ଯଦି ମୃତ ବ୍ୟକ୍ତିଙ୍କର କେହି ନୋମିନୀ ନାହାଁନ୍ତି, ତେବେ କେମିତି ନେବେ ଖାତାରେ ଥିବା ଜମା ଟଙ୍କା, ଜାଣନ୍ତୁ ନିୟମ

ଏ ଦୁନିଆରେ ଟଙ୍କା କମାଇବା ସହଜ କଥା ନୁହେଁ । ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ । କିଏ ଚାକିରି କରେ ତ କିଏ ନିଜର ବିଜନେସ, ପୁଣି କିଏ ମଜୁରୀ ଲାଗି ଅର୍ଥ ରୋଜଗାର କରିଥାନ୍ତି । ସେହିପରି ଲୋକେ ଟଙ୍କା କମାଇବା ପରେ ପ୍ରଥମେ ନିଜ ପରିବାର ଖର୍ଚ୍ଚ ଉଠାନ୍ତି ତା ପରେ ଭବିଷ୍ୟତ ପାଇଁ କିଛି ସଞ୍ଚୟ କରନ୍ତି । ଆଉ ସୁରକ୍ଷିତ ସଞ୍ଚୟର ସ୍ଥାନ ହେଉଛି ବ୍ୟାଙ୍କ । ବ୍ୟାଙ୍କରେ ଏକ ସଞ୍ଚୟ ଖାତା ଖୋଲି ସେଥିରେ ନିଜର ଟଙ୍କା ରଖନ୍ତି ଲୋକେ । ଏଥିରେ ଦୁଇଟି ସୁବିଧା ହୁଏ । ପ୍ରଥମରେ ଏହା ସୁରକ୍ଷିତ ରହେ ଓ ଦ୍ୱିତୀୟରେ ଜମା ଟଙ୍କା ଉପରେ ସୁଧ ବି ମିଳିଥାଏ । ଏହାବ୍ୟତୀତ ଏହି ଜମାପୁଞ୍ଜି ଲୋକଙ୍କ ବୃଦ୍ଧାବସ୍ଥାରେ କାମରେ ଆସିଥାଏ। ତେବେ ପ୍ରତ୍ୟେକ ବ୍ୟାଙ୍କ ଖାତାରେ ଖାତାଧାରୀଙ୍କ ସହ ଜଣେ ନୋମିନୀ ମଧ୍ୟ ଥାଆନ୍ତି । କିଏ ନିଜ ପିମାନଙ୍କୁ ନୋମିନି ରଖେ ତ ଆଉ କିଏ ନିଜ ପତ୍ନୀଙ୍କୁ ନୋମିନୀ ରଖିଥାନ୍ତି । ଯଦି ଖାତାଧାରୀଙ୍କର କେବେ ମୃତ୍ୟୁ ହୋଇ ଯାଏ ତ ଖାତାରେ ଜମା ଥିବା ଟଙ୍କା ନୋମିନୀଙ୍କୁ ମିଳେ । କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଯଦି ଏମିତି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଉଛି, ଯାହାଙ୍କ ଟଙ୍କା ବ୍ୟାଙ୍କରେ ଅଛି ଅଥଚ ତାଙ୍କର କୌଣସି ନୋମିନୀ ନାହାନ୍ତି ତାହେଲେ ଏଭଳି ସ୍ଥିତିରେ ସେହି ଖାତାରେ ଥିବା ଟଙ୍କା କଣ ହେବ ? ବୋଧହୁଏ ନା, କିନ୍ତୁ ଏ ବିଷୟରେ ଜାଣିବା ନିହାତି ଆବଶ୍ୟକ । ବୟସ୍କ ଲୋକଙ୍କୁ ନୋମିନି ବିଷୟରେ ଏତେଟା ଜଣାନଥାଏ। କିମ୍ବା ଅନେକ ଥର ଅନ୍ୟ ଲୋକମାନେ ମଧ୍ୟ ନୋମିନୀ ରଖିବାକୁ ଭୁଲି ଯାଇଥାନ୍ତି। ତେବେ ଏଭଳି ସ୍ଥିତିରେ ଖାତାରେ ଥିବା ଟଙ୍କାର କଣ ହେବ ଏବଂ ଏହି ଟଙ୍କା ଉପରେ କାହାର ଅଧିକାର ରହିଛି? ଚାଲନ୍ତୁ ଏହାକୁ ନେଇ ଏକ ସୁନ୍ଦର ଭିଡିଓ ଆଜି ଆମେ ଆପଣଙ୍କ ପାଖକୁ ନେଇ ଆସିଛୁ ଯାହା ବିଷୟରେ ଆପଣମାନେ ସମସ୍ତେ ନିହାତି ଭାବେ ଜାଣିବା ଦରକାର।
ଖାତାରେ ଯୋଡିବା ଉଚିତ ନୋମିନୀ
ନିଜ ବ୍ୟାଙ୍କ ଖାତାରେ ଯେତେବେଳେ ନୋମିନୀ ନାଁ ଦେଉଛନ୍ତି ସେତେବେଳେ ଆପଣଙ୍କୁ ଭଲ ଭାବେ ଧ୍ୟାନ ଦେବା ଉଚିତ। ଯାହାଦ୍ୱାରା ଆପଣଙ୍କ ମୃତ୍ୟୁ ପରେ ନୋମିନୀ ଆପଣଙ୍କର ସେହି ଟଙ୍କା ପାଇ ପାରିବେ। କିନ୍ତୁ ଏଥିପାଇଁ ନୋମିନୀଙ୍କୁ ଦୁଇଟି କାମ କରିବାକୁ ପଡିବ। ବ୍ୟାଙ୍କରେ ଖାତାଧାରକଙ୍କ ମୃତ୍ୟୁ ପ୍ରମାଣ ପତ୍ର ଦେବାକୁ ହେବ ଏବଂ ନିଜର ଅସଲି ପରିଚୟ ପ୍ରମାଣପତ୍ର ଦେଖାଇବାକୁ ହେବ। ଏହାପରେ ନୋମିନୀଙ୍କୁ ଟଙ୍କା ମିଳିଯିବ।
ଖାତାରେ ନୋମିନୀ ନଥିଲେ?
ଯଦି ଆପଣଙ୍କର କେହି ଏମିତି ଖାତା ଅଛି, ଯେଉଁଥିରେ କେହିବି ନୋମିନୀ ନାହାନ୍ତି ଏବଂ କୌଣସି କାରଣବଶତଃ ଖାତାଧାରକଙ୍କ ମୃତ୍ୟୁ ହୋଇଯାଉଛି ତାହେଲେ ଯେ କେହି ବି ମୃତ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରେ ଥିବା ଟଙ୍କା ଉପରେ ଦାବି କରି ପାରିବେ, କିନ୍ତୁ ଏଥିପାଇଁ ତାଙ୍କୁ ଲମ୍ବା ଆଇନଗତ ପ୍ରକ୍ରିୟା ଦେଇ ପାରି ହେବାକୁ ପଡିବ। ଏହାପରେ ଯାଇ ତାଙ୍କୁ ସେ ଟଙ୍କା ମିଳିବ।
ଏହି ପ୍ରକ୍ରିୟା ବିଷୟରେ ବି ଜାଣନ୍ତୁ । ନୋମିନୀ ବୋଲି ଦାବି କରୁଥିବା ବ୍ୟକ୍ତିଙ୍କୁ ବିଲ୍ କିମ୍ବା ଉତ୍ତରାଧିକାର ପ୍ରମାଣ ପତ୍ର ବ୍ୟାଙ୍କରେ ଦେଖାଇବାକୁ ହୋଇଥାଏ। ଏହା ବ୍ୟତୀତ ଅନେକ ନିୟମ ଏବଂ କଡ଼ା ଯାଞ୍ଚ ପରେ ହିଁ ବ୍ୟାଙ୍କ ନିଷ୍ପତ୍ତି ନେଇଥାଏ କି ଦାବି କରୁଥିବା ବ୍ୟକ୍ତି ଠିକ ନା ଭୁଲ।
ଏଥିପାଇଁ ବ୍ୟାଙ୍କରେ ଅନେକ ଡକ୍ୟୁମେଣ୍ଟ ଜମା କରିବାକୁ ପଡିଥାଏ । ଏହା ସହିତ ବହୁତ କାଗଜପତ୍ର କାମ କରିବାକୁ ପଡିଥାଏ। ଏଥିପାଇଁ ସବୁବେଳେ ନିଜ ବ୍ୟାଙ୍କ ଖାତାରେ ପୂର୍ବରୁ ନୋମିନୀଙ୍କ ନାଁ ରଖିବା ଉଚିତ। ଯାହା ଫଳରେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ଜମା ଟଙ୍କା ବ୍ୟର୍ଥ ଯିବ ନାହିଁ। ଏବେ ବ୍ୟାଙ୍କ ସବୁ ଜମା ଖାତାରେ ନୋମିନୀ ରଖିବା ବାଧ୍ୟତାମୂଳକ ହୋଇ ଯାଇଛି ।