ଟେକ୍

କାହାକୁ କହିବା କି ଖୋସାମତ୍‌ କରିବାର ଆଉ ଦରକାର ନାହିଁ, ନିଜେ ନିଜେ ଏପରି କରନ୍ତୁ ଟ୍ରେନ୍‌ ଟିକେଟ୍‌ ବୁକ୍‌

ଯେତେବେଳେ ବି ଟ୍ରାଭେଲ କରିବା କଥା ଆସେ, ସେତେବେଳେ କିଏବ ବସରେ ଟ୍ରାଭେଲ କରିବାକୁ ପସନ୍ଦ କରନ୍ତି ତ ଆଉ କିଏ ପ୍ଲେନରେ, ତ ଆଉ କିଏ ନିଜର ପର୍ସନାଲ ଗାଡିରେ। କିନ୍ତୁ ଏହିସବୁ ପରେ ବି ପ୍ରତିଦିନ ବଡ ସଂଖ୍ୟାରେ ଲୋକମାନେ ଟ୍ରେନରେ ମଧ୍ୟ ଟ୍ରାଭେଲ କରୁଛନ୍ତି। ଭାରତୀୟ ରେଳରେ ପ୍ରତ୍ୟେକଦିନ ବହୁତ ସଂଖ୍ୟାର ଟ୍ରେନ୍‌ ଯାଆସ୍‌ କରୁଛନ୍ତି। ଯଦି ଆପଣଙ୍କୁ ଟ୍ରେନରେ ଯାତ୍ରା କରିବାର ଅଛି, ତାହେଲେ ଏହାର ପୂର୍ବରୁ ଟିକେଟ୍‌ ବୁକ୍‌ କରିବାକୁ ପଡିଥାଏ। ଦେଖିବାକୁ ମିଳିଥାଏ ଯେ ଲୋକମାନେ ଟ୍ରେନ୍‌ ଟିକେଟ ବୁକ୍‌ କରିବା ପାଇଁ ରେଲେଓ୍ଵ ଟିକେଟ କାଉଣ୍ଟରରେ ଲମ୍ବା ଲମ୍ବା ଲାଇନ୍‌ ଲଗାଇଥାନ୍ତି। ଏହାଛଡା ଲୋକମାନେ ବ୍ରୋକର ଅର୍ଥାତ୍‌ ଟିକେଟ ଏଜେଣ୍ଟ ଦ୍ୱାରା ମଧ୍ୟ ନିଜର ଟିକେଟ୍‌ ବୁକ୍‌ କରିଥାନ୍ତି। ଯେଉଁଥିପାଇଁ ତାଙ୍କୁ ଏକ୍ସଟ୍ରା ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। କିନ୍ତୁ ଯଦି ଆମେ କହିବା ଆପଣ କାହାକୁ କହିବା ଦରକାର ନାହିଁ କି ଖୋସାମତ୍‌ କରିବାର ଦାରକାର ନାହିଁ, ଏବେ ଆପଣ ନିଜେ ନିଜେ ହିଁ ଘରେ ବସି ସି ହିଁ ଟିକେଟ ବୁକ୍‌ କରିପାରିବେ। ଏହା ହୁଏତ ବହୁତ ଲୋକ ଜାଣିଥିବେ ଯେ କେମିତି ଟିକେଟ ବୁକ୍‌ କରନ୍ତି ବରଂ ବହୁତ ଲୋକ ଭାବୁଥିବେ ଏହା ଗୋଟେ କଣ କାଠିକର ପାଠ ଏହା ତ ମାତ୍ର କେଇ ମିନିଟରେ ହେଇଯିବ। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏମିତି ବହୁତ ଜଣ ଅଛନ୍ତି ଯେଉଁମାନେ ଏବେବି ଜାଣିନାହାଁନ୍ତି କେମିତି ବୁକ୍‌ କରାଯାଏ ଟିକେଟ। ସେହିମାନଙ୍କ ପାଇଁ ଆମେ ଆଜି ଆଣିଛୁ ଏହି ଭିଡିଓ। ଯାହାଦ୍ୱାରା ସହଜରେ ଆପଣ ଜାଣିପାରିବେ ଯେ କେମିତି କରାଯାଏ ଟିକେଟ୍‌ ବୁକିଙ୍ଗ।

ଟିକେଟ୍‌ ବୁକ୍‌ କରିବା ପାଇଁ ପ୍ରଥମେ ଆପଣଙ୍କ ପାଖରେ ଆଇଆରସିଟିସି ଆକାଉଣ୍ଟ ରହିଥିବା ଦରକାର। ଯାହାଦ୍ୱାରା ଆପଣ ଘରେ ବସି ଟ୍ରେନ ଟିକେଟ ବୁକ୍‌ କରିପାରିବେ।

ଏଥିପାଇଁ ଆପଣଙ୍କୁ ଆଇଆରସିଟିସିର ଅଫିସିଆଲ େଓ୍ଵବସାଇଟ irctc.co.inକୁ ଭିଜିଟ କରିବାକୁ ହେବ। ଏହାପରେ ରେଜିଷ୍ଟ୍ରେସନ ବିକଳ୍ପକୁ ଚୟନ କରନ୍ତୁ।

ଏବେ ଆପଣଙ୍କ ସ୍କ୍ରୀନ ଉପରେ ଦିଆଯାଇଥିବା ଏକ ଫର୍ମ ଭରିବାକୁ ହେବ। ଯେଉଁଥିରେ ଆପଣଙ୍କୁ ନିଜର ନାମ, ଇମେଳ ଆଇଡି ଏବଂ ମୋବାଇଲ ନମ୍ବର ଭଳି ଅନେକ ଡିଟେଲ୍ସ ଏଣ୍ଟର କରିବାକୁ ହେବ। ଏହାପରେ ଆପଣଙ୍କୁ ଆଇଡି ବନାଇବାକୁ ହେବ ଏବଂ ପାସଓ୍ଵାର୍ଡ ବନାଇ ଆକାଉଣ୍ଟକୁ ଲଗଇନ୍‌ କରିବାକୁ ହେବ।

ଏହାପରେ ଆପଣ ସ୍କ୍ରୀନ ଉପରେ ଦିଆଯାଇଥିବା ଲଗଇନ୍‌ ଅପ୍ସନକୁ କ୍ଲିକ କରି ଆଇଡି-ପାସଓ୍ଵାର୍ଡ ଏବଂ କାପ୍ଚା କୋଡ ଦେଇ ଲଗଇନ୍‌ କରନ୍ତୁ।

ଏବେ ଆପଣଙ୍କୁ ନିଜର ଟ୍ରାଭେଲ କରିବାର ଡେଟ ବାଛିବାକୁ ହେବ। ଏବଂ ସେହି ରେଲୱେ ଷ୍ଟେସନ ବାଛିବାକୁ ହେବ ଯେଉଁଠୁ ଆପଣ ଟ୍ରେନ ଟ୍ରାଭେଲ କରିବାକୁ ଚାହୁଁଛନ୍ତି। ଏହାପରେ ସ୍ଲିପର, ଏସି କିମ୍ବା ଅଦର କ୍ଲାସ୍‌ ଚୟନ କରି ସର୍ଚ୍ଚ ଉପରେ କ୍ଲିକ କରିଦିଅନ୍ତୁ।

ଏହାପରେ ଆପଣଙ୍କ ସାମ୍ନାରେ ଟ୍ରେନରେ ପୂରା ଲିଷ୍ଟ ମିଳିଯିବ। ଯେଉଁଥିରେ ଆପଣଙ୍କୁ ନିଜ ହିସାବରେ ଟ୍ରେନ ଏବଂ କ୍ଳାସ ବାଛିବାକୁ ହେବ। ଏହାପରେ ବୁକ୍‌ ନାଓ ଉପରେ କ୍ଲିକ କରିଦିଅନ୍ତୁ। ଏବେ ପାସେଞ୍ଜରର ସମ୍ପର୍ଣ୍ଣ ବିବରଣୀ ଭରିବାକୁ ହୋଇଥାଏ ଏବଂ ଶେଷରେ ଆପଣଙ୍କୁ ଅନଲାଇନ୍‌ ଟିକେଟର ପେମେଣ୍ଟ କରିବାକୁ ହୋଇଥାଏ। ଏତିକି କରିବା ପରେ ଆପଣଙ୍କ ଟିକେଟ ବୁକ୍‌ ହୋଇଯିବ।

Pritiparna

Recent Posts

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

5 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

13 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

30 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

44 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

57 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

58 mins ago