋନ୍ ଏବଂ ଆଇଫୋନର ଏକ ନିର୍ଦ୍ଦିଷ୍ଟ ଏକ୍ସପାରୀ ଡେଟ୍ ଥାଏ । ଏହି ଅବଧି ଶେଷ ହେବା ପରେ ସେଗୁଡ଼ିକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର ସମସ୍ୟା ବଢ଼ିପାରେ । କେବଳ ଏତିକି ନୁହେଁ, ଯଦି ଆପଣଙ୍କ ଆଇଫୋନର ଏକ୍ସପାଏରୀ ଡେଟ୍ ସରିଯାଇଛି ତେବେ ଆପଣଙ୍କ ପର୍ସନାଲ ଡାଟା ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ ।

ତେଣୁ, ଆପଣଙ୍କ iPhone ର ଏକ୍ସପାୟରି ଡେଟ୍ ଜାଣିବା ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କୁ କହିରଖୁଛୁ ଯେ କମ୍ପାନୀ ଅନୁଯାୟୀ, ଯେକୌଣସି ଆଇଫୋନର ହାରାହାରି ଲାଇଫ ପ୍ରାୟ ୪-୫ ବର୍ଷ । ଏହାର ଏକ ବଡ଼ କାରଣ ହେଉଛି ଯେ କମ୍ପାନୀ ପ୍ରାୟ ୫ ବର୍ଷ ପାଇଁ ଏହାର ନୂଆ ଆଇଫୋନରେ ସଫ୍ଟୱେର୍ ଅପଡେଟ୍ ଦେଇଥାଏ । କମ୍ପାନୀ ପୁରୁଣା ସ୍ମାର୍ଟଫୋନ୍ ପାଇଁ ଏହାର ନୂଆ iOS ଭର୍ସନ ଆଣିନାହିଁ । ଯାହା ଫଳରେ ସେହି ସ୍ମାର୍ଟଫୋନ୍‌ଗୁଡ଼ିକର ପ୍ରୋସେସିଂ ପାୱାର ଅର୍ଥାତ୍ କାର୍ଯ୍ୟ କ୍ଷମତା ହ୍ରାସ ପାଇବାକୁ ଲାଗେ ।

ସାଧାରଣତଃ, ଯଦି ଏକ iPhone OS ଅପଡେଟ୍ ପାଏ, ତେବେ ଏହାର ଏକ୍ସପାୟରି ଡେଟ୍ କିମ୍ବା ଏକ୍ସପାୟରି ବର୍ଷ ସମାନ ଥାଏ । କମ୍ପାନୀ ଯେକୌଣସି ଆଇଫୋନର ଲାଟେଷ୍ଟ ଫିଚର୍ସଗୁଡ଼ିକୁ କେବଳ ୪-୫ ବର୍ଷ ପାଇଁ ଉପଲବ୍ଧ କରାଏ ଏବଂ ଅପଡେଟ୍ ମାଧ୍ୟମରେ ଫୋନରେ ଥିବା ତ୍ରୁଟିଗୁଡ଼ିକୁ ଦୂର କରେ । କିନ୍ତୁ ଯେତେବେଳେ iOS ଭର୍ସନ ପୁରୁଣା ହୋଇଯାଏ ଏବଂ ସିକ୍ୟୁରିଟି ଅପଡେଟ୍ ଉପଲବ୍ଧ ନଥାଏ, ସେତେବେଳେ ଫୋନରେ ହ୍ୟାକିଂ ଏବଂ ସାଇବର ଠକେଇର ଆଶଙ୍କା ମଧ୍ୟ ବଢ଼ିଯାଏ ।

ସିକ୍ୟୁରିଟି ଅପଡେଟ୍ ଅଭାବରୁ, ଅପରାଧୀମାନେ ସହଜରେ ଫୋନ୍ ଆକ୍ସେସ୍ କରିପାରିବେ, ଯାହା ଫଳରେ ଆପଣଙ୍କ ପର୍ସନାଲ ଡାଟା ଚୋରି ହୋଇପାରେ । ତଥାପି, ଯଦି ଆପଣ ଆପଣଙ୍କ ଫୋନକୁ ସଠିକ୍ ଭାବରେ ମେଣ୍ଟେନ କରନ୍ତି ଏବଂ ଏହାକୁ ସଠିକ୍ ଭାବରେ ବ୍ୟବହାର କରନ୍ତି, ତେବେ ଆପଣ ପୁରୁଣା iOS ସହିତ ପ୍ରାୟ ୬-୭ ବର୍ଷ ପର୍ଯ୍ୟନ୍ତ ଫୋନକୁ ବ୍ୟବହାର କରିପାରିବେ। କିନ୍ତୁ ଯଦି ଆପଣଙ୍କର ଆଇଫୋନ୍ ୭ ବର୍ଷରୁ ଅଧିକ ପୁରୁଣା ତେବେ ଆପଣଙ୍କୁ ଏହାକୁ ତୁରନ୍ତ ବଦଳାଇବା ଉଚିତ ।

ଯଦି ଆପଣ ଏକ ନୂଆ ଆଇଫୋନ୍ କିଣିବାକୁ ଯାଉଛନ୍ତି, ତେବେ ନିଶ୍ଚିତ ଭାବରେ ଜାଣନ୍ତୁ ଯେ ଆପଣଙ୍କୁ ଏଥିରେ iOS ଅପଡେଟ୍ ଏବଂ ସିକ୍ୟୁରିଟି ଅପଡେଟ୍ କେତେ ସମୟ ପାଇଁ ମିଳିବ । ଆପଣଙ୍କୁ କହି ରଖୁଛୁ ଯେ ଫୋନରେ ଅପଡେଟଗୁଡ଼ିକ ଆପଣଙ୍କ ଫୋନ କିଣିବାର ଡେଟ୍ ଅନୁସାରେ ନୁହେଁ ବରଂ ଫୋନର ଲଞ୍ଚ ଡେଟ୍ ଅନୁସାରେ ରୋଲଆଉଟ୍ ହୋଇଥାଏ ।

Also read: ନିଲାମ ହେଲା Twitter ର ବ୍ଲୁ ବାର୍ଡ ଲୋଗୋ, ଜାଣନ୍ତୁ ଏହି ୨୫୪ କିଲୋଗ୍ରାମ ଲୋଗୋର ପ୍ରାଇସ୍